ଶିବସେନା ମୁଖପତ୍ରରେ ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡ' ଯାତ୍ରାକୁ ପ୍ରଶଂସା

ଉଦ୍ଧବ ଠାକେରଙ୍କ ଶିବସେନା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡ ଯାତ୍ରା'କୁ ପ୍ରଶଂସା କରିଛନ୍ତି।

ଉଦ୍ଧବ ଠାକରେ

ଉଦ୍ଧବ ଠାକରେ

  • News18 Odia
  • Last Updated :
  • Share this:
News18 Odia Digital

ମୁମ୍ବାଇ: ମଙ୍ଗଳବାର ଦିନ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧୀନ ଶିବସେନା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡ ଯାତ୍ରା'କୁ ପ୍ରଶଂସା କରିଛନ୍ତି।

ଶିବସେନା ମୁଖପାତ୍ର 'ସାମନା'ର ଏକ ସମ୍ପାଦକୀୟରେ ଲେଖା ହୋଇଛି ଯେ ରାହୁଲ ଗାନ୍ଧିଙ୍କ ପୋଷାକକୁ ଟାର୍ଗେଟ କରିବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ତାଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେବା ଉଚିତ୍। ରାହୁଲ ଗାନ୍ଧି ତାଙ୍କ ଗସ୍ତ ସମୟରେ ଉଠୁଥିବା ପ୍ରଶ୍ନ ଏକଦମ ଯୋଗ୍ୟ ଓ ସେ ବିଜେପିକୁ ଚୁପ କରିଦେଇଛନ୍ତି। କଂଗ୍ରେସ ନେତାଙ୍କ ଗସ୍ତ ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି ଓ ସେ ବେକାରୀ, କୃଷକ, ଶ୍ରମିକ ଓ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସହ ଜଡିତ ପ୍ରସଙ୍ଗ ଉଠାଉଛନ୍ତି।

'ସାମନା'ରେ କୁହାଯାଇଛି ଯେ ତାଙ୍କ(ରାହୁଲ ଗାନ୍ଧି) ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ବଦଳରେ ବିଜେପି ତାଙ୍କ ପୋଷାକ ଓ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ତାଙ୍କୁ ଟାର୍ଗେଟ କରୁଛି। ଶିବସେନାର ମୁଖପପତ୍ରରେ କୁହାଯାଇଛି ଯେ ଦେଶରେ ଏକଚାଟିଆ ତଥା ଏକଛତ୍ରବାଦୀ ଶାସନ ଏପରି ହଇଚଇ ସୃଷ୍ଟି କରୁଛି ଯେ ଏବେ ବଂଶବାଦୀ ଶାସନ ଭଲ ଲାଗିବ। ଏହା ଘୃଣାର ପରିବେଶକୁ ନଷ୍ଟ କରିବ।
Published by:Soumya Das
First published: