ତିକ୍ତତା ବଢ଼ିବାରୁ ପ୍ରେମିକକୁ ହତ୍ୟା; ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡୀଗଡ଼ର ଜାତୀୟ ସ୍ତରର ସୁଟର ସୂକ୍ଷ୍ମନପ୍ରୀତ ସିଂହ ଓରଫ ସିପି ସିଦ୍ଧୁଙ୍କୁ ପ୍ରାୟ ୭ ବର୍ଷ ତଳେ ଚଣ୍ଡୀଗଡ଼ର ଏକ ପାର୍କରେ ହତ୍ୟା କରାଯାଇଥିଲା। ସିବିଆଇ ଏହି ମାମଲାରେ ଆଜି ତାଙ୍କର ପ୍ରେମିକା କଲ୍ୟାଣୀ ସିଂହଙ୍କୁ ଗିରଫ କରିଛି।

ସିଦ୍ଧୁ (ପ୍ରତୀକାତ୍ମକ ଛବି)

ସିଦ୍ଧୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଚଣ୍ଡୀଗଡ଼ର ଜାତୀୟ ସ୍ତରର ସୁଟର ସୂକ୍ଷ୍ମନପ୍ରୀତ ସିଂହ ଓରଫ ସିପି ସିଦ୍ଧୁଙ୍କୁ ପ୍ରାୟ ୭ ବର୍ଷ ତଳେ ଚଣ୍ଡୀଗଡ଼ର ଏକ ପାର୍କରେ ହତ୍ୟା କରାଯାଇଥିଲା। ସିବିଆଇ ଏହି ମାମଲାରେ ଆଜି ତାଙ୍କର ପ୍ରେମିକା କଲ୍ୟାଣୀ ସିଂହଙ୍କୁ ଗିରଫ କରିଛି।

କଲ୍ୟାଣୀ ସେ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସାବିନାଙ୍କ ଝିଅ। ୨୦୧୫ ହତ୍ୟାକାଣ୍ଡ ପରଠାରୁ ପୋଲିସ ତାଙ୍କୁ ସନ୍ଦେହ କରୁଥିଲା। କଲ୍ୟାଣୀ ସିଂହଙ୍କୁ ଜେରା କରିବା ପାଇଁ ସିବିଆଇ ଚାରିଦିନିଆ ରିମାଣ୍ଡରେ ନେଇଛି।

କଲ୍ୟାଣୀ ଓ ସିଦ୍ଧୁଙ୍କ ବ୍ରେକ ଅପ ପରେ ସେମାନଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା। ଏକ ପାର୍କକୁ ଡାକି ସିଦ୍ଧୁଙ୍କୁ ହତ୍ୟା କରିଥିଲେ କଲ୍ୟାଣୀ ଓ ତାଙ୍କର ଜଣେ ସହଯୋଗୀ। ସିପି ସିଦ୍ଧୁ ଜଣେ କର୍ପୋରେଟ୍ ଓକିଲ ଥିଲେ। ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏସ୍‌ଏସ୍‌ ସିଦ୍ଧୁଙ୍କ ନାତି ଥିଲେ। ଅଭିଯୁକ୍ତ ଧରାନପଡ଼ିବାରୁ ପଞ୍ଜାବ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ୨୦୧୬ ଜାନୁଆରିରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
Published by:Soumya Das
First published: