ଶ୍ରଦ୍ଧା ହତ୍ୟାକାଣ୍ଡରେ ବଡ଼ ଖୁଲାସା; ବାପାଙ୍କ DNA ସହ ଶ୍ରଦ୍ଧାଙ୍କ ହାଡ଼ର DNA ମ୍ୟାଚ୍

Shraddha Murder Case: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡରେ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସକୁ ଜଙ୍ଗଲରୁ ମିଳିଥିବା ହାଡ଼ଖଣ୍ଡର ଡିଏନଏ ରିପୋର୍ଟ ଶ୍ରଦ୍ଧାଙ୍କ ପିତାଙ୍କ ନମୁନା ସହ ମେଳ ଖାଉଛି।

ଶ୍ରଦ୍ଧା ହତ୍ୟାକାଣ୍ଡରେ ବଡ଼ ଖୁଲାସା

ଶ୍ରଦ୍ଧା ହତ୍ୟାକାଣ୍ଡରେ ବଡ଼ ଖୁଲାସା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Shraddha Murder Case: ଶ୍ରଦ୍ଧା ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ଖୁଲାସା କରାଯାଇଛି। ଶେଷରେ ଶ୍ରଦ୍ଧା ୱାକରଙ୍କ ହତ୍ୟା ମାମଲାରେ ପୋଲିସ କିଛି ପ୍ରମୁଖ ଶାରୀରିକ ପ୍ରମାଣ ପାଇଛି।

DNA ଅନୁସନ୍ଧାନରୁ ଜଣାପଡ଼ିଛି

ମେ ମାସରେ ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ପୁନାୱାଲାଙ୍କୁ ହତ୍ୟାକାରୀ ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ବିବୃତ୍ତି ଆଧାରରେ ପୋଲିସ ମହରୋଲୀ ଜଙ୍ଗଲରୁ କିଛି ହାଡ଼ ଉଦ୍ଧାର କରିଥିଲା। ପୋଲିସ ଏକ ମାନବ ଜଙ୍ଘ ହାଡ଼ ମଧ୍ୟ ପାଇଥିଲା। ଯେଉଁଥିରେ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ହାଡ଼ ଡିଏନଏ ସହ ମ୍ୟାଚ କରୁଛି ବୋଲି ପୋଲିସ ପକ୍ଷକୁ କୁହାଯାଇଛି।

ସୂଚନାଯୋଗ୍ୟ, ଏହି ହାଡ଼ଖଣ୍ଡ ମହରୋଲୀ ଜଙ୍ଗଲ କ୍ଷେତ୍ରରୁ ମିଳିଥିଲା। ଶ୍ରଦ୍ଧାଙ୍କୁ ତାଙ୍କ ଲିଭଇନ୍ ପାର୍ଟନର ଅଫତାବ ପୁନାୱାଲା ହତ୍ୟା କରିଥିଲା। ହତ୍ୟା ପରେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ଶ୍ରଦ୍ଧାଙ୍କ ହାଡ଼ଖଣ୍ଡକୁ ଫିଙ୍ଗିବା ପୂର୍ବରୁ ଅଫତାବ ମହୋରଲୀ ସ୍ଥିତ ନିଜ ଘରେ ଏକ ୩୦୦ ଲିଟର ଫ୍ରିଜରେ ୩ ସପ୍ତାହ ପର୍ଯ୍ୟନ୍ତ ରଖିଥିଲା।

ମେ ୧୮ରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିଲା

ଏପର୍ଯ୍ୟନ୍ତ, ପ୍ରମାଣ ତାଲିକାରେ ପୋଲିସ ପାଖରେ ଅଫତାବଙ୍କ ଦ୍ବାରା ବ୍ୟବହାର କରିଥିବା ଛୁରୀ ଅଛି। ଅଫତାବ ମେ ୧୮ରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଶ୍ରଦ୍ଧାଙ୍କ ମୋବାଇଲ୍ ଲୋକେସନରୁ ଅଫତାବଙ୍କ ପାଖରେ ପହଞ୍ଚିଥିଲା ପୋଲିସ

ଅଫତାବ ସେହି ଫ୍ଲାଟରେ ରହୁଥିଲେ ଯେଉଁଠାରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ସେ ସେଠାରେ ଆରାମରେ ରହୁଥିଲେ। ସେ ଶ୍ରଦ୍ଧାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ୟବହାର କରି ପୋଲିସ ଏବଂ ଲୋକଙ୍କୁ ଭ୍ରମିତ କରୁଥିଲେ। କିନ୍ତୁ ଶ୍ରଦ୍ଧାଙ୍କ ମୋବାଇଲ୍ ଲୋକେସନ ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସାହାଯ୍ୟରେ ପୋଲିସ ଅଫତାବରେ ପହଞ୍ଚିଥିଲା। ନଭେମ୍ବର ୧୨ରେ ପୋଲିସ ତାଙ୍କୁ ଗିରଫ କରିଥିଲା।
Published by:Lipina Das
First published: