News18 Odia Digital
ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିୱାରୀ (Shweta Tiwari) ଓ ତାଙ୍କ ପୂର୍ବତନ ସ୍ୱାମୀ ଅଭିନବ କୋହଲିଙ୍କ (Abhinav Kohli) ମଧ୍ୟରେ ଗଭୀର ମତପାର୍ଥକ୍ୟ ଜାରି ରହିଛି, ଯାହାର ଯନ୍ତ୍ରଣା ତାଙ୍କ କୁନି ପୁଅକୁ ଭୋଗିବାକୁ ପଡୁଛି । ପୁଅ ରେୟାନ୍ସକୁ ନେଇ ଦୁହେଁ ପରସ୍ପର ସହ ଲଢ଼ିବା ଜାରି ରଖିଛନ୍ତି ।
ନିକଟରେ ଶ୍ୱେତା ତିୱାରୀ ତାଙ୍କ କଲୋନୀରୁ ଏକ ସିସିଟିଭି ଫୁଟେଜ୍ ଶେୟାର କରି ଅଭିନବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଭିଡିଓରେ ଅଭିନବ ତାଙ୍କଠାରୁ ତାଙ୍କ ପୁଅକୁ ଛଡ଼ାଇ ନେଉଥିବା ଦେଖାଯାଇଥିଲେ (Shweta Tiwari video) । ସେହି ଭିଡିଓ ବାହାରକୁ ଆସିବା ପରେ ଅଭିନବ ଇନଷ୍ଟାଗ୍ରାମରେ ଏକ ଲମ୍ବା ଭିଡିଓ ଶେୟାର୍ କରି ନିଜ ପକ୍ଷ ରଖିଛନ୍ତି ଓ ଶ୍ୱେତା ମିଛ କହୁଛନ୍ତି ବୋଲି କହିଥିଲେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେଅଭିନବ ପୋଷ୍ଟ କରିଥିବା ଭିଡିଓରେ (Abhinav Kohli Video) ସେ ଫୋନରେ ଅନେକ ଭିଡିଓ ଦେଖାଇଥିଲେ । ସେ ଦାବି କରିଥିଲେ ଯେ ତାଙ୍କ ପୁଅ ରେୟାନ୍ସ ତାଙ୍କ ସହ ରହିବାକୁ ଚାହୁଁଛି । ଏକ ଭିଡିଓରେ ଅଭିନବ ରେୟାନ୍ସକୁ ପଚାରିଛନ୍ତି, ‘‘ମୋ’ କଥା ତୋ’ର ମନେ ପଡ଼େ?’’ ଉତ୍ତରରେ ରେୟାନ୍ସ କହୁଛି, ‘‘ହଁ, ମୁଁ ତୁମକୁ ବହୁତ ମିସ୍ କରେ । ମୁଁ ଯେତେବେଳେ ଭିଡିଓ କଲ୍ କରେ, ମୁଁ ତୁମ ସହ କଥାବାର୍ତ୍ତା କରେ । ମୁଁ ମା’ ସହିତ କଥାବାର୍ତ୍ତା କରେନି ।’’
ଏହା ବି ପଢ଼ନ୍ତୁ | ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେଏଇଠି ଦେଖନ୍ତୁ ଶ୍ୱେତା ପୋଷ୍ଟ କରିଥିବା ଭିଡିଓ:
ଅଭିନବ ନିଜ ପୁଅ ରେୟାନ୍ସ ସହିତ ରେକର୍ଡ କରିଥିବା ଅନେକ ଭିଡିଓ ଦେଖାଇଥିଲେ । ସେ କହିଥିଲେ ଯେ ଯେତେବେଳେ ଶ୍ୱେତାଙ୍କୁ କରୋନା ସଂକ୍ରମଣ (Coronavirus) ହୋଇଥିଲା, ପୁଅଟି ତାଙ୍କ ସହ ଥିଲା । ଶ୍ୱେତା ସୁସ୍ଥ ହେବା ପରେ ପିଲାଟି ଆଉ ତା’ ମା’ ପାଖକୁ ଯିବାକୁ ପ୍ରସ୍ତୁତ ନ ଥିଲା ।
ଏଇଠି ଦେଖନ୍ତୁ ଅଭିନବ ପୋଷ୍ଟ କରିଥିବା ଭିଡିଓ:
‘‘ମୁଁ ସବୁ ପୁରୁଷଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ଭିଡିଓ ବନେଇ ରଖିବା ଉଚିତ୍ । ଏହା ଆପଣଙ୍କୁ ଅନ୍ୟ କାହାରି ମିଛ କହିବାରୁ ରକ୍ଷା କରିପାରିବ । ନହେଲେ ଯେକୌଣସି ବ୍ୟକ୍ତି ସହଜରେ ଆପଣଙ୍କୁ ଠକିବ । ଆଜିର ସମୟରେ ଏହା ଆବଶ୍ୟକ,’’ କହିଛନ୍ତି ଅଭିନବ ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲାଅଭିନବ ଦେଖାଉଥିବା ଏକ ଭିଡିଓରେ ଶ୍ୱେତା ଅଭିନବଙ୍କ ଘରେ ଅଛନ୍ତି ଓ ସେ ରେୟାନ୍ସକୁ ଶୁଆଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ରେୟାନ୍ସ ଶ୍ୱେତାଙ୍କୁ ସେଠୁ ଚାଲିଯିବାକୁ କହୁଥିବା ଦେଖାଯାଉଛି । ଆହୁରି ମଧ୍ୟ ରେୟାନ୍ସ କହୁଛି ଯେ ତାକୁ କେବଳ ପାପା ଭଲ ପାଆନ୍ତି । ତା’ପରେ ଶ୍ୱେତା ତାକୁ କହୁଛନ୍ତି, ‘‘ତତେ କେବଳ ପାପା ନୁହେଁ, ମାମା ବି ଭଲ ପାଏ।’’
ଅଭିନବ କୋହଲି ପୁଅର ହେପାଜତ (କଷ୍ଟଡି) ଅଧିକାର ପାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଶ୍ୱେତା ଏଥି ପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି । ଏହି କାରଣରୁ ସେ ନିଜ ପୁଅକୁ ଅଭିନବଙ୍କଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । କିନ୍ତୁ ଅଭିନଭ ଶ୍ୱେତାଙ୍କ ଜୀବନରେ ହସ୍ତକ୍ଷେପ କରିବା ଜାରି ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।