“ଯେଉଁଠି ମୋ ସ୍ୱାମୀଙ୍କୁ ମାରିଲ, ସେଇଠି ମୋତେ ବି ମାରି ଦିଅ”: ହାଇଦ୍ରାବାଦରେ ମୃତ ଅଭିଯୁକ୍ତଙ୍କ ବିଧବା

“ପୋଲିସ ଏବେ ମୋତେ ବି ଗୁଳିକରି ମାରିଦେଉ । ମୋ ସ୍ୱାମୀଙ୍କ ବିନା ମୋ ଜୀବନରେ ଆଉ କିଛି ମୂଲ୍ୟ ନାହିଁ,” କାନ୍ଦି କାନ୍ଦି କହିଛି ମୃତ ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେଶଭୁଲୁର ନବବିବାହିତା ସ୍ତ୍ରୀ ରେଣୁକା ।

“ଯେଉଁଠି ମୋ ସ୍ୱାମୀଙ୍କୁ ମାରିଲ, ସେଇଠି ମୋତେ ବି ମାରି ଦିଅ”: ହାଇଦ୍ରାବାଦରେ ମୃତ ଅଭିଯୁକ୍ତଙ୍କ ବିଧବା
“ପୋଲିସ ଏବେ ମୋତେ ବି ଗୁଳିକରି ମାରିଦେଉ । ମୋ ସ୍ୱାମୀଙ୍କ ବିନା ମୋ ଜୀବନରେ ଆଉ କିଛି ମୂଲ୍ୟ ନାହିଁ,” କାନ୍ଦି କାନ୍ଦି କହିଛି ମୃତ ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେଶଭୁଲୁର ନବବିବାହିତା ସ୍ତ୍ରୀ ରେଣୁକା ।
  • News18 Odia
  • Last Updated: December 6, 2019, 6:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ହାଇଦ୍ରାବାଦ: ହାଇଦ୍ରାବାଦରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଗଣଦୁଷ୍କର୍ମ ଓ ହତ୍ୟାର ଚାରି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକର ସ୍ତ୍ରୀ କହିଛି ଯେ ପୋଲିସ ତାକୁ ବି ଗୁଳିକରି ମାରିଦେବା ଉଚିତ କାରଣ ସ୍ୱାମୀ ବିନା ତା’ ଜୀବନର ଆଉ କିଛି ମୂଲ୍ୟ ନାହିଁ ।

ଏଇ ଚାରି ଜଣ ଯୁବକ ହାଇଦ୍ରାବାଦରେ ଗତ ମାସ ଜଣେ ଡାକ୍ତରାଣୀଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଜଳାଇ ମାରି ଦେଇଥିଲେ । ଅଭିଯୁକ୍ତମାନଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ବିଷୟରେ ଜାଣିବା ପାଇଁ ପୋଲିସ ଘଟଣାସ୍ଥଳକୁ ନେଇଯାଇଥିଲା । ସେମାନେ ସେଠାରୁ ଖସି ପଳେଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳି ଚାଳନା କରିଥିଲା ବୋଲି ବରିଷ୍ଠ ପୋଲିସ ଅଫିସରମାନେ କହିଛନ୍ତି ।

“ପୋଲିସ ଏବେ ମୋତେ ବି ଗୁଳିକରି ମାରିଦେଉ । ମୋ ସ୍ୱାମୀଙ୍କ ବିନା ମୋ ଜୀବନରେ ଆଉ କିଛି ମୂଲ୍ୟ ନାହିଁ,” କାନ୍ଦି କାନ୍ଦି କହିଛି ମୃତ ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେଶଭୁଲୁର ନବବିବାହିତା ସ୍ତ୍ରୀ ରେଣୁକା ।

ଚିନ୍ତାକୁଣ୍ଟା ଓ ରେଣୁକାର ବାହାଘର ଏଇ କିଛି ମାସ ତଳେ ହିଁ ହେଇଥିଲା । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରେଣୁକା କହିଛି ଯେ ତା’ ସ୍ୱାମୀକୁ ଗିରଫ କଲା ବେଳେ ପୋଲିସ କହିଥିଲା ତା’ର କିଛି ହେବନି ଓ ସେ ଜଲ୍‌ଦି ଘରକୁ ଫେରି ଆସିବ ।

“ଏବେ ମୋତେ ଜଣା ନାହିଁ ମୁଁ କଣ କରିବି । ଦୟାକରି ସେଇ ଜାଗାକୁ ନେଇ ଯାଆନ୍ତୁ ଯେଉଁଠି ମୋ’ ସ୍ୱାମୀଙ୍କୁ ମାରି ଦିଆଗଲା । ଆଉ ସେଇଠି ମୋତେ ବି ଗୁଳିକରି ମାରି ଦିଆଯାଉ,” କାନ୍ଦି କାନ୍ଦି କହିଛି ୨୦ ବର୍ଷୀୟ ଚିନ୍ତାକୁଣ୍ଟାର ସ୍ତ୍ରୀ ରେଣୁକା । ଚିନ୍ତାକୁଣ୍ଟା ଜଣେ ଟ୍ରକ ଡ୍ରାଇଭର ଥିଲା ।

ଅନ୍ୟ ଜଣେ ଅଭିଯୁକ୍ତ ଜୋଲ୍ଲୁ ଶିବା (୨୦ ବର୍ଷ) ର ବାପା ଜୋଲୁ ରାମାପ୍‌ପା କହିଛନ୍ତି: “ହେଇପାରେ ମୋ’ ପୁଅ ଅପରାଧ କରିଛି, ହେଲେ ତା’ର ଅନ୍ତ ଏମିତି ହେବା ଉଚିତ ନୁହେଁ । ଅନେକ ଲୋକ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି । ସେମାନଙ୍କୁ ଏମିତି ମାରି ଦିଆଯାଇ ନାହିଁ । କାହିଁକି ମାରି ଦିଆଯାଇ ନାହିଁ?”

ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ (26) ର ମା’ କେବଳ ଏତିକି କହିଲେ: ’’ମୋ’ ପୁଅ ଚାଲିଗଲା‘‘। ଆରିଫର ବାପା ଆଗରୁ କହିଥିଲେ ଯେ ଯଦି ତାଙ୍କ ପୁଅ ଅପରାଧ କରିଛି ତାହେଲେ ତାକୁ କଠୋରତମ ସଜା ମିଳିବା ଆବଶ୍ୟକ ।

ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାର ଜକଲର ଗାଁର ମୂଳ ନିବାସୀ ଆରିଫ ବି ଜଣେ ଟ୍ରକ ଡ୍ରାଇଭର ଥିଲା । ପୂର୍ବରୁ ସେ ଗୋଟେ ପେଟ୍ରୋଲ ପମ୍ପରେ କାମ କରୁଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ଜୋଲ୍ଲୁ ଶିବା (20) ଓ ଜୋଲ୍ଲୁ ନବୀନ (20) ଉଭୟ ସଫେଇକର୍ମୀ ରୂପେ କାମ କରୁଥିଲେ ଓ ସେଇ ଜିଲ୍ଲାର ଗୁଡ଼ିଗନ୍ଦଲା ଗାଁର ମୂଳ ବାସିନ୍ଦା ଥିଲେ ।

ଚିନ୍ତାକୁଣ୍ଟା ବି ଗୁଡ଼ିଗନ୍ଦଲା ଗାଁର ମୂଳ ବାସିନ୍ଦା ଥିଲା । ତା’ର ପରିଚିତ ଲୋକମାନଙ୍କ କହିବା ଅନୁସାରେ ସେ ମୂତ୍ରାଶୟଜନିତ ରୋଗର ଶିକାର ଥିଲା ।

ଏଇ ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ ଏକ ଏନକାଉଣ୍ଟରରେ ଡିସେମ୍ବର ୬ ଭୋର ସମୟରେ ହତ୍ୟା କରିଥିଲା । ଏନକାଉଣ୍ଟର ଭୋର 3:30 ପାଖାପାଖି ହୋଇଥିଲା । ଚାରି ଜଣଯାକ ଆହତ ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ସେମାନେ ସମସ୍ତେ ମୃତ୍ୟୁ ବରଣ କରିଥିଲେ।

ସେମାନଙ୍କୁ ଗିରଫ କଲା ପରେ ଚେରାପଲ୍ଲୀ କେନ୍ଦ୍ରୀୟ ଜେଲରେ ଉଚ୍ଚ ସୁରକ୍ଷା ବିଶିଷ୍ଟ କୋଠରୀମାନଙ୍କରେ ରଖାଯାଇଥିଲା। ଜେଲରେ ସୁରକ୍ଷା ପାଇଁ ଅଧିକ ପୋଲିସ ବଳ ମୁତୟନ କରାଯାଇଥିଲା।
ଗୋଟେ ସରକାରୀ ପ୍ରାଣୀ ହସ୍ପିଟାଲରେ ସହାୟକ ଡାକ୍ତରାଣୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ଜଳିଯାଇଥିବା ମୃତ ଦେହ ହାଇଦ୍ରାବାଦର ଶାଦ ନଗର ଅଞ୍ଚଳରେ ନଭେମ୍ବର 28 ସକାଳେ ମିଳିଥିଲା। ତା'ର ଦିନକ ଆଗରୁ ସେ ନିଖୋଜ ହୋଇଯାଇଥିବାର ସୂଚନା ତାଙ୍କ ପରିବାର ପକ୍ଷରୁ ମିଳିଥିଲା।
ଏଇ ଗଣଦୁଷ୍କର୍ମ ଓ ହତ୍ୟା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ତେଲେଙ୍ଗାନା ସରକାର ଏକ ବିଶେଷ କୋର୍ଟ (ଫାଷ୍ଟ ଟ୍ରାକ କୋର୍ଟ) ବସାଇ ମାମଲାର ଶୁଣାଣୀ କରିବା ପାଇଁ ଘୋଷଣା କରିଥିଲେ।
First published: December 6, 2019, 6:10 PM IST
corona virus btn
corona virus btn
Loading