କଂସଙ୍କ ଧୋବାଙ୍କୁ କାହିଁକି ବଧ କରିଥିଲେ ଶ୍ରୀକୃଷ୍ଣ? ଜାଣନ୍ତୁ ପୌରାଣିକ କଥା

ଗୋକୁଳ ହେଉ କି ମଥୁରା ହେଉ, ଶ୍ରୀକୃଷ୍ଣ ଭକ୍ତମାନଙ୍କ ସହିତ ଅନେକ ପାପୀଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଅପମାନ କରିଥିବା ଜଣେ ଧୋବାକୁ ମଧ୍ୟ ମୁକ୍ତି ଦେଇଥିଲେ ଭଗବାନ କୃଷ୍ଣ ।

ପୌରାଣିକ କଥା

ପୌରାଣିକ କଥା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭଗବାନ କୃଷ୍ଣଙ୍କ ଜୀବନ ଗାଥା ବାବଦରେ ସହିତ ସମସ୍ତଙ୍କର କିଛି ନା କିଛି ଧାରଣା ରହିଛି। ଗୋକୁଳ ହେଉ କି ମଥୁରା ହେଉ, ଶ୍ରୀକୃଷ୍ଣ ଭକ୍ତମାନଙ୍କ ସହିତ ଅନେକ ପାପୀଙ୍କୁ ଉଦ୍ଧାର କରିଛନ୍ତି। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଶ୍ରୀ କୃଷ୍ଣଙ୍କୁ ଅପମାନିତ କରୁଥିବା ଜଣେ ଧୋବାକୁ ମଧ୍ୟ ପରିତ୍ରାଣ ଦେଇଛନ୍ତି। ଯେତେବେଳେ ଶ୍ରୀ କୃଷ୍ଣ ମଥୁରାକୁ କଂସ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଆସିଥିଲେ, ସେତେବେଳେ ଜଣେ ଧୋବା କୃଷ୍ଣଙ୍କ ପୋଷାକ ଉପରେ ମନ୍ତବ୍ୟ ଦେଇଥିଲେ। ଯେଉଁ କାରଣରୁ କ୍ରୋଧିତ ଶ୍ରୀକୃଷ୍ଣ ସେହି ଧୋବାକୁ ବଧ କରିଥିଲେ। ଆସନ୍ତୁ ଏହାର ଆକର୍ଷଣୀୟ କାହାଣୀ ଜାଣିବା।

ପଣ୍ଡିତ ଇନ୍ଦ୍ରମଣି ଘନସାଲ କହିଛନ୍ତି ଯେ ଅକ୍ରୁର କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିଥିଲେ। ସେହି ସମୟରେ କଂସଙ୍କ ପ୍ରସାଦରେ ପ୍ରବେଶ କରିବା ସମୟରେ ଶ୍ରୀକୃଷ୍ଣ ଓ ବଳରାମ ଗୋପାଳକଙ୍କ ପୋଷାକ ପିନ୍ଧିଥିଲେ।  ଦ୍ୱାରରେ ଜଣେ ଧୋବା ଠିଆ ହୋଇଥିଲେ, ଯାହାର ହାତରେ ରାଜାମାନଙ୍କର ପୋଷାକ ଥିଲା। ଶ୍ରୀକୃଷ୍ଣ ଓ ବଳରାମ ଧୋବାଙ୍କୁ ରାଜକୀୟ ପୋଷାକ ମାଗିଲେ, ଯେପରି ସେହି ପୋଷାକ ପିନ୍ଧି ସେମାନେ ରାଜପ୍ରାସାଦକୁ ଯାଇପାରିବେ। କିନ୍ତୁ, ଧୋବା ଜଣଙ୍କ ପୋଷାକ ଦେବାକୁ ମନା କରି ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦୁର୍ବ୍ୟବହାର କରିଥିଲେ।  ଧୋବା ଜଣଙ୍କ କହିପକାଇଲେ ଉଭୟ ଜଙ୍ଗଲୀ ଓ ଦାସ ପରି ପରିହିତ ହେଉଛନ୍ତି। ଏହା ଶୁଣି ଶ୍ରୀକୃଷ୍ଣ ରାଗିଗଲେ ଓ ଆଙ୍ଗୁଠିର ଆଘାତରେ ଧୋବାର ବେକକୁ ଶରୀରରୁ ଅଲଗା କରିଦେଇଥିଲେ।

ପୁରାଣ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ଵଧ କରିଥିବା ଧୋବା ତାଙ୍କ ପୂର୍ବ ଜନ୍ମରେ ମଧ୍ୟ ପାପ କରିଥିଲେ। ବିଶ୍ୱାସ କରାଯାଏ ଯେ ଏହି ସମାନ ବ୍ୟକ୍ତି ତ୍ରେତୟା ଯୁଗରେ ମାତା ସୀତାଙ୍କୁ ଅପମାନିତ କରିଥିଲେ ଓ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଅପମାନିତ କରିଥିଲେ। କିନ୍ତୁ, ଶ୍ରୀକୃଷ୍ଣ ଧୋବା ପରି ଜଣେ ପାପୀକୁ ମଧ୍ୟ ନିଜ ହାତରେ ବଧ କରି ତାଙ୍କୁ ପରିତ୍ରାଣ ଦେଇଥିଲେ।
Published by:Soumya Das
First published: