ପ୍ରେମ ପରେ ବ୍ରେକଅପ୍, ତା’ପରେ ଧମକ୍: ନେହା କକ୍କଡ଼ ହିମାଂଶ କୋହଲୀଙ୍କୁ ଚ଼େତାବନୀ ଦେଲେ

‘‘ମୋ’ ଠାରୁ ଦୂରେଇ ରୁହ, ନଚେତ୍ ତୁମ ପୂରା ପରିବାରକୁ ଏକ୍ସପୋଜ୍ କରିଦେବି… ମୁଁ ମୁହଁ ଖୋଲିଲେ ତୁମ ମା’ବାପା ଓ ଭଉଣୀଙ୍କ କଥା ସବୁ ସାମ୍ନାକୁ ଆଣିଦେବି,’’ ପୂର୍ବ ବୟଫ୍ରେଣ୍ଡକୁ କହିଛନ୍ତି ପ୍ରଖ୍ୟାତ ଗାୟିକା ନେହା ।

ପ୍ରେମ ପରେ ବ୍ରେକଅପ୍, ତା’ପରେ ଧମକ୍: ନେହା କକ୍କଡ଼ ହିମାଂଶ କୋହଲୀଙ୍କୁ ଚ଼େତାବନୀ ଦେଲେ
ଗାୟିକା ନେହା କକ୍କଡ଼ ଓ ଅଭିନେତା ହିମାଂଶ କୋହଲି (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 19, 2020, 3:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ରୋମାନ୍ସ ଓ ତା’ପରେ ବ୍ରେକଅପ୍‌ କଥା ସମସ୍ତଙ୍କୁ ଜଣା । ହିମାଂଶଙ୍କ ସହିତ ବ୍ରେକଅପ୍‌ ହେବା ପରେ ନେହା ଭାଙ୍ଗି ପଡ଼ିଥିଲେ । ଏପରିକି ସେ ‘ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ କାନ୍ଦିପକେଇଥିଲେ । ଆଉ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଯୋଡ଼ି ।

ନେହାଙ୍କ ସହ ବ୍ରେକଅପ୍‌ ହେବା ପରେ ପ୍ରଥମ ଥର ହିମାଂଶ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ତା’ର ଉତ୍ତରରେ ନେହା ହିମାଂଶଙ୍କୁ ଚ଼େତାବନୀ ଶୁଣାଇଛନ୍ତି ।

ନେହା କକ୍କର ଏବେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ‘ଇଣ୍ଡିଆନ ଆଇଡଲ ୧୧’ରେ ଜଜ୍‌ ଅଛନ୍ତି । ହିମାଂଶ କୋହଲି ‘ବମ୍ବେ ଟାଇମ୍ସ’କୁ କହିଥିଲେ ଯେ ଏ ମାମଲାରେ ତାଙ୍କୁ ଖଳନାୟକ ପରି ଚ଼ିତ୍ରଣ କରାଯାଇଛି । ଏହି କଥା ଉପରେ ନେହା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ଓ ହିମାଂଶ କୋହଲିଙ୍କ ନାଁ ନ ନେଇ ତାଙ୍କୁ ଚ଼େତାବନୀ ଦେଇଛନ୍ତି । ସେ ଲେଖିଛନ୍ତି: ‘‘ମୋ’ ଠାରୁ ଦୂରେଇ ରୁହ, ନଚେତ୍‌ ତୁମ ପରିବାରକୁ ଏକ୍ସପୋଜ୍‌ କରିଦେବି’’ । ନେହାଙ୍କ ଏହି ପୋଷ୍ଟ ବହୁତ ଭାଇରାଲ ହୋଇଛି । ତାକୁ ଏ ପର୍ଯ୍ୟନ୍ତ ୨୨.୩୭ ଲକ୍ଷ୍ୟ ଲାଇକ୍‌ ମିଳିଛି ।

‘‘ଯେଉଁମାନେ ମୋ’ ବିଷୟରେ ଖରାପ କହୁଛନ୍ତି ସେମାନେ କିଛି ବି ନୁହନ୍ତି । ସେମାନେ ମିଛୁଆ ଓ ମତେ ଇର୍ଷା କରୁଥିବା ଲୋକେ । ସେମାନେ ଚ଼ର୍ଚ୍ଚାରେ ଆସିବା ପାଇଁ ମୋ’ ନାଁର ବ୍ୟବହାର କରୁଛନ୍ତି । ପୂର୍ବରୁ ମଧ୍ୟ ଏଭଳି କରୁଥିଲେ । ନିଜ କାମ ପାଇଁ ଫେମଶ ହୁଅ, ମୋ’ ନାଁକୁ ନେଇ ଫେମଶ ହୁଅନି,’’ ପୋଷ୍ଟରେ ଲେଖିଛନ୍ତି ନେହା ।

ପୂର୍ବର ଖୁସି ସମୟରେ ନେହା ଓ ହିମାଂଶ


ସେ ଆହୁରି ଲେଖିଛନ୍ତି: ‘‘ଯଦି ମୁଁ ମୋ’ ମୁହଁ ଖୋଲିବି ତେବେ ତୁମର ମା’ବାପା ଓ ଭଉଣୀଙ୍କ କଥା ସବୁ ସାମ୍ନାକୁ ଆଣିଦେବି । ସେମାନେ ମୋ’ ସହ ଯାହା ଯାହା କରିଛନ୍ତି ଓ ମତେ ଯାହା ଯାହା କହିଛନ୍ତି, ସବୁ ସାମ୍ନାକୁ ଆଣିବି । ମୋ ନାଁ ନେବା ପାଇଁ ସାହାସ କର ନାହିଁ । ଦୁନିଆ ଆଗରେ ମୋତେ ଭିଲେନ୍‌ ଓ ନିଜକୁ ବିଚ଼ରା ଦେଖାଇହେବାର ଚେଷ୍ଟା କର ନାହିଁ । ମୋ ଠାରୁ ଓ ମୋ’ ନାଆଁ ଠାରୁ ଦୁରେଇ ରୁହ ।’’

ହିମାଂଶଙ୍କୁ ତାଙ୍କ ‘‘ଖରାପ୍‌ ବ୍ରେକଅପ୍‌’’ ବିଷୟରେ ‘ବମ୍ବେ ଟାଇମ୍ସ’ ଏକ ଇଣ୍ଟରଭ୍ୟୁରେ ପଚ଼ାରିବାରୁ ସେ କହିଥିଲେ: ‘‘ଯେତେବେଳେ ଆମର ବ୍ରେକଅପ୍ ହୋଇଥିଲା, ତାହା ମୋ ତରଫରୁ ଫରାପ ନ ଥିଲା । କିନ୍ତୁ ଯେତେବେଳେ ଲୋକେ ନିଜ ନିଜ ଅନୁମାନ ଲଗାଇବା ଆରମ୍ଭ କଲେ ସେତେବେଳେ ଏହା ଫରାପ ହୋଇଚ଼ାଲିଲା । ଏହା ମୋ’ ଜୀବନର ବହୁତ ଖରାପ ସମୟ ଥିଲା । ଆଜି ସବୁ କିଛି ଠିକ୍‌ ଠାକ୍ ହୋଇଯାଇଛି, ହେଲେ ଦିନ ଥିଲା ଯେତେବେଳେ ସାରା ଦୁନିଆ ସୋସିଆଲ ମିଡିଆରେ ମତେ ଗାଳି କରୁଥିଲା ।’’

‘‘୨୦୧୮ର ଶେଷରେ ଆମେ ଅଲଗା ହୋଇଥିଲୁ, ଆଉ ନେହା ଏ ବିଷୟରେ ଗୋଟେ ପୋଷ୍ଟ ସେୟାର କରିଥିଲେ । କେହି ଅସଲ କାହାଣୀ ଜାଣିବାକୁ ଚ଼ାହୁଁ ନ ଥିଲେ, ଆଉ ସମସ୍ତେ ମୋତେ ଭିଲେନ୍‌ ଭାବିନେଇଥିଲେ । ଏ ସବୁ ବହୁତ କଷ୍ଟଦାୟକ ଥିଲା କାରଣ ମୁଁ କାହାକୁ କିଛି କହିନଥିଲି ଆଉ ଲୋକେ କେବଳ ନେହାର ପୋଷ୍ଟ ପଢ଼ି ନିଜ ନିଜ ରାୟ ଦେଉଥିଲେ । ସେ ଟିଭି ଶୋ’ରେ କାନ୍ଦିପକାଇଲା, ଆଉ ସମସ୍ତେ ସ୍ଥିର କରିନେଲେ ଯେ ଏ ଘଟଣାରେ ମୋ’ ଉପରେ ହିଁ ଦୋଷ ଦେବା ଦରକାର । ମୁଁ ବି କାନ୍ଦିବାକୁ ଚାହୁଁଥିଲି, କିନ୍ତୁ ମୋତେ ସାହାସ ଦେଖାଇବାକୁ ପଡିଥିଲା,’’ କହିଛନ୍ତି ହିମାଂଶ ।
First published: February 19, 2020, 3:32 PM IST