ଆଇଫୋନ ବଦଳରେ ଖୋଳ ଭିତରେ ନିର୍ମା ସାବୁନ ଥିଲା (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ : ଆଜିକାଲି ଅନଲାଇନ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପକାର୍ଟରେ ଚାଲିଛି ମେଗା ସେଲ। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲରେ, ଆଇଫୋନ ୧୨ ମଧ୍ୟ ବହୁତ କମ ଦାମରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଜଣେ ଫ୍ଲିପ୍କାର୍ଟ ଗ୍ରାହକଙ୍କୁ ଆଇଫୋନ୍ ୧୨ ବଦଳରେ ଦୁଇଟି ନିର୍ମା ସାବୁନ ମିଳିଛି। ଫ୍ଲିପକାର୍ଟ ଗ୍ରାହକ ସିମ୍ରନ ପାଲ ସିଂଙ୍କ ସହ ଏମିତି ଘଟିଛି। ସେ ଅନଲାଇନରେ ଆପଲ ଆଇଫୋନ ୧୨ ଅର୍ଡର କରିଥିଲେ। ତାଙ୍କ ପାଖକୁ ପାର୍ସଲ ଆସିଲା। କିନ୍ତୁ ସେଥିରେ ଆଇଫୋନ ବଦଳରେ ମିଳିଲା ୫ ଟଙ୍କିଆ ଦୁଇଟି ସାବୁନ। କିନ୍ତୁ ସୌଭାଗ୍ୟବଶତଃ ଅର୍ଡ଼ର ସମୟରେ ସେ ଓପନ ବକ୍ସ ଡେଲିଭରୀ ସିଲେକ୍ଟ କରିଥିଲେ। ଏହି କାରଣରୁ ତାଙ୍କ ଟଙ୍କା ଓ ସମୟ ବଞ୍ଚିଯାଇଥିଲା।
ତେବେ ଏଠାରେ ଆମେ କହି ରଖୁ ଯେ ଯଦି ଆପଣ ଇ-କମର୍ସ ସାଇଟ୍ରୁ ମହଙ୍ଗା ଦ୍ରବ୍ୟ କିଣୁଛନ୍ତି, ତେବେ ନିଶ୍ଚିତ ଓପନ୍ ବକ୍ସ ଡେଲିଭରୀ ସିଲେକ୍ଟ କରନ୍ତୁ। ସିମ୍ରନ ପାଲ ସିଂ ମଧ୍ୟ ଏହି ବକ୍ସ ଖୋଲିବା ସମୟରେ ଏକ ଭିଡ଼ିଓ କରିଥିଲେ। ଏହି ଭିଡ଼ିଓ ଗୋ ଆଣ୍ଡ୍ରଏଡ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଅପ୍ଲୋଡ୍ ହୋଇଛି। ବାକ୍ସରେ ସାବୁନ ଦେଖି ସେ ଡେଲିଭରୀ ବୟକୁ OTP ଦେବାକୁ ମନା କରିଥିଲେ। ତେବେ ସେହି ଡେଲିଭରୀ ବୟ ତାଙ୍କୁ ବାରମ୍ବାର ଫୋନ କରି ଓଟିପି ମାଗୁଥିବା ସେ କହିଛନ୍ତି। ତେବେ ଫ୍ଲିପକାର୍ଟ କଷ୍ଟମର୍ କେୟାର ସହିତ ଫୋନରେ ଅନେକ କଥା ହେବା ପରେ ତାଙ୍କ ଡେଲିଭରୀକୁ ଫେଲ କରାଯାଇଥିଲା। ଏହା ପରେ ଅର୍ଡର ବାତିଲ ହୋଇ ଫେରସ୍ତ ପ୍ରକ୍ରିୟା କରାଯାଇଥିଲା। ଆମେ ଏପରି ଅନେକ ମାମଲା ଶୁଣିବାକୁ ପାଉ ଯେଉଁଠାରେ ଦାମୀ ମୋବାଇଲ୍ ବଦଳରେ ଡେଲିଭରି ବକ୍ସରେ ସାବୁନ୍ ଆସେ। ଏପରି ସ୍ଥିତିକୁ ଏଡାଇବା ପାଇଁ ଗ୍ରାହକମାନେ ଚେକ୍ଆଉଟ୍ ସମୟରେ ଓପନ୍ ବକ୍ସ ଡେଲିଭରୀର ବିକଳ୍ପ ଚୟନ କରିବା ଉଚିତ। ଯେପର୍ଯ୍ୟନ୍ତ ଆପଣଙ୍କୁ ଡେଲିଭରୀରେ ଠିକ୍ ଜିନିଷ ନ ମିଳିଛି ଡେଲିଭରି ବୟ କିମ୍ବା ଫ୍ଲିପ୍କାର୍ଟ ୱିସମାଷ୍ଟରଙ୍କୁ OTP ଶେୟାର କରନ୍ତୁ ନାହିଁ।
ପ୍ରକାଶଥାଉ ଯେ ଫ୍ଲିପ୍କାର୍ଟ ବିଗ୍ ବିଲିୟନ ଡେସ ବିକ୍ରୟ ସମୟରେ ଇ-କମର୍ସ କମ୍ପାନୀ ଆଇଫୋନ୍ ୧୨ ସିରିଜ୍ ଉପରେ ଅନେକ ରିହାତି ପ୍ରଦାନ କରୁଥିଲା। ଏଥିରେ ଆଇଫୋନ୍ଗୁଡିକ ଲଞ୍ଚ ମୂଲ୍ୟଠାରୁ ବହୁତ କମ୍ ମୂଲ୍ୟରେ ବିକ୍ରି ହେଉଥିଲା। ବିକ୍ରି ସମୟରେ ଆଇଫୋନ୍ ୧୨ ମିନି ୩୪,୯୯୯ ଟଙ୍କାରେ ବିକ୍ରି ହେଉଥିଲା। ଆଇଫୋନ୍ ୧୨ର ମୂଲ୍ୟ ୫୦,୦୦୦ରୁ କମ୍ ମୂଲ୍ୟରେ ବିକ୍ରି ହେଉଥିଲା। ଏହା ସହିତ ଅନ୍ୟାନ୍ୟ ଅଫର ମଧ୍ୟ ଦିଆଯାଉଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।