ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ସରନ ନେଗିଙ୍କ ପରଲୋକ

ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ୧୦୬ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଶ୍ୟାମଶରଣ ନେଗି

ଶ୍ୟାମଶରଣ ନେଗି

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ୧୦୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ନେଗି ହିମାଚଳ ପ୍ରଦେଶର କିନ୍ନୁରରୁ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨ରେ ନିଜର ଭୋଟ୍ ଦେଇଥିଲେ। ଖବର ଅନୁଯାୟୀ, ଭୋଟ୍ ସମୟରେ ମଧ୍ୟ ନେଗି ଅସୁସ୍ଥ ଥିଲେ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୧୪ଶ ବିଧାନସଭା ନିମନ୍ତେ ଭୋଟ୍‌ ଦେବେ ବୋଲି ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଫର୍ମ ପକାଇଥିଲେ। ୧୯୫୧‌ରେ ପ୍ରଥମେ ଭାରତର ସାଧାରଣ ନିର୍ବାଚନରେ ଭୋଟ୍‌ ଦେଇଥିବା ନେଗି ଲୋକସଭା ନିର୍ବାଚନରେ ୧୬ ଥର ଭୋଟ୍‌ ଦେଇଛନ୍ତି।

କିନ୍ନୁର ଜିଲ୍ଲାପାଳ ଆବିଦ୍‌ ହୁସେନ୍‌ କହିଛନ୍ତି ଯେ, ତାଙ୍କୁ ସମ୍ମାନ ଚିରବିଦାୟ ଦେବା ନିମନ୍ତେ ବାଜା ପାର୍ଟି ବି ଡକାଯାଇଛି। ୧୯୫୧ ପରେ ସେ ପ୍ରତ୍ୟେକ ଲୋକସଭା, ବିଧାନସଭା ଏବଂ ସମସ୍ତ ସ୍ଥାନୀୟ ସଂସ୍ଥାରେ ଭୋଟ୍ ଦେଇଥିଲେ। ତାଙ୍କୁ ୨୦୧୪ରେ ରାଜ୍ୟର ନିର୍ବାଚନ ଆଇକନ୍ ମଧ୍ୟ କରାଯାଇଥିଲା।

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ନାଗରିକ ଭୋଟ୍ ଦେବା ଉଚିତ୍ ବୋଲି ମତ ଦେବା ପରେ ମାଷ୍ଟର ନେଗି ପ୍ରତ୍ୟେକ ଥର ଆବେଦନ କରୁଥିଲେ। ସେ କହୁଥିଲେ ଯେ ଯୁବ ଭୋଟରମାନେ ସେମାନଙ୍କର ମତଦାନ କରିବା ଏବଂ ଦେଶକୁ ମଜବୁତ କରିବାରେ ସହଯୋଗ କରିବା ଉଚିତ୍।ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ୫୦୯୩ ସାଧାରଣ ଲୋକ ଡାକଘର ମାଧ୍ୟମରେ ଭୋଟ୍ ଦେଇଛନ୍ତି। ଡାକ ବାଲଟ୍‌ ଦ୍ୱାରା ମତଦାନ ନଭେମ୍ବର ୧ ରୁ ଆରମ୍ଭ ହୋଇଥିଲା ଏବଂ ନଭେମ୍ବର ୧୧ ପୂର୍ବରୁ ଶେଷ ହେବ।
Published by:Soumyashree Mishra
First published: