ବିକ୍ରମ ବରାର (ପ୍ରତୀକାତ୍ମକ ଛବି)
News18 Odia Digital
ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କୁ ମିଳିଥିବା ଧମକ ଚିଠିର ମାଷ୍ଟରମାଇଣ୍ଡ ହେଉଛି ରାଜସ୍ଥାନର ହନୁମାନଗଡର ବାସିନ୍ଦା ବିକ୍ରମ ବରାର। ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ବିକ୍ରମର ସାଙ୍ଗ ନ୍ୟୁଜ୍ 18 ଇଣ୍ଡିଆର ଏହି କଥା ଖୁଲାସା କରିଛି। ଏହା ସହିତ ସଲମାନ ଖାନଙ୍କ ଘର ବାହାରେ ମିଳିଥିବା ଧମକ ଚିଠି ସହିତ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ନାମ ପ୍ରକାଶ ପାଇଛି। ସେମାନଙ୍କର ନାମ ସୁରଜ ଓ ଆମସା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଏହି ତିନି ଜଣ ବ୍ୟକ୍ତି ରାଜସ୍ଥାନର ଜାଲୋରର ବାସିନ୍ଦା।
ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଆସିଥିବା ଧମକ ଚିଠି ସମ୍ପର୍କରେ ପୁଣେ ପୋଲିସ ଗିରଫ ଅଭିଯୁକ୍ତ ମହାକାଳକୁ ପଚରାଉଚରା କରୁଛି। ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ଶୀର୍ଷ ସ୍ତରର ସୂତ୍ର ଅନୁଯାୟୀ, ଧମକ ଚିଠି ପଛରେ ଥିବା ସମସ୍ତ ଚରିତ୍ର ଚିହ୍ନଟ କରାଯାଇଛି।
ସିଦ୍ଧୁ ହତ୍ୟାକାଣ୍ଡ ମାମଲାରେ ବିକ୍ରମ ବରାର ସାମିଲ ଥିଲା। ଏବେ ମଧ୍ୟ ସଲମାନ ଖାନଙ୍କ ଧମକ ଭରା ଚିଠି ପଛରେ ତାର ହାତ ଅଛି ନେଇ ଖବର ସାମ୍ନାକୁ ଆସିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।