ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିବସେନାର ୬ଜଣ ଦଳୀୟ କର୍ମୀ ଗିରଫ ହେଲେ

ମହାରାଷ୍ଟ୍ରରେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଜଡିତ ହୋଇଥିବା ଏକ କାର୍ଟୁନକୁ ସେୟାର୍ କରିବାରୁ ଶିବସେନା କାର୍ଯ୍ୟକର୍ତ୍ତା ମାନେ ଉତ୍ୟକ୍ତ ହୋଇ ଜଣେ ୬୨ ବର୍ଷୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ଼ ମାରିଥିଲେ ।

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ଼ ମାରି ଶିବସେନାର ୬ଜଣ ଦଳୀୟ କର୍ମୀ ଗିରଫ

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ଼ ମାରି ଶିବସେନାର ୬ଜଣ ଦଳୀୟ କର୍ମୀ ଗିରଫ

  • News18 Odia
  • Last Updated :
  • Share this:
News18 Odia Digital
ମୁମ୍ବାଇ: କଙ୍ଗନା ରାନାୱତଙ୍କ (Kangana Ranaut) ସହ ବିବାଦରେ ଛନ୍ଦି ହୋଇଥିବା ଶିବସେନା ସରକାର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ (Uddhav Thackera) ସହ ଜଡିତ ଏକ କାର୍ଟୁନ୍ ସୋସିଆଲ ମିଡିଆରେ ଫରୱାର୍ଡ଼ କରିବା ପାଇଁ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ଼ ମାରିବା ପାଇଁ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଏହାପୂର୍ବରୁ ନଗର ପୋଲିସ ଦୁଇଜଣ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଶିବସେନା ଶାଖା ମୁଖ୍ୟ କମଲେଶ କଦମ ଅଛନ୍ତି ।

ମହାରାଷ୍ଟ୍ରରେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଏକ କାର୍ଟୁନ୍ ସେୟାର କରିବାରୁ ରାଗିଯାଇ ଶିବସେନା କର୍ମୀମାନେ ଜଣେ ୬୨ ବର୍ଷୀୟ ଅବସରପ୍ରାପ୍ତ ନୌ ସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାର ଯାଞ୍ଚ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ସକାଳ ପ୍ରାୟ ୧୧.୩୦ ସମୟରେ ଉପକଣ୍ଠ କାଣ୍ଡିଭାଲିର ଲୋଖଣ୍ଡୱାଲା କମ୍ପ୍ଲେକ୍ସ ଅଞ୍ଚଳରେ ଘଟିଥିଲା । ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ହ୍ବାଟସ ଆପ୍ ଗ୍ରୁପରେ ଠାକରେଙ୍କୁ ଏକ କାର୍ଟୁନ୍ ପଠାଇଥିଲେ । କିଛି ଶିବସେନା କର୍ମଚାରୀ ତାଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିଥିଲେ। ଶର୍ମାଙ୍କ ଆଖିରେ ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସିତ କରଯାଉଛି ।





ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୂର୍ବତନ ନୌ ସେନା ଅଧିକାରୀ ମଦନ ଶର୍ମା କହିଛନ୍ତି ଯେ ୮ ରୁ ୧୦ ଜଣ ଲୋକ ମୋତେ ଆକ୍ରମଣ କରି ମାଡ ମାରିଥିଲେ । ଏହାପୂର୍ବରୁ, ମୁଁ ଏକ ବାର୍ତ୍ତା ପାଇଁ ଧମକପୂର୍ଣ୍ଣ କଲ୍ ମଧ୍ୟ ପାଇଥିଲି, ଯାହା ମୁଁ ସୋସିଆଲ୍ ମିଡିଆରେ ପଠାଇଥିଲି । ମୁଁ ସାରା ଜୀବନ ଦେଶ ପାଇଁ କାମ କରିଛି । ଏପରି ସରକାର ମନୋଭାବ ରହିବା ଉଚିତ୍ ନୁହେଁ ।

ବିଜେପି ଏହି ଘଟଣା ପାଇଁ ଶିବସେନାକୁ ଦାୟୀ କରିଛି
ପୂର୍ବତନ ନୌ ସେନା ଅଧିକାରୀଙ୍କୁ ମାଡ ମାଡ଼ ମରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ଶିବସେନା ଉପରେ କଥିତ ଆକ୍ରମଣ କରିଥିଲା ଓ ଏହି ଘଟଣା ପାଇଁ ଶିବସେନା କର୍ମଚାରୀଙ୍କୁ ଦାୟୀ କରିଥିଲା । ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ''ଯେ କେବଳ ଗୋଟିଏ ହ୍ବାଟସ ଆପ୍ ପଠାଇବା ନାମରେ ଏତେ ବର୍ବରତା । ଉଦ୍ଧବ ଠାକରେ ଏହି ଗୁଣ୍ଡାରାଜକୁ ବନ୍ଦ କର । ଆମେ ଦାବି କରୁଛୁ ଅପରାଧୀ ଓ ଗୁଣ୍ଡମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।''
Published by:Jagdish Barik
First published:
)}