News 18 Odia Digital
ସିଦ୍ଧୁ ମୋସେୱାଲା ହତ୍ୟା ମାମଲା: ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୋଲିସ ସହ ଦୁଇଜଣ ୱାଣ୍ଟେଡ ସୁଟରଙ୍କ ଏନକାଉଣ୍ଟର ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ଉଭୟ ସୁଟରଙ୍କୁ ପଞ୍ଜାବ ପୋଲିସ ଘେରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟ୍ଟାରୀ ସୀମା ନିକଟ ଭକନା ଗ୍ରାମରେ ସୁଟର ଜଗୃପ ରୂପା ଓ ମନପ୍ରୀତ/ ମନୁ ଖୁସା ଙ୍କ ସହ ପୋଲିସର ଗୁଳି ବିନିମୟ ଲାଗି ରହିଛି ।
ଏହି ଏନକାଉଣ୍ଟରରେ ଅଭିଯୁକ୍ତଙ୍କୁ ସାମ୍ନା କରିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଫୋର୍ସ ଡକାଯାଇଛି। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ସାର୍ପ ସୁଟର ମନପ୍ରୀତ ଓ ଜଗୃପ୍ ରୂପାଙ୍କୁ ପଞ୍ଜାବ ପୋଲିସ ଘେରି ରହିଛି।
ହୁସିଆର ନଗରରେ ଏନକାଉଣ୍ଟର !ଏହା ପରେ ପଞ୍ଜାବ ପୋଲିସ୍ କର୍ମଚାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଡକାଯାଇ ଉଭୟଙ୍କୁ ଘେରି ରହିଥିଲେ। ଅଟ୍ଟାରୀ ସୀମାକୁ ଯାଉଥିବା ରାସ୍ତାରେ ଭକନା ଗ୍ରାମ ନିକଟ ହୁସିଆର ନାଗରରେ ଏନକାଉଣ୍ଟର ଚାଲିଛି। ଏହି ଅଞ୍ଚଳ ଭାରତ-ପାକିସ୍ଥାନ ସୀମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ସାର୍ପ ସୁଟରମାନେ ଗୋଟିଏ କୋଠରୀରେ ଲୁଚି ରହି ପୋଲିସ ଉପରକୁ ଗୁଳି ଚଲାଉଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀ ଆହତ ମଧ୍ଯ ହୋଇଥିବା ସୂଚନା ମିଳିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।