ସୁପ୍ରିମ୍ କୋର୍ଟର ଛଅ ଜଣ ଜଜ୍ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ; ଟିକାକରଣ ପାଇଁ ନିଷ୍ପତ୍ତି ହେଲା

ଏହି ଛଅ ଜଣ ଜଜ୍ H1N1 ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାରୁ ସେମାନେ ମଙ୍ଗଳବାର କୋର୍ଟର କାର୍ଯ୍ୟ କରିପାରି ନ ଥିଲେ । ଜଣେ ଜଜ ସଞ୍ଜିବ ଖାନ୍ନା ତ ମାସ୍କ ଲଗାଇ ଅଦାଲତକୁ ଆସିଥିଲେ ।

ସୁପ୍ରିମ୍ କୋର୍ଟର ଛଅ ଜଣ ଜଜ୍ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ; ଟିକାକରଣ ପାଇଁ ନିଷ୍ପତ୍ତି ହେଲା
ସୁପ୍ରିମ୍‌ କୋର୍ଟ (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 26, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟର ଛଅ ଜଣ ବିଚ଼ାରପତି ସ୍ବାଇନ ଫ୍ଲୁରେ ପୀଡ଼ିତ ହୋଇଛନ୍ତି । ଭାରତର ମୁଖ୍ୟ ନ୍ୟାୟାଧୀଶ ଏସ.ଏ. ବୋବଡ଼େଙ୍କ ସହ ଏ ସମ୍ପର୍କରେ ଜଜମାନଙ୍କର ଏକ ବୈଠକ ହୋଇଛି ବୋଲି ସୁପ୍ରିମ କୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଡ଼ି.ୱାଇ. ଚନ୍ଦ୍ରଚୁଡ଼ କୋର୍ଟର କାର୍ଯ୍ୟ ସଞ୍ଚାଳନ କରିବାବେଳେ ମଙ୍ଗଳବାର କହିଥିଲେ ।

ଶୀର୍ଷ ଅଦାଲତ ଏହି ଛଅ ଜଣ ଜଜ H1N1 ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାରୁ ସେମାନେ ମଙ୍ଗଳବାର କୋର୍ଟର କାର୍ଯ୍ୟ କରିପାରି ନ ଥିଲେ । ଜଣେ ଜଜ ସଞ୍ଜିବ ଖାନ୍ନା ତ ମାସ୍କ ଲଗାଇ ଅଦାଲତକୁ ଆସିଥିଲେ । ବିଚାରପତି ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଶୀର୍ଷ ଅଦାଲତର ଓକିଲମାନଙ୍କ ଟୀକାକରଣ ପୋଇଁ ଭ୍ୟାକ୍ସିନ୍‌ ଉପଲବ୍ଧ କରାଯିବ ।

ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ବୋବଡ଼େ ଏହି ବୈଠକରେ ସବୁ ଓକିଲ ଓ ବାର୍‌ ଆସୋସିଏସନର ଅଧ୍ୟକ୍ଷଙ୍କୁ ଏହି ରୋଗରୁ ସମସ୍ତେ ବର୍ତ୍ତିବା ପାଇଁ ଉପାୟ କରିବା ଉଚ଼ିତ ବୋଲି ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ନ୍ୟାୟମୂର୍ତ୍ତି ଚନ୍ଦ୍ରଚୁଡ଼ ।

ସୁପ୍ରିମ୍‌ କୋର୍ଟ ପରିସରରେ ସ୍ବାସ୍ଥ୍ୟ ସମସ୍ୟାକୁ ଆପାତକାଳୀନ ଭିତ୍ତିରେ ଦୂର କରିବାକୁ ବାର ଆସୋସିଏସନର ଅଧ୍ୟକ୍ଷ ଦୁଷ୍ୟନ୍ତ ଦବେଙ୍କ ସହ ଏକ ବୈଠକ ହୋଇଥିଲା । ଦବେ IANSକୁ କହିଥିଲେ ଯେ ଶୀର୍ଷ ଅଦାଲତ ପରିସରରେ ନିକଟରେ ଆୟୋଜିତ ହୋଇଥିବା ଏକ ନ୍ୟାୟିକ ସମ୍ମିଳନୀରେ ଭାଗ ନେଇଥିବା କିଛି ବିଦେଶୀ ପ୍ରତିନିଧି ଏହି ଭାଇରସରେ ସଂକ୍ରମିତ ଥିଲେ ।

ସବରୀମାଳା ମାମଲାର ଶୁଣାଣି କରିବାକୁଥିବା ନଅ ଜଣ ଜଜଙ୍କ ସମ୍ବିଧାନ ପୀଠରେ ଥିବା ଦୁଇ ଜଣ ଜଜ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଥିବାରୁ ସେ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି ।
First published: February 26, 2020, 5:46 PM IST
corona virus btn
corona virus btn
Loading