EDର ଚଢ଼ାଉ ମଧ୍ୟରେ ମୁହଁ ଖୋଲିଲେ ସଞ୍ଜୟ ରାଉତ
News18 Odia Digital
Sanjay Raut on ED Raids: ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଇଡି ଆକ୍ଟିଭ ନଜର ଆସୁଛି। ଯେଉଁଠାରେ ଇଡି ଦଳ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚି ପଚରାଉଚରା କରୁଛନ୍ତି।
ପାତ୍ରା ଚଲ ଭୂମି ସ୍କାମ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କୁହାଯାଇଛି। ସେପଟେ ସଞ୍ଜୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ସେ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।
ଆଉ କହିଛନ୍ତି, ‘‘ମିଥ୍ୟା କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ, ମୁଁ ଶିବସେନା ଛାଡ଼ିବି ନାହିଁ। ମୁଁ ମରିଗଲେ ମଧ୍ୟ ମୁଁ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର। ମହାରାଷ୍ଟ୍ର ଓ ଶିବସେନା ମଧ୍ୟରେ ଲଢ଼େଇ ଜାରି ରହିବ।’’
ଖାଲିଏ ଏତିକି ନୁହେଁ, ଶିବସେନା ନେତାଙ୍କ ପକ୍ଷରୁ ଦଳର ପ୍ରତୀକ ମଧ୍ୟ ଟ୍ବିଟ କରାଯାଇଛି। ଯାହା ସହିତ ସେ ଲେଖିଛନ୍ତି, ‘‘ଶିବସେନା ଛାଡ଼ିବେ ନାହିଁ।’’
ବାଲାସାହେବଙ୍କ ଶପଥ ନେଇ ଏହା କହିଛନ୍ତି
ସଞ୍ଜୟ ରାଉତ ଅନ୍ୟ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ଘୋଟାଲା ସହ ଜଡିତ ନୁହଁନ୍ତି। ସେ ଲେଖିଛନ୍ତି, " ଏହି ସ୍କାମ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଶପଥ ନେଇ ଏହା କହୁଛି। ବାଲାସାହେବ ଆମକୁ ଯୁଦ୍ଧ କରିବାକୁ ଶିଖାଇଛନ୍ତି। ମୁଁ ଶିବସେନା ପାଇଁ ଲଢ଼େଇ ଜାରି ରଖିବି।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।