ଶିବସେନା ବିଧାୟକଙ୍କ ସୁରକ୍ଷାରେ ପରିବର୍ତ୍ତନ: ସିଆରପିଏଫ ତରଫରୁ Y+ସିକ୍ୟୁରିଟି ପ୍ରଦାନ

ବିରୋଧୀ ତଥା ଶିବସେନା ବିଧାୟକଙ୍କ ସୁରକ୍ଷା ପାଇଁ ୧୫ ଜଣ ବିଧାୟକଙ୍କୁ ସିଆରପିଏଫ ତରଫରୁ y+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।

୧୫ ଜଣ ବିଧାୟକଙ୍କୁ ସିଆରପିଏଫ ତରଫରୁ y+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।

୧୫ ଜଣ ବିଧାୟକଙ୍କୁ ସିଆରପିଏଫ ତରଫରୁ y+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।

  • Share this:
NEWS 18 ODIA DIGITAL

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୁର୍ତ୍ତରେ ଆସୁଛି ନୂଆ ଟୁଇଷ୍ଟ୍ । ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ପ୍ରତିଟି ଖବର  ଏବେ ଚର୍ଚ୍ଚାରେ ଥିବାବେଳେ ଏଥର ବିରୋଧୀ ତଥା ଶିବସେନା ବିଧାୟକଙ୍କ ସୁରକ୍ଷାକୁ ନେଇ ଆସିଛି ଆଉ ଏକ ଖବର । ୧୫ ଜଣ ବିଧାୟକଙ୍କୁ ସିଆରପିଏଫ ତରଫରୁ y+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।

ଏହାସହ ସିନ୍ଦେଙ୍କ ଦଳରେ ବିଭିନ୍ନ ପ୍ରକାରର ପାଟ ସୃଷ୍ଟି ହେଉଥିବା କଥା ମଧ୍ୟ ପ୍ରକାଶ ହେଉଛି । ଏକନାଥ ସିନ୍ଦେଙ୍କ ବିଧାୟକମାନଙ୍କ ମଧ୍ୟରୁ ପାକାପାଖି ୨୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଭିତିରିଆ ସମ୍ପର୍କ ରଖିଛନ୍ତି । ଏମାନଙ୍କ ଭିତରୁ କିଛି ଜଣ ବିଜେପି ସହ ମିଶ୍ରଣ କଥାକୁ ବିରୋଧ କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ସିନ୍ଦେଙ୍କ ସମେତ ଷୋହଳ ଜଣ ଶିବସେନା ବିଧାୟକଙ୍କୁ ସମନ ପଠାଇଛନ୍ତି ମହାରାଷ୍ଟ୍ର ବିଧାନସବା ସଚ୍ଚିବାଳୟ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଦେବାକୁ କହିଛନ୍ତି ସଚ୍ଚିବାଳୟ । ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଦ୍ଧବ ଠାକରେ ମତ ଦେଇଛନ୍ତି ।

ଏତେସବୁ ସଂକଟ ଭିତରେ ଏକନାଥ ସିନ୍ଦେ ଗୌହାଟିରେ ଏକ ବୈଠକ ଡକାଇଥିବା କଥା ସାମ୍ନାକୁ ଆସୁଛି । ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା ହେବା ନେଇ ମତ ପ୍ରକାଶ ପାଉଛି ।

ଏକନାଥ ସିନ୍ଦେ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ... ଏମଭିଏ କୁମ୍ଭୀର ମୁହଁରୁ ଶିବସେନାଙ୍କୁ ରକ୍ଷା କରିବାକୁ ସେ ଉଦ୍ୟମ ଚଳାଇଛନ୍ତି । ଯାହା ଶିବସେନା ସୈନିକଙ୍କ ପାଇଁ ଭଲ ହେବ​
Published by:Soubhagya Mishra
First published: