News18 Odia Digital
ଦୀର୍ଘ ଦିନ ରାଜତ୍ୱ ପରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ସେପ୍ଟେମ୍ବର ୯ରେ ଦେହାନ୍ତ ହୋଇଥିଲା। ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଅନ୍ତିମ ସଂସ୍କାର ପାଇଁ କିଛି ପ୍ରମୁଖ ଦେଶ ଓ ପ୍ରମୁଖ ନେତାଙ୍କୁ ନିମନ୍ତ୍ରଣ କରଯାଇଛି। କିନ୍ତୁ ୬ ଟି ବଡ଼ ରାଷ୍ଟ୍ର ଏଥି ନିମନ୍ତେ ଆମନ୍ତ୍ରିତ ନାହାଁନ୍ତି ବୋଲି ଶୁଣାଯାଉଛି।
ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ବିଶ୍ୱର ଅନେକ ପ୍ରମୁଖ ଦେଶ ତଥା ବିଶିଷ୍ଟ ନେତା ଯୋଗଦେବେ। ଦେଶର ରାଜନୈତିକ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ପୃଥକ ରାଜ ପରିବାର ସଦସ୍ୟ ତଥା ବିଶ୍ୱର ମାନ୍ୟଗଣ୍ୟ ବ୍ୟକ୍ତି ଅନେକ ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବ୍ରିଟେନ ଅଭିମୁଖେ ଯାତ୍ରା କରିବେ।
ଅନ୍ତିମ ସଂସ୍କାର ପାଇଁ ସରକାରୀ ଅତିଥି ତାଲିକା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ କିନ୍ତୁ ରାଣୀଙ୍କ ଅନ୍ତିମ ଯାତ୍ରା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରି ପ୍ରମୁଖ ନେତା ଉପସ୍ଥିତ ରହିବେ।
ଯଦିଓ ସରକାରୀ ଅତିଥି ତାଲିକା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ନ୍ୟୁୟର୍କ ପୋଷ୍ଟ କିଛି ଦେଶର ନାମ ପ୍ରକାଶ କରିଛି ଯେଉଁମାନେ କି ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆମନ୍ତ୍ରିତ ନାହାଁନ୍ତି। ସେହି ଦେଶଗୁଡିକ ହେଉଛି ଋଷିଆ, ବେଲା ଋଷ, ଆଫଗାନିସ୍ତାନ, ମିଆଁମାର, ସିରିଆ,ଭେନେଜୁଏଲା। ନିକଟରେ ସଂସଦ କମ୍ପ୍ଲେକ୍ସ ମଧ୍ୟରେ ୱେଷ୍ଟମିନିଷ୍ଟର ହଲରେ ହେବାକୁ ଥିବା ରାଣୀଙ୍କ ‘ଲାଇଙ୍ଗ-ଇନ୍-ଷ୍ଟେଟ’ରେ ଯୋଗଦେବା ପାଇଁ ଚୀନ୍ ସରକାରୀ ପ୍ରତିନିଧି ଦଳକୁ ଅନୁମତି ଦେବା ପାଇଁ ହାଉସ୍ ଅଫ୍ କମନ୍ସ ବାଚସ୍ପତି ମନା କରିଦେଇଛନ୍ତି।ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅନ୍ତିମ ସଂସ୍କାରରେ ଚୀନର ଉପସ୍ଥିତି ରହିବ କିନ୍ତୁ ସଂସଦ ଭବନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଋଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ତାଙ୍କ ଯୋଗଦାନରେ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଅନ୍ତିମ ସଂସ୍କାର ପାଇଁ ନିମନ୍ତ୍ରଣ ପାଇନଥିବା ଜଣାଯାଇଛି। କୌତୁହଳର ବିଷୟ ଯେ ଉତ୍ତର କୋରିଆ, ଇରାନ ଓ ନିକାରାଗୁଆକୁ ନିମନ୍ତ୍ରଣ ପଠାଯାଇଥିଲା କିନ୍ତୁ ସେଗୁଡିକ କେବଳ ସେମାନଙ୍କ ରାଷ୍ଟ୍ରଦୂତଙ୍କ ନିକଟକୁ ପଠାଯାଇଥିଲା ଓ ରାଷ୍ଟ୍ର ମୁଖ୍ୟଙ୍କୁ ନୁହେଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।