ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଖବରକାଗଜ ସମ୍ପାଦକ ପଦ ସମ୍ଭାଳିବେ ଉଦ୍ଧବ ଠାକରେ

ଶିବସେନାର ମୁଖପାତ୍ର ‘ସାମନା’ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏହି ସମ୍ପାଦକ ପଦ ସମ୍ଭାଳିବେ। ମୁଖ୍ୟମନ୍ତ୍ରୀ ପଦରୁ ହଟିବା ହେବା ପରେ ମୁଖପତ୍ରର ସମ୍ପାଦନ କରିବେ।

ଉଦ୍ଧବ ଠାକରେ (ପ୍ରତୀକାତ୍ମକ ଛବି)

ଉଦ୍ଧବ ଠାକରେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶିବସେନାର ମୁଖପାତ୍ର ‘ସାମନା’ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏହି ସମ୍ପାଦକ ପଦ ସମ୍ଭାଳିବେ। ମୁଖ୍ୟମନ୍ତ୍ରୀ ପଦରୁ ହଟିବା ହେବା ପରେ ମୁଖପତ୍ରର ସମ୍ପାଦନ କରିବେ।

ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ‘ସାମନା’ର ମୁଖ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାମୀ ଉଦ୍ଧବ ପୁଣି ଥରେ ନିଜେ ସମ୍ପାଦକ ଚୌକିରେ ବସିଛନ୍ତି ।

ଶୁକ୍ରବାର ଉଦ୍ଧବ ଠାକରେଙ୍କ ନାମ ସାମନା ଖବରକାଗଜରେ ସମ୍ପାଦକ ଭାବରେ ପ୍ରକାଶ ପାଇଥିଲା । ଶିବସେନାର ମୁଖପତ୍ର ‘ସାମନା’ ୧୯୮୯ରେ ଆରମ୍ଭ ହୋଇଥିଲା। ଶିବସେନା ମୁଖ୍ୟ ବାଲାସାହେବ ଠାକରେ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୨୦୧୨ରେ ତାଙ୍କ ମୃତ୍ୟୁ ପରେ ଉଦ୍ଧବ ଠାକରେଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା।
Published by:Soumya Das
First published: