ମାରି ଦେବାକୁ ଧମକ ଦେଇଛି ଅଫତାବ...୨୦୨୦ରେ ମୁମ୍ବାଇ ପୋଲିସକୁ ଅଭିଯୋଗ କରିଥିଲେ ଶ୍ରଦ୍ଧା

ଅଫତାଵ ତାଙ୍କୁ ମାଡ଼ ମାରୁଛି ଓ ଧମକ ଦେଉଛି ବୋଲି ୨୦୨୦ରେ ଶ୍ରଦ୍ଧା ପୋଲିସକୁ ଅଭିଯୋଗ ଦେଇଥିଲେ। ଅଭିଯୋଗ ଦେବା ପରେ ମଧ୍ୟ ଅଫତାବଙ୍କଠାର ଅଲଗା ହୋଇନଥିଲେ ଶ୍ରଦ୍ଧା।

୨୦୨୦ରେ ମୁମ୍ବାଇ ପୋଲିସକୁ ଅଭିଯୋଗ କରିଥିଲେ ଶ୍ରଦ୍ଧା

୨୦୨୦ରେ ମୁମ୍ବାଇ ପୋଲିସକୁ ଅଭିଯୋଗ କରିଥିଲେ ଶ୍ରଦ୍ଧା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଦୁଇ ବର୍ଷ ପୂର୍ବେ ଶ୍ରଦ୍ଧା ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଥିଲେ ଯେ ତାଙ୍କ ପ୍ରେମିକ ଅଫତାବ ତାଙ୍କୁ ଖଣ୍ଡ ଖଣ୍ଡ କରିଦେବାକୁ ଧମକ ଦେଇଛନ୍ତି। ଏହି ଘଟଣାର ତଦନ୍ତରେ ନିୟୋଜିତ ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି।

୨୩ ନଭେମ୍ବର ୨୦୨୦ରେ ଶ୍ରଦ୍ଧା ପୋଲିସକୁ ଅଭିଯୋଗ ଦେଇଥିଲେ। ଏହି ସମୟରେ ଝଗଡା ପରେ ଶ୍ରଦ୍ଧାଙ୍କ ମୁହଁରେ ଆଘାତ ହୋଇଥିଲା। ଯାହାର ଫଟୋ ସେ ନିଜ ସାଙ୍ଗ କରନ ସହ ସେୟାର କରିଥିଲେ। ଏଥିପାଇଁ ଶ୍ରଦ୍ଧାଙ୍କୁ ଚିକିତ୍ସା ପାଇଁ ଏକ ସପ୍ତାହ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୋଲିସକୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଶ୍ରଦ୍ଧା ଲେଖିଥିଲେ ଯେ ଆଜି ଅଫତାଵ ମୋତେ ମାରିବାକୁ ଚେଷ୍ଟା କରିଛି ଓ ସେ ମୋତେ ଭୟଭୀତ କରି କହିଛି ଯେ ସେ ମୋତେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେବ। ଛଅ ମାସ ବିତିଗଲାଣି, ସେ ମୋତେ ଲଗାତାର ମାଡ଼ ମାରୁଛି, କିନ୍ତୁ ମୋର ନିଜକୁ ରକ୍ଷା କରିବାକୁ ସାହସ ନାହିଁ।

ଅଭିଯୋଗ ଦେବା ପରେ ମଧ୍ୟ ଶ୍ରଦ୍ଧା ଅଫତାବଙ୍କଠାରୁ ଅଲଗା ହୋଇନଥିଲେ ଓ ତାଙ୍କ ସହ ରହୁଥିଲେ। ଦୁହେଁ ଏକ ଡେଟିଂ ଆପରେ ସାକ୍ଷାତ ହୋଇଥିଲେ। ୨୦୧୯ରେ, ଉଭୟ ଏକ ସମ୍ପର୍କ ସ୍ଥାପନ କରିଥିଲେ। ୨୦୨୦ ରେ ପୋଲିସକୁ ଅଭିଯୋଗ ଦେବା ପରେ ମଧ୍ୟ ସେମାନେ ଏକାଠି ରହିଥିଲେ ଓ ଚଳିତ ବର୍ଷ ମେ ମାସରେ ମୁମ୍ବାଇରୁ ଦିଲ୍ଲୀ ଯାଇଥିଲେ।
Published by:Soumya Das
First published: