Shiv sena Crisis: ପୁରା ଶିବସେନା ଦେଉଛି ଏକନାଥଙ୍କ ସାଥ; ୧୭ ସାଂସଦ ଜଣାଇଲେ ସମର୍ଥନ

ଏକନାଥ ସିନ୍ଦେ ଦାବି କରିଛନ୍ତି ଯେ ଦଳର ଆଉ ୭ ଜଣ ବିଧାୟକ ଓ ୧୭ ଜଣ ସାଂସଦ ତାଙ୍କୁ ସମର୍ଥନ ଜଣାଉଛନ୍ତି । ଅନ୍ଯପଟେ ଉଦ୍ଧବ ଠାକରେ ଆଜି ସକାଳ ୧୧:୩୦ ରେ ଶିବସେନା ବିଧାୟକଙ୍କ ଏକ ବୈଠକ ଡାକିଛନ୍ତି।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ। ଶିବସେନାରେ ବିଭାଜନ ହେବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଗାଦି ଓ ପାର୍ଟିକୁ ବଞ୍ଚାଇବାକୁ ଉଦ୍ଧବ ଠାକରେ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କର ଉଦ୍ୟମ ସଫଳ ହେବା ଭଳି ମନେ ହେଉନାହିଁ। ରିପୋର୍ଟ ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଆବେଦନ ପରେ ମଧ୍ୟ ଦଳର ୭ ଜଣ ବିଧାୟକ ବିଦ୍ରୋହ କରି ଗୌହାଟୀରେ ଏକନାଥ ସିନ୍ଦେଙ୍କ ନିକଟରେ ପହଞ୍ଚିଛନ୍ତି। ବର୍ତ୍ତମାନ ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଦଳର ୪୫ ଜଣ ବିଧାୟକ ଥିବାବେଳେ ମୋଟ ୪୬ ଜଣ ବିଧାୟକ ତାଙ୍କ ସହ ଅଛନ୍ତି।  ଏହା ବ୍ୟତୀତ ଦଳର ୧୭ ଜଣ ସାଂସଦ ମଧ୍ୟ ତାଙ୍କ ସହ ଅଛନ୍ତି।।  ଏହା ବ୍ୟତୀତ ଦଳର ୧୭ ଜଣ ସାଂସଦ ମଧ୍ୟ ତାଙ୍କ ସହ ଅଛନ୍ତି। ଅନ୍ୟପଟେ ଉଦ୍ଧବ ଠାକରେ ଆଜି ସକାଳ ୧୧:୩୦ ରେ ଶିବସେନା ବିଧାୟକଙ୍କ ଏକ ବୈଠକ ଡାକିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଆଉ ୭ ଜଣ ଶିବସେନା ବିଧାୟକ ଗୌହାଟୀର ରେଡିସନ୍ ବ୍ଲୁ ହୋଟେଲକୁ ଯାଇ ସିନ୍ଦେ ଦଳରେ ଯୋଗ ଦେଇଥିଲେ। ଏଥି ସହ ଦୁଇଜଣ ସ୍ୱାଧୀନ ବିଧାୟକ ମଧ୍ୟ ତାଙ୍କ ସହ ଗୌହାଟୀରେ ପହଞ୍ଚିଥିଲେ।  କୁହାଯାଉଛି ଯେ ଏହି ୭ ଜଣ ବିଧାୟକ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ସୁରତରୁ ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଗୌହାଟୀରେ ପହଞ୍ଚିଥିବା ଶିବସେନାର ବିଧାୟକଙ୍କ ନାମ ଭିତରେ ଗୁଲାବରାଓ ପାଟିଲ ଓ ଯୋଗେଶ କଦମଙ୍କ ନାମ ସାମିଲ ଅଛି।।

ଆହୁରି ମଧ୍ୟ ମୁମ୍ବାଇର ତିନିଜଣ ବିଧାୟକ ସିନ୍ଦେଙ୍କ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଖବର ଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଶିବସେନାର ୪୫ ଜଣ ବିଧାୟକ ଅଛନ୍ତି। କିନ୍ତୁ ସେ ଏହାକୁ ୪୬ ବୋଲି କହୁଛନ୍ତି। କିଏ ଜଣେ ବିଧାୟକ ସେ ସମ୍ବନ୍ଧରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଅନ୍ୟପକ୍ଷରେ, ଏକ ଖବର ଅଛି ଯେ ୧୭ ଜଣ ଶିବସେନା ସାଂସଦ ମଧ୍ୟ ଏକନାଥ ସିନ୍ଦେଙ୍କ ସହ ମିଶିଛନ୍ତି। ୱାସିମ ସାଂସଦ ଭାବନା ଗାବିତ, ପାଲଘର ସାଂସଦ ରାଜେନ୍ଦ୍ର ଗାବିତ, ଥାନେ ସାଂସଦ ରାଜନ ବିଚେରା, କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଓ ରାମଟେକ ସାଂସଦ କୃପାଳୁ ତୁମାନେ ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇଛନ୍ତି। ସାଂସଦ ରାଜନ ବିଚାରେ ଗୌହାଟୀରେ ୩ ଦିନ ଉପସ୍ଥିତ ଅଛନ୍ତି। ଏହି ସଂଖ୍ୟା ୧୭ ସାଂସଦରେ ପହଞ୍ଚିବ ବୋଲି କୁହାଯାଉଛି। ବୁଧବାର ଦିନ ସିନ୍ଦେ ଦଳ ୩୪ ଜଣ ବିଧାୟକଙ୍କ ଦସ୍ତଖତ ସହିତ ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂ କୋଶୟାରୀଙ୍କୁ ଏକ ଚିଠି ପଠାଇଛନ୍ତି। ଏହା ଲେଖାଯାଇଥିଲା ଯେ ଏକନାଥ ସିନ୍ଦେ ହେଉଛନ୍ତି ଶିବସେନା ବିଧାନସଭା ଦଳର ନେତା।
Published by:Soumya Das
First published: