ବଜେଟ ୨୦୨୦: ମହଙ୍ଗା ହେବ ଜୋତା ଓ ଟବାକୋ, ଶସ୍ତା ହେବ କ୍ଷୀର ଓ କେମିକାଲ; ଦେଖନ୍ତୁ ପୂରା ତାଲିକା

ସିଗାରେଟ ଓ ଅନ୍ୟ ଟବାକୋ ଦ୍ରବ୍ୟ, ଜୋତା, ଆସବାବପତ୍ର, ମେଡିକାଲ ଇକ୍ୟୁପିମେଣ୍ଟ, ଫ୍ୟାନ ଓ ବାସନକୁସନ ଆଦି ମହଙ୍ଗା ହେବ, ହେଲେ କୃଷି ଓ ପଶୁ ଆଧାରିତ ଦ୍ରବ୍ୟ ଶସ୍ତା ହେବ ।

ବଜେଟ ୨୦୨୦: ମହଙ୍ଗା ହେବ ଜୋତା ଓ ଟବାକୋ, ଶସ୍ତା ହେବ କ୍ଷୀର ଓ କେମିକାଲ; ଦେଖନ୍ତୁ ପୂରା ତାଲିକା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 1, 2020, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୦ ଉପସ୍ଥାପିତ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଏହି ବଜେଟ ଲୋକମାନଙ୍କର ଆୟ ବୃଦ୍ଧି କରିବା ସହ ସେମାନଙ୍କର ଖର୍ଚ୍ଚ କରିବାର କ୍ଷମତାକୁ ବୃଦ୍ଧି କରିବା ଦିଗରେ ସହାୟକ ହେବ । ସେ ନିଜ ଦ୍ବିତୀୟ ବଜେଟକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଥିଲେ - ଉଚ୍ଚ ଆକାଙ୍କ୍ଷା କରୁଥିବା ଭାରତବର୍ଷ, ଅର୍ଥନୈତିକ ଅଭିବୃଦ୍ଧି ଓ ପରସ୍ପର ସହଯୋଗରେ ଉଚ୍ଚ ମାନବିକ ମୂଲ୍ୟବୋଧରେ ସମାଜ ନିର୍ମାଣ ।

ତେବେ ବଜେଟ ପରେ କ’ଣ ଶସ୍ତା ହେବ ଓ କ’ଣ ମହଙ୍ଗା ହେବ ତାହା ଉପରେ ଜଣେ ସାଧାରଣ ନାଗରିକ ସର୍ବଦା ନଜର ରହିଥାଏ ।

ଏ ସବୁ ଦ୍ରବ୍ୟ ମହଙ୍ଗା ହେବ:

* ସିଗାରେଟ ଅନ୍ୟ ଟବାକୋ ଦ୍ରବ୍ୟ: ସିଗାରେଟ ଓ ଅନ୍ୟ ଟବାକୋ ଦ୍ରବ୍ୟଗୁଡିକର ଦାମ୍‌ ବଢ଼ିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରୀୟ ବିପର୍ଯ୍ୟୟ ଆକସ୍ମିକ କର ଲଗାଇ ଏହି ସବୁ ଦ୍ରବ୍ୟ ଗୁଡିକ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ।

* ଜୋତା: ୨୦୨୦ ବଜେଟରେ ଜୋତା ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବା ଯୋଗୁଁ ଏହା ମହଙ୍ଗା ହେବ ।

* ଆସବାବପତ୍ର:  ଆସବାବପତ୍ର କିଣିବା ବେଳେ ଏବେ ଲୋକମାନଙ୍କୁ ଏବେ ଅଧିକ ମୂଲ୍ୟ ଦେବାକୁ ପଡିବ ।

* ମେଡିକାଲ ଇକ୍ୟୁପିମେଣ୍ଟ: ଚ଼ିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଦ୍ରବ୍ୟର ଆମଦାନୀ ଉପରେ ଏହି ବଜେଟରେ ସୀମା ଶୁଳ୍କ ବୃଦ୍ଧି କରାଯିବା ସହ ଏକ ହେଲଥ୍ ସେସ୍ ଲାଗୁ ହୋଇଛି ।

* ଫ୍ୟାନ, ବାସନକୁସନ: ଆମଦାନୀ ହେଉଥିବା ୱାଲ୍‌ ଫ୍ୟାନ୍‌, ଖାଇବା ଟେବୁଲରେ ବ୍ୟବହୃତ ବାସନକୁସନ, ରୋଷେଇ ବାସନକୁସନ ଆଦି ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବା ଯୋଗୁଁ ଏ ସବୁ ମହଙ୍ଗା ହେବ । ଆସନ୍ତା ଏପ୍ରିଲ ୧ରୁ ପୋରସେଲିନ୍‌ ବା ଚ଼ାଇନା ସେରାମିକ୍‌, ଲୁହା, ଷ୍ଟିଲ ଓ କପର୍‌ ଆଦି ମଧ୍ୟ ମହଙ୍ଗା ହେବ ।

ହେବ ଶସ୍ତା

* କଚ୍ଚା ଚିନି, କୃଷି ପଶୁ ଆଧାରିତ ଦ୍ରବ୍ୟ: ଏହି ବଜେଟ ଫଳରେ କଚ୍ଚା ଚିନି, କୃଷି ଓ ପଶୁ ଆଧାରିତ ଦ୍ରବ୍ୟ, ଟୁନା ଚାରା, ସ୍ମିମ୍ଡ ଦୁଧ, ନିର୍ଦ୍ଦିଷ୍ଟ କିଛି ମାଦକ ପେୟ, ସୋୟା ଫାଇବର ଓ ସୋୟା ପ୍ରୋଟିନ ଶସ୍ତା ହେବ ।

* ଖବରକାଗଜ ପାଇଁ କାଗଜ ହାଲୁକା ପ୍ରଲେପ ଥିବା କାଗଜ: ନିର୍ଦ୍ଦିଷ୍ଟ କେତେକ କଞ୍ଚା ମାଲ ଉପରେ ସୀମା ଶୁଳ୍କ କମାଯାଇଛି । ଖବରକାଗଜ ଓ ପ୍ରଲେପିତ କାଗଜର ଆମଦାନୀ ଉପରେ ସୀମା ଶୁଳ୍କକୁ ଦଶ ପ୍ରତିଶତରୁ ପାଞ୍ଚ ପ୍ରତିଶତକୁ କମାଯିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

* ବିଶୋଧିତ ଟେରିଫଥାଲିକ୍ ଏସିଡ: ବିଶୋଧିତ ଟେରିଫଥାଲିକ୍‌ ଏସିଡ ଉପରୁ ଆଣ୍ଟି-ଡମ୍ପିଂ କରକୁ ଉଠାଇ ଦିଆଯାଇଛି । ଏହି ଏସିଡ ଉଚ୍ଚ ଶକ୍ତି ସମ୍ପନ୍ନ ପ୍ଲାଷ୍ଟିକ ନିର୍ମାଣରେ ବ୍ୟବହାର ହୋଇଥାଏ ।

* ଫ୍ୟୁଜ, ରସାୟନ ଦ୍ରବ୍ୟ, ପ୍ଳାଷ୍ଟିକ: ଫ୍ୟୁଜ, କେମିକାଲ ଓ ପ୍ଲାଷ୍ଟିକ ଭଳି କଞ୍ଚାମାଲଗୁଡ଼ିକରେ ସୀମା ଶୁଳ୍କକୁ କମାଇଦେଇଛି ।
First published: February 1, 2020, 11:25 PM IST