ମୁସେୱାଲଙ୍କୁ ହତ୍ୟା କରିବା ପରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ସେଲିବ୍ରେଶନ କରିଥିଲେ ସୁଟରମାନେ

Moose wala murder case: ମୁସେୱାଲାଙ୍କ ହତ୍ୟା ପରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରକୁ ଯାଇ ସେଠାରେ ସେଲିବ୍ରେଶନ କରିଥିଲେ ସବୁ ହତ୍ୟାକାରୀ।

ମୁସେୱାଲଙ୍କୁ ହତ୍ୟା କରିବା ପରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ସେଲିବ୍ରେଶନ କରିଥିଲେ ସୁଟରମାନେ

ମୁସେୱାଲଙ୍କୁ ହତ୍ୟା କରିବା ପରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ସେଲିବ୍ରେଶନ କରିଥିଲେ ସୁଟରମାନେ

  • Share this:
News18 Odia Digital

Moose wala murder case: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନାନୁସାରେ, ମୁସେୱାଲାଙ୍କୁ ହତ୍ୟା କରିବା ପରେ ସମସ୍ତ ସୁଟର ଗୁଜୁରାଟର ମୁନ୍ଦ୍ରା ବନ୍ଦରକୁ ଯାଇଥିଲେ ଯେଉଁଠାରେ ସେମାନେ ସେଲିବ୍ରେଶନ କରିଥିଲେ।

ଏହା ସହ ଜଡିତ ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସମସ୍ତ ସୁଟର ସମୁଦ୍ର କୂଳରେ ମସ୍ତି ମୁଡରେ ନଜର ଆସୁଛନ୍ତି। ସମସ୍ତେ ମୁନ୍ଦ୍ରା ବନ୍ଦରରେ ସମୁଦ୍ର କୂଳରେ ଫଟୋସୁଟ ମଧ୍ୟ କରିଥିଲେ।

ଭାଇରାଲ ହେଉଥିବା ଫଟୋରେ ଅଙ୍କିତ, ଦୀପକ ମୁଣ୍ଡି (ଫେରାର), ସଚିନ, ପ୍ରିୟବ୍ରତ ଫୌଜି, କପିଲ ପଣ୍ଡିତ ଓ କାଶୀଶ ଛଦ୍ମନାମ କୁଲଦୀପ ଏକ ଲାଲ୍ ଚେକ୍ ସାର୍ଟରେ ନଜର ଆସୁଛନ୍ତି।

ସେଥିରେ କପିଲ ପଣ୍ଡିତ ଓ ସଚିନ ସୁଟରମାନଙ୍କୁ ପଞ୍ଜାବରୁ ଖସିଯିବା ଓ ହତ୍ୟା ପରେ ଲୁଚାଇବାରେ ସାହାଯ୍ୟ କରିଥିଲେ। ଗୋଟିଏ ପଟେ, ଯେଉଁଠାରେ ଏହି ସମସ୍ତ ସୁଟର ସମୁଦ୍ର କୂଳରେ ପାର୍ଟି କରୁଥିଲେ, ସେହି ସମୟରେ ଅନେକ ରାଜ୍ୟର ପୋଲିସ ସେମାନଙ୍କୁ ଖୋଜିବାରେ ନିୟୋଜିତ ଥିଲେ।
Published by:Lipina Das
First published: