ସଞ୍ଜୟ ରାଉତ (ଫଚୋ ସୌଜନ୍ଯ: ଏନଡ଼ି ଟିଭି)
News18 Odia Digital
ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବଡ଼ ଝଟକା। କୋର୍ଟ ତାଙ୍କ ରିମାଣ୍ଡ ପାଞ୍ଚ ଦିନ ଅର୍ଥାତ ଅଗଷ୍ଟ ୮ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। ରିମାଣ୍ଡ ଶେଷ ହେବା ପରେ ଗୁରୁବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାର ଶୁଣାଣି ବେଳେ ଜଜ୍ ସଞ୍ଜୟ ରାଉତଙ୍କୁ ପଚାରିଥିଲେ ଯେ ଆପଣଙ୍କର କୌଣସି ଅସୁବିଧା ଅଛି କି? ତାଙ୍କୁ ଯେଉଁଠି ରଖାଯାଇଛି ସେଠାରେ କୌଣସି ଭେଣ୍ଟିଲେସନ୍ ନାହିଁ ବୋଲି ସାଂସଦ କହିଛନ୍ତି ।
ବିଚାରପତି ଇଡିଙ୍କୁ ପଚାରିଲେ ଆପଣ ଏଥିପାଇଁ କଣ କରୁଛନ୍ତି? ଏହା ଉପରେ ଇଡି କୋର୍ଟରେ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ ଆମେ ତାଙ୍କୁ ଏସିରେ ରଖିଛୁ। ସେ ମିଛ କହୁଛନ୍ତି। ସେ ଗୋଟିଏ ଫ୍ୟାନ ମାଗିଛନ୍ତି। ଏଭଳି ପରିସ୍ଥିତିରେ ଆମେ ଭେଣ୍ଟିଲେସନ୍ ଯୁକ୍ତ ଏକ କୋଠରୀ ଯୋଗାଇବାକୁ ଚେଷ୍ଟା କରୁଛୁ।
ଇଡି କୋର୍ଟରେ କହିଛନ୍ତି ଯେ ସଞ୍ଜୟ ରାଉତ ଓ ପରିବାରର ଆକାଉଣ୍ଟରେ ୧ କୋଟି ୬ ଲକ୍ଷ କିପରି ଆସିଥିଲା । ବିଦେଶୀ ଭ୍ରମଣରେ କେତେ ଖର୍ଚ୍ଚ ହୋଇଛି । ଏହି ଚଢ଼ାଉରେ ଇଡି କିଛି କାଗଜପତ୍ର ପାଇଛି, ଯାହା ଦର୍ଶାଉଛି ଯେ ସଞ୍ଜୟ ରାଉତଙ୍କୁ ପ୍ରତି ମାସରେ ପ୍ରବୀଣ ରାଉତ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରିଥିଲେ।
ଇଡି ଦାବି କରିଛି ଯେ ଆଲିବାଗରେ ଥିବା ଜମି ପ୍ରବୀଣ ରାଉତଙ୍କଠାରୁ ମିଳିଥିବା ଟଙ୍କା ସହିତ କିଣାଯାଇଛି।ସଞ୍ଜୟ ରାଉତଙ୍କ ଦ୍ୱାରା ସ୍ୱପ୍ନା ପାଟକଙ୍କୁ ଧମକ ଦିଆଯାଉଛି। ଯେତେବେଳେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଛି, କିଏ ଧମକ ଦେଉଛି ବୋଲି ବିଚାରପତି ପଚାରିଛନ୍ତି?
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।