News 18 Odia Digital
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଉ ଏକ ଝଟକା ଲାଗିଛି । ମଣିପୁର ପରେ ବର୍ତ୍ତମାନ ଦାଦ୍ରା ଓ ନଗର ହାବେଲି, ଦାମନ ଓ ଦିଉର ବହୁ ଜେଡିୟୁ ନେତା ରବିବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଜେଡିୟୁ ନେତା ବିଜେପିରେ ଯୋଗଦେବା ଏକ ବଡ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧରେ ବାତାବରଣ ସୃଷ୍ଟି କରିବା ପାଇଁ ନୀତିଶ କୁମାର ଆଜିକାଲି ଦେଶର ବିଭିନ୍ନ ଦଳର ନେତାଙ୍କୁ ଭେଟିଥିବାବେଳେ ତାଙ୍କ ଦଳର ନେତାଙ୍କ ମଧ୍ୟରେ ଏକତା ନାହିଁ । ତାଙ୍କ ଦଳର ନେତା ମାନେ ଦଳ ଛାଡୁଛନ୍ତି ।
ମଣିପୁରର ଜେଡିୟୁ ବିଧାୟକମାନେ ବିଜେପିରେ ଯୋଗ ଦେଇଥିଲେ ।ଏହାପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଣିପୁରର ୭ ଜଣ ଜନତା ଦଳ (ୟୁନାଇଟେଡ୍) ବିଧାୟକଙ୍କ ମଧ୍ୟରୁ ପାଞ୍ଚଜଣ ବିଜେପିରେ ଯୋଗ ଦେଇଥିଲେ । ମଣିପୁର ଜେଡିୟୁ ବିଧାୟକମାନେ ବିଜେପିରେ ଯୋଗଦେବା ପରେ ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରି କହିଥିଲେ ମଣିପୁର ଏବଂ ଅରୁଣାଚଳ ଭଳି ରାଜ୍ୟରୁ ଜେଡିୟୁ ମୁକ୍ତ ହୋଇସାରିଛି ।
ଅଗଷ୍ଟ ୨୫ ରେ ଅରୁଣାଚଳ ପ୍ରଦେଶର ଏକଢମାତ୍ର ଜେଡିୟୁ ବିଧାୟକ ଟେକି କାସୋ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।