GIC-Reliance Deal: ସିଙ୍ଗାପୁରର GIC ରିଲାଏନ୍ସ ରିଟେଲରେ ₹୫,୫୧୨.୫୦ କୋଟି ବିନିଯୋଗ କରିବ

ରିଲାଏନ୍ସ ରିଟେଲ ଏ ପର୍ଯ୍ୟନ୍ତ ୭.୨୮ ପ୍ରତିଶତ ଅଂଶଧନ ବିକ୍ରୟ କରି ୩୨,୧୯୭.୫୦ କୋଟି ଟଙ୍କା ସଂଗ୍ରହ କରିସାରିଛି । ଦେଶରେ MSMEକୁ ସଶକ୍ତ କରିବା ଓ ଭାରତୀୟ ଖୁଚୁରା କ୍ଷେତ୍ରକୁ ଅଧିକ ସଙ୍ଗଠିତ କରିବା ହେଉଛି କମ୍ପାନୀର ଉଦ୍ଦେଶ୍ୟ।

GIC-Reliance Deal: ସିଙ୍ଗାପୁରର GIC ରିଲାଏନ୍ସ ରିଟେଲରେ ₹୫,୫୧୨.୫୦ କୋଟି ବିନିଯୋଗ କରିବ
ମୁକେଶ ଅମ୍ବାନୀ; ରିଲାଏନ୍ସ ରିଟେଲର ମୂଲ୍ୟ ବର୍ତ୍ତମାନ ୪.୨୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
  • News18 Odia
  • Last Updated: October 3, 2020, 3:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର (Reliance Industries) ଖୁଚୁରା ଉଦ୍ୟମ ରିଲାଏନ୍ସ ରିଟେଲର (Reliance Retail) ୧.୨୨ ପ୍ରତିଶତ ଅଂଶଧନ ୫,୫୧୨.୫୦ କୋଟି ଟଙ୍କାରେ କିଣିବ ସିଙ୍ଗାପୁରର ବଡ଼ ନିବେଶ କମ୍ପାନୀ GIC । ଏହା ପୂର୍ବରୁ ଆବୁଧାବି ସ୍ଥିତ ସାର୍ବଭୌମ ପାଣ୍ଠି ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ (Mubadala Investment Company) ବି ରିଲାଏନ୍ସ ରିଟେଲରେ ୧.୪ ପ୍ରତିଶତ ଅଂଶଧନ ପାଇଁ ୬,୨୪୭.୫ କୋଟି ଟଙ୍କା ବିନିଯୋଗ କରିଛି ବୋଲି ଘୋଷଣା କରିଛି ।

ରିଲାଏନ୍ସ ରିଟେଲରେ ମୋଟ ବିନିଯୋଗ ୩୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ଏ ପର୍ଯ୍ୟନ୍ତ ୭.୨୮ ପ୍ରତିଶତ ଅଂଶଧନ ବିକ୍ରୟ କରି କମ୍ପାନୀ ୩୨,୧୯୭.୫୦ କୋଟି ଟଙ୍କା ସଂଗ୍ରହ କରିସାରିଛି । ବିଶ୍ୱ ସ୍ତରର ଅଗ୍ରଣୀ ଘରୋଇ ଇକ୍ୱିଟି ପାଣ୍ଠି ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଉପରେ ଭରସା ଦେଖାଉଛନ୍ତି ଓ ରିଲାଏନ୍ସର ବିଭିନ୍ନ କମ୍ପାନୀରେ ବିନିଯୋଗ କରୁଛନ୍ତି । ରିଲାଏନ୍ସ ରିଟେଲ (Reliance Retail) ଭେଞ୍ଚରର ମୂଲ୍ୟ ବର୍ତ୍ତମାନ ୪.୨୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।



ଜିଆଇସି-ରିଲାଏନ୍ସ ଡିଲ୍ (GIC-Reliance Retai Deal) ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani, Chairman and Managing Director of Reliance Industries) କହିଛନ୍ତି ଯେ ରିଲାଏନ୍ସ ଖୁଚୁରା ପରିବାର ଜିଆଇସିକୁ ସ୍ୱାଗତ କରି ବହୁତ ଖୁସି । ‘‘GIC ରିଲାଏନ୍ସ ରିଟେଲ ସହିତ ସହଭାଗୀତା କରୁଛି । ସମଗ୍ର ବିଶ୍ୱରେ ଦୀର୍ଘ ଚାରି ଦଶନ୍ଧିର ସଫଳ ଦୀର୍ଘକାଳୀନ ବିନିଯୋଗର ଟ୍ରାକ୍ ରେକର୍ଡ ବଜାୟ ରଖିଛି GIC । ମୁଁ ଏଥିରେ ବହୁତ ଖୁସି,’’ କହିଛନ୍ତି ମୁକେଶ ଅମ୍ବାନୀ ।



୨୦୦୬ରେ ରିଲାଏନ୍ସ ଦେଶର ସଙ୍ଗଠିତ ଖୁଚୁରା ବ୍ୟବସାୟରେ ପ୍ରବେଶ କରିଥିଲା । ସର୍ବ ପ୍ରଥମେ ଏହି କମ୍ପାନୀ ହାଇଦ୍ରାବାଦରେ ରିଲାଏନ୍ସ ଫ୍ରେଶ୍‌ (Reliance Fresh) ଷ୍ଟୋର ଖୋଲିଥିଲା । ନିକଟତମ ବଜାରରୁ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀ ଓ ପନିପରିବା ଯୋଗାଇବା କମ୍ପାନୀର ଉଦ୍ଦେଶ୍ୟ ଥିଲା। ୨୫,୦୦୦ କୋଟି ଟଙ୍କାରୁ ଆରମ୍ଭ କରି କମ୍ପାନୀ କଞ୍ଜ୍ୟୁମର ଡ୍ୟୁରେବଲ୍‌ ସାମଗ୍ରୀ, ଔଷଧ ଓ ଜୀବନଶୈଳୀ ଉତ୍ପାଦ ଯୋଗାଇବା ଆରମ୍ଭ କରିଥିଲା । ଏହା ପରେ ଏହି କମ୍ପାନୀ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍ ଓ ନଗଦ ବ୍ୟବସାୟ ମଧ୍ୟ ଚଳାଇବା ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ | TPG-Reliance Retail ଡିଲ୍: TPG ରିଲାଏନ୍ସ ରିଟେଲରେ ୧୮୩୭.୫ କୋଟି ଟଙ୍କା ବିନିଯୋଗ କରିବ

୨୦୦୭ରେ ରିଲାଏନ୍ସ ରିଟେଲ୍‌ ଦ୍ୱାରା ଇଲେକ୍ଟ୍ରୋନିକ୍ ଖୁଚୁରା ଚେନ୍ ଆରମ୍ଭ କରାଯାଇଥିଲା । ଏହା ପରେ ୨୦୦୮ ଓ ୨୦୧୧ରେ ରିଲାଏନ୍ସ ଟ୍ରେଣ୍ଡ ଓ ରିଲାଏନ୍ସ ମାର୍କେଟ ମାଧ୍ୟମରେ ଫ୍ୟାଶନ ଓ ହୋଲସେଲ ବ୍ୟବସାୟ ଆରମ୍ଭ ହୋଇଥିଲା । ୨୦୧୧ସୁଦ୍ଧା ରିଲାଏନ୍ସ ରିଟେଲର ବିକ୍ରୟ ମାଧ୍ୟମରେ ଆୟ ୧ ବିଲିୟନ ଡଲାର ଅତିକ୍ରମ କରିଥିଲା । ରିଲାଏନ୍ସ ରିଟେଲର ଉଦ୍ଦେଶ୍ୟ ହେଉଛି ଲକ୍ଷ ଲକ୍ଷ ଗ୍ରାହକ ଓ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ (MSME) ସଶକ୍ତ କରିବା ଏବଂ ବିଶ୍ୱ ସ୍ତରୀୟ ତଥା ଘରୋଇ କମ୍ପାନୀଗୁଡ଼ିକ ସହିତ ଭାଗିଦାରୀ କରି ଭାରତୀୟ ଖୁଚୁରା କ୍ଷେତ୍ରକୁ ଅଧିକ ସଙ୍ଗଠିତ କରିବା ।
Published by: Anand Shankar Thankur Das
First published: October 3, 2020, 3:40 PM IST
corona virus btn
corona virus btn
Loading