Karnataka New CM: କର୍ଣ୍ଣାଟକର ନୂଆ ସିଏମ ହେବେ ସିଦ୍ଧରମୈୟା! କାଲି ନେବେ ଶପଥ

Karnataka New CM: କଂଗ୍ରେସ କର୍ଣ୍ଣାଟକର ସିଏମ ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଧରମୈୟାଙ୍କ ଉପରେ ବିଶ୍ୱାସ ଦେଖାଇଛି।

କର୍ଣ୍ଣାଟକର ନୂଆ ସିଏମ ହେବେ ସିଦ୍ଧରମୈୟା!

କର୍ଣ୍ଣାଟକର ନୂଆ ସିଏମ ହେବେ ସିଦ୍ଧରମୈୟା!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Karnataka New CM: ଚାରି ଦିନର ଆଲୋଚନା ପରେ କଂଗ୍ରେସ (Congress) କର୍ଣ୍ଣାଟକର ସିଏମ୍ ? (Karnataka CM) ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଧରମୈୟାଙ୍କ (Siddaramaiah) ଉପରେ ବିଶ୍ୱାସ ଦେଖାଇଛି।

ସୂଚନାନୁସାରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି। କର୍ଣ୍ଣାଟକ ସିଏମ୍ ଦୌଡ଼ରେ ସିଦ୍ଧରମୈୟା ଓ ଡି.କେ ଶିବକୁମାର ଥିଲେ। କର୍ଣ୍ଣ-ଅର୍ଜୁନଙ୍କ ଭଳି ଏହି ଦୁଇ ନେତା ନିଜର ଦକ୍ଷତା ଓ ଲୋକପ୍ରିୟତାରେ କାହାଠାରୁ କମ୍ ନୁହଁନ୍ତି। ସେ ଆସନ୍ତାକାଲି ଶପଥ ନେଇ ପାରିନ୍ତି।

ସୂତ୍ର ମୁତାବକ, ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ଏହାପରେ ସେ ଶପଥ ନେବେ। ଏନେଇ ଆଜି ରାହୁଲ ଉଭୟ ସିଦ୍ଧରମୈୟା ଓ ଶିବକୁମାରଙ୍କ ସହ ବୈଠକ କରିବେ। ଗୋଟିଏ ପଟେ ଦଳ ବଡ଼ କଷ୍ଟରେ କର୍ଣ୍ଣାଟକ ହାତେଇଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ଦଳରେ କନ୍ଦଳ ସୃଷ୍ଟି ନହେଉ, ସେନେଇ କଂଗ୍ରେସ ଆଶଙ୍କା ମଧ୍ୟରେ ରହିଛି।

ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କଂଗ୍ରେସ ନିଯୁକ୍ତ କରିଥିଲା ତିନି ପର୍ଯ୍ୟବେକ୍ଷକ

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିଲା। କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂଆ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଡ଼କାଇଥିଲା। ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା କରାଯାଇଥିଲା।

କଂଗ୍ରେସ ନିଯୁକ୍ତ କରିଥିବା ତିନିଜଣ ପର୍ଯ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ।

ରବିବାର ଦିନ ନବ ନିର୍ବାଚିତ ବିଧାୟକମାନେ ସର୍ବସମ୍ମତି କ୍ରମେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିବାକୁ ଅନୁମତି ଦେଇଥିଲେ। ସିଦ୍ଧରମୈୟା ଦିଲ୍ଲୀରେ ପହଞ୍ଚିଥିଲେ। ବୈଠକ ପରେ ସେ ଖଡ଼ଗେଙ୍କୁ ଭେଟିବେ। ଡି.କେ ଶିବକୁମାରଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଥିଲା। ଅପରାହ୍ନ ସୁଦ୍ଧା ସେ ଦିଲ୍ଲୀ ଆସିଥିବାର ଆଲୋଚନା ହେଉଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କର ସ୍ୱର ବଦଳିଗଲା ।

ପଢ଼ନ୍ତୁ ଏହି ଖବର:  PM ମୋଦିଙ୍କ ପୂର୍ବରୁ ଆମେରିକା ଯିବେ ରାହୁଲ ଗାନ୍ଧି; ୧୦ ଦିନରେ କରିବେ ଏହି ସବୁ କାମ

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଥିଲେ, 'ମୋର ପେଟ ସଂକ୍ରମଣ ଅଛି ଓ ମୁଁ ଆଜି ଦିଲ୍ଲୀ ଯିବି ନାହିଁ। କଂଗ୍ରେସରେ ୧୩୫ ଜଣ ବିଧାୟକ ଅଛନ୍ତି। ମୋର କୌଣସି ବିଧାୟକ ନାହାଁନ୍ତି । ମୁଁ ଏହି ନିଷ୍ପତ୍ତି ଦଳର ହାଇ କମାଣ୍ଡଙ୍କ ଉପରେ ଛାଡିଛି । କେବଳ ସେତିକି ନୁହେଁ ସେ ସିଦ୍ଧରମୈୟାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।’’
Published by:Lipina Das
First published: