Shraddha Murder Case: ଅଫତାବଙ୍କ ନାର୍କୋ ଟେଷ୍ଟ କରିବ ଦିଲ୍ଲୀ ପୋଲିସ

ଶ୍ରଦ୍ଧାଙ୍କ ମୋବାଇଲ୍ ଓ ହତ୍ୟା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ର ବାବଦରେ ସଠିକ୍ ସୂଚନା ମିଳୁ ନାହିଁ। ଦିଲ୍ଲୀ ପୋଲିସ ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ପରୀକ୍ଷା କରିବ।

ଅଫତାବଙ୍କ ନାର୍କୋ ଟେଷ୍ଟ କରିବ ଦିଲ୍ଲୀ ପୋଲିସ

ଅଫତାବଙ୍କ ନାର୍କୋ ଟେଷ୍ଟ କରିବ ଦିଲ୍ଲୀ ପୋଲିସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ପୋଲିସ ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ପରୀକ୍ଷା କରିବ। ନାର୍କୋ ପରୀକ୍ଷା ପାଇଁ ଦିଲ୍ଲୀ ପୋଲିସ ସାକେତ କୋର୍ଟରୁ ଅନୁମତି ମାଗିଛି। ପ୍ରକୃତରେ ପୋଲିସ ଅନୁଭବ କରୁଛି ଯେ ଅଫତାବ ତଦନ୍ତକୁ ଅନ୍ୟ ଦିଗକୁ ନେଇଯିବାକୁ ଚେଷ୍ଟା କରୁଛି। ଶ୍ରଦ୍ଧାଙ୍କ ମୋବାଇଲ୍ ଓ ହତ୍ୟା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ର ବାବଦରେ ସଠିକ୍ ସୂଚନା ମିଳୁ ନାହିଁ। ବେଳେବେଳେ ସେ ମହାରାଷ୍ଟ୍ରରେ ଓ ବେଳେବେଳେ ଦିଲ୍ଲୀରେ ମୋବାଇଲ ଫୋପାଡିବା କଥା କହୁଛି। ନାର୍କୋ ପରୀକ୍ଷା ମାଧ୍ୟମରେ ପୋଲିସ ସମ୍ପୂର୍ଣ୍ଣ ସତ୍ୟ ଜାଣିବାକୁ ଚାହୁଁଛି, ମୋବାଇଲ୍ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବାକୁ ଚାହୁଁଛି।

ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଆରମ୍ଭରୁ ପୋଲିସକୁ ଚକମା ଦେଇଆସୁଥିଲା। ଅଫତାବ ପୋଲିସକୁ କହିଛି ଯେ ମେ ୨୨ ରେ ଝଗଡା ପରେ ଶ୍ରଦ୍ଧା ଘରୁ ବାହାରି ଆସିଥିଲେ।  ଆ

ଅଫତାବ ଏହା ମଧ୍ୟ କହିଛନ୍ତି ଯେ ସେ କେବଳ ତାଙ୍କ ଫୋନ ନେଇଥିଲର।  ପୋଷାକ ଓ ଅନ୍ୟାନ୍ୟ ଜିନିଷ ଏଠାରେ ଛାଡି ଦେଇଥିଲେ। କିନ୍ତୁ, ଅଫତାବଙ୍କ ବୟାନକୁ ପୋଲିସ ଆଦୌ ବିଶ୍ୱାସ କରିନଥିଲା। ଏହା ପରେ, ଯେତେବେଳେ ଅଫତାବ ଓ ଶ୍ରଦ୍ଧାଙ୍କ କଲ୍ ବିବରଣୀ ଓ ଯାଞ୍ଚ କରିଥିଲା, ସେତେବେଳେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଥିଲା।

ପୋଲିସର ସୂଚନାନୁସାରେ, ଫତାବ ଅମିନ ପୁନାୱାଲା ମଧ୍ୟ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରି ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ ଓ ତାଙ୍କ ହତ୍ୟା ମାମଲାକୁ ଲୁଚାଇ ରଖିଥିଲେ। ପୋଲିସ କହିଛି ଯେ ମେ ୧୮ ରେ ତାଙ୍କୁ ହତ୍ୟା କରାଯିବା ପରେ ଅଫତାବ ଶ୍ରଦ୍ଧାଙ୍କ ଆକାଉଣ୍ଟକୁ ଏକ ମାସ ପାଇଁ ଚଳାଇଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ସୂତ୍ରରୁ ପ୍ରକାଶ ଯେ, ଅଫତାବ୍ ଇନଷ୍ଟାଗ୍ରାମରେ ଶ୍ରଦ୍ଧାଙ୍କୁ ଛଦ୍ମନାମ କରି ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ସହ ଚାଟ୍ କରି ଜୁନ୍ ୯ ପର୍ଯ୍ୟନ୍ତ ଶ୍ରଦ୍ଧା ଜୀବନ୍ତ ବୋଲି ଏକ ଭ୍ରମ ସୃଷ୍ଟି କରିଥିଲେ।
Published by:Soumya Das
First published: