Moose Wala Dead: କିଏ ଓ କାହିଁକି ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କଲା? ସାମ୍ନାକୁ ଆସିଲା ବଡ଼ ସତ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ କିଏ ଅଛନ୍ତି ସେନେଇ ମାନସା ଏସଏସପି ଗୌରବ ତୁରା ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ନିଜକୁ ଦାୟୀ କରିଛି।

ସିଦ୍ଧୁ ମୁସେୱାଲା (ପ୍ରତୀକାତ୍ମକ ଛବି)

ସିଦ୍ଧୁ ମୁସେୱାଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ କିଏ ଅଛନ୍ତି ସେନେଇ ମାନସା ଏସଏସପି ଗୌରବ ତୁରା ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ପାଇଁ କନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ନିଜକୁ ଦାୟୀ କରିଛି। ଏସଏସପି କହିଛି ଯେ ୩ଟି ଗାଡ଼ି ଆସି ମୁସେୱାଲାଙ୍କ କାରକୁ ଅଟକାଇଥିଲେ।

ମୁସେୱାଲା ଆଜି ବୁଲେଟପ୍ରୁଫ୍ କାର ନେଇ ନଥିଲେ, ତାଙ୍କ ପାଖରେ ଅଙ୍ଗରକ୍ଷୀ ମଧ୍ୟ ନଥିଲେ। ସୂଚନାନୁସାରେ, ତାଙ୍କ ଉପରେ ୯ ମିମି ପିସ୍ତଲରେ ଗୁଳି ଚଲା ହୋଇଥିଲା। ପୋଲିସ କହିଛି ଯେ ନିଜେ ସିଦ୍ଧୁ ମୁସେୱାଲା ଗାଡ଼ି ଚଳାଉଥିଲେ। ଲରେନ୍ସ ବିଷ୍ଣୋଇ ଓ ଲକି ପାଟିଆଲଙ୍କ ମଧ୍ୟରେ ହୋଇଥିବା ଗ୍ୟାଙ୍ଗ ଯୁଦ୍ଧ ଯୋଗୁଁ ମୋସୱାଲାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଲରେନ୍ସ ବିଷ୍ଣୋଇ ସହଯୋଗୀ ଗୋଲ୍ଡି ବରାର ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି।

ଗ୍ୟାଙ୍ଗ ଯୁଦ୍ଧକୁ ନେଇ ପୋଲିସ କାହିଁକି ସନ୍ଦେହ କରୁଛି?

୨୦୨୧ ମସିହାରେ ଭିକି ମିଦ ଦୁଖେଡ଼ାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତକୁ ନିକଟରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଧରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ସାର୍ପ ସୁଟର ସଜନ ସିଂ ଛଦ୍ମନାମ ଭୋଲୁ, ଅନିଲ କୁମାର ଛଦ୍ମନାମ ଲାଥ ଓ ଅଜୟ କୁମାର ଛଦ୍ମନାମ ସନ୍ନି କୌଶଲ ।

ଏହି ତିନିଜଣ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ କହିଥିଲେ ଯେ ସେହି ହତ୍ୟାରେ ଜଣେ ପ୍ରସିଦ୍ଧ ଗାୟକଙ୍କ ମ୍ୟାନେଜର ସମ୍ପୃକ୍ତ ଥିଲେ। ସୂଚନାନୁସାରେ, ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଥିଲେ। ପୋଲିସ୍ ସନ୍ଦେହ କରୁଛି ଯେ ବିକି ମୁଦୁଖେରା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନିକଟତର ଥିଲେ ଓ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଲରେନ୍ସ  ହୁଏତ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ହତ୍ୟା କରିଥିବେ। କାନାଡ଼ାରେ ବସିଥିବା ଗୋଲଡି, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ଲରେନ୍ସ ଗ୍ୟାଙ୍ଗ ସହିତ କାର୍ଯ୍ୟ କରନ୍ତି।
Published by:Soumya Das
First published: