ଜେଲରେ ପଢ଼ିବା ପାଇଁ ଉପନ୍ଯାସ ଓ ପୁସ୍ତକ ମାଗୁଛନ୍ତି ଅଫତାବ; ପୂରା କରିବ କି ଜେଲ ପ୍ରଶାସନ

ଦଣ୍ଡରୁ ବର୍ତ୍ତିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛି ଅଫତାବ! ପଢିବା ପାଇଁ ଉପନ୍ୟାସ ଓ ପୁସ୍ତକ ଯୋଗାଇବା ପାଇଁ ଅଫତାବ ଜେଲ କର୍ତ୍ତୃପକ୍ଷଙ୍କୁ ଦାବି କରିଛି।

ଉପନ୍ଯାସ ଓ ପୁସ୍ତକ ମାଗୁଛନ୍ତି ଅଫତାବ

ଉପନ୍ଯାସ ଓ ପୁସ୍ତକ ମାଗୁଛନ୍ତି ଅଫତାବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ମେହେରୁଲି ଅଞ୍ଚଳରେ ତାଙ୍କ ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କ ଜଘନ୍ୟ ହତ୍ୟା ଘଟଣାରେ ତିହାର ଜେଲରେ ରହିଥିବା ଅଫତାଵ ଅମିନ ପୁନାୱାଲା ଉପନ୍ୟାସ ମାଗିଛନ୍ତି। ପଢିବା ପାଇଁ ଉପନ୍ୟାସ ଓ ପୁସ୍ତକ ଯୋଗାଇବା ପାଇଁ ଅଫତାବ ଜେଲ କର୍ତ୍ତୃପକ୍ଷଙ୍କୁ ଦାବି କରିଛି। ସୂତ୍ରରୁ ପ୍ରକାଶ ଯେ ଜେଲ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଅଫତାବକୁ ଉପନ୍ୟାସ ଓ ପୁସ୍ତକ ପ୍ରଦାନ କରିବେ। ଅଫତାବଙ୍କୁ ଜେଲ ନମ୍ବର ୪ ରେ ରଖାଯାଇଛି।

ସୂଚନାନୁସାରେ, କେବଳ ପୋଲିସର ଉପସ୍ଥିତିରେ ଅଫତାବକୁ ଖାଦ୍ୟ ଦିଆଯାଉଛି। ସେ ମଧ୍ୟ ଦିନରାତି ଅଧିକାରୀଙ୍କ ରାଡାରରେ ରହିଛନ୍ତି ଓ ତାଙ୍କ ସୁରକ୍ଷା ବାହାରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି। ଜେଲ ନମ୍ବର ୪ ର ଅନ୍ୟ ଅନ୍ତେବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଲଗା ରଖାଯାଇଛି। ନିକଟରେ ଏକ ତାଙ୍କୁ ନେଇ ଯାଉଥିବା ଏକ ପୋଲିସ ଭ୍ୟାନ ଉପରେ ଆକ୍ରମଣ ହେବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କ ବ୍ୟାରେକରେ ସୁରକ୍ଷାକୁ ଜୋରଦାର କରିଛନ୍ତି।

ନଭେମ୍ବର ୨୬ ରେ, ଅଫତାବଙ୍କୁ ଦିଲ୍ଲୀ କୋର୍ଟ ଦ୍ୱାରା ୧୩ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଡିସେମ୍ବର ୨ ରେ, FSL ଅଧିକାରୀମାନେ ଜେଲ ଭିତରେ ଅଫତାବଙ୍କ ପୋଷ୍ଟ ନାର୍କୋ ପରୀକ୍ଷା କରିଥିଲେ। ସୂତ୍ର ଦାବି କରିଛି ଯେ ଯଦି ଆବଶ୍ୟକ ହୁଏ ତେବେ ନାର୍କୋ ପରୀକ୍ଷା ପୁଣି କରାଯିବ। ଯଦିଓ ନାର୍କୋ ପରୀକ୍ଷାରେ ତାଙ୍କର ସ୍ୱୀକାରୋକ୍ତି କୋର୍ଟରେ ବ୍ୟବହୃତ ହୋଇପାରିଲା ନାହିଁ, ତଥାପି ଏହା ପ୍ରମାଣିତ କରିବ ଯେ ଅନୁସନ୍ଧାନକାରୀମାନେ ସଠିକ୍ ଦିଗରେ ଯାଉଛନ୍ତି।
Published by:Soumya Das
First published: