PM ମୋଦିଙ୍କ ପ୍ରଶଂସାରେ ଶିବ ସେନା ନେତା ସଞ୍ଜୟ ରାଉତ
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ଶିବ ସେନା ନେତା ସଞ୍ଜୟ ରାଉତ ବିଶ୍ୱାସ କରନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଅନ୍ୟ କୌଣସି ନେତା ନାହାଁନ୍ତି । ଜନ୍ମ ଦିନରେ ପ୍ରଧାନ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାବେଳେ ରାଉତ ତାଙ୍କୁ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ତୁଳନା କରିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ରାଉତ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରି କହିଥିବାର ନଜର ଆସିଛନ୍ତି । ରାଜ୍ୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ 'ଚାପୁଡା' ବିବୃତ୍ତି ଚର୍ଚ୍ଚାରେ ଆସିବା ପରେ ସେ କହିଛନ୍ତି ଯେ ବିଜେପି ଓ ଶିବ ସେନା ମଧ୍ୟରେ ସମ୍ପର୍କ ଖରାପ ନୁହେଁ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଉତ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ଅଟଳ ବିହାରୀ ବାଜପେୟୀଙ୍କ ପରେ ସେ ବିଜେପିକୁ ନୂଆ ଉଚ୍ଚତାକୁ ନେଇପାରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଶାସନ ଦେଶରେ ରାଜନୈତିକ ସ୍ଥିରତା ଆଣିଛି । ଏହି ସମୟ ମଧ୍ୟରେ ଶିବସେନା ନେତା ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ଭିନ୍ନତା ଥାଇପାରେ, କିନ୍ତୁ ଆମକୁ ବିଶ୍ୱାସ କରିବାକୁ ପଡ଼ିବ ଯେ ମୋଦି କେବଳ ଜଣେ ଓ ତାଙ୍କ ପରି କେହି ହୋଇପାରିବେ ନାହିଁ ।
ଭାରତୀୟ ଜନତା ପାର୍ଟି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ୨୦ ଦିନିଆ 'ସେବା ସମର୍ପଣ' ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ସାତ ପର୍ଯ୍ୟନ୍ତ ଚାଲିବ ।
ଏହା ବ୍ୟତୀତ ଶୁକ୍ରବାର ଦିନ ବିଜେପିର ସବୁଠାରୁ ବଡ଼ ଏଜେଣ୍ଡା ହେଉଛି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ରେକର୍ଡ ଟିକାକରଣ। ଗୋଟିଏ ଦିନରେ ଦେଶରେ ୨.୫ କୋଟିରୁ ଅଧିକ ଟିକାକରଣ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏହି ସୂଚନା ଦେଇଛନ୍ତି ।
ସେ ଟ୍ବିଟ କରି ଲେଖିଥିଲେ, ‘‘ଭାରତ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଇତିହାସ ସୃଷ୍ଟି କରିଛି । ୨.୫୦ କୋଟିରୁ ଅଧିକ ଟିକା ପ୍ରୟୋଗ କରି ଦେଶ ତଥା ବିଶ୍ବ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖାଯାଇଛି । ଆଜି ଦିନଟି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମରେ ଥିଲା।’’
ଆୟକର ବିଭାଗର ଚଢ଼ାଉ ଉପରେ ଆକ୍ରମଣ
ଖବର ଥିଲା ଯେ ଆୟକର ବିଭାଗ ଅଭିନେତା ସୋନୁ ସୁଦଙ୍କ ଘର ଉପରେ ଚଢ଼ାଉ କରିଛି । ଏଥି ପାଇଁ ରାଉତ କହିଛନ୍ତି, ‘‘ମୁଁ ଦେଖିଛି ଯେ ଦିଲ୍ଲୀ ସରକାର ସୋନୁଙ୍କୁ ଶିକ୍ଷା କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର କରିବା ପରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଛି । ଏହା ଏକ ଗମ୍ଭୀର ପ୍ରସଙ୍ଗ ।’’
ଖାଲି ଏତିକି ନୁହେଁ ସେ ବିଜେପିକୁ ପ୍ରଶ୍ନ ପଚାରିଥିଲେ, "ଯଦି ଲୋକଙ୍କ ଉନ୍ନତି ପାଇଁ ଯଦି କେହି ଅନ୍ୟ ଦଳରେ ଯୋଗ ଦିଅନ୍ତି, ତେବେ ସେ ତୁମର ଶତ୍ରୁ ହୋଇଯିବେ କି।"
ଅଗଷ୍ଟ ୨୭ରେ ଏହି ଅଭିନେତାଙ୍କୁ ଦିଲ୍ଲୀ ସରକାର ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଥିଲେ, ଯାହା ପରେ ତାଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଥିଲା ।
Published by:Lipina Das
First published: