ମହାରାଷ୍ଟ୍ରରେ ବଢ଼ିଲା ବିବାଦ; ଶିବସେନା ରାଜ୍ୟପାଳ କୋଶିୟାରୀଙ୍କୁ ପ୍ରତ୍ୟାହୃତ କରିବାକୁ କେନ୍ଦ୍ରକୁ କହିଲା
ଶିବସେନା (Shiv Sena) କହିଛି ଯେ ମହା ବିକାଶ ଅଘାଡ଼ି ସରକାର ସ୍ଥିର ଓ ଶକ୍ତିଶାଳୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କାନ୍ଧ ବ୍ୟବହାର କରିପାରିବେ ନାହିଁ ।

ମହାରାଷ୍ଟ୍ରରେ ରାଜ୍ୟପାଳ କୋଶିୟାରୀଙ୍କୁ ନେଇ ବଢ଼ିଲା ବିବାଦ
- News18 Odia
- Last Updated: February 13, 2021, 4:17 PM IST
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଶନିବାର ଦିନ ରାଜ୍ୟର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ (Bhagat Singh Koshiyari) ଉପରେ ବିଜେପି ଅନୁସାରେ ଚାଲୁଥିବାର ଅଭିଯୋଗ କରିଛନ୍ତି ଓ କହିଛି ଯେ ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ସମ୍ବିଧାନକୁ ଅକ୍ଷୁର୍ଣ୍ଣ ରହୁ ତେବେ ତାଙ୍କୁ ପ୍ରତ୍ୟାହୃତ କରି ନିଅନ୍ତୁ । ଦଳ କହିଛି ଯେ ମହା ବିକାଶ ଅଘାଡ଼ି ସରକାର ସ୍ଥିର ଓ ଶକ୍ତିଶାଳୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କାନ୍ଧ ବ୍ୟବହାର କରିପାରିବେ ନାହିଁ ।
ଶିବସେନା କହିଛନ୍ତି ଯେ ବିରୋଧୀ ବିଜେପି ଏହାକୁ ଏକ ପ୍ରସଙ୍ଗ କରୁଛି । ସେ କହିଛନ୍ତି ଯେ ଯେତେବେଳେ ସରକାର ବିମାନ ଉଡ଼ାଣ ପାଇଁ ଅନୁମତି ଦେଇନାହାଁନ୍ତି, ସେ କାହିଁକି ବିମାନରେ ବସିବେ? ସମ୍ପାଦକୀୟ କହିଛନ୍ତି ଯେ ଏହା ରାଜ୍ୟପାଳଙ୍କ ବ୍ୟକ୍ତିଗତ ଗସ୍ତ ଓ ଆଇନ ଅନୁଯାୟୀ କେବଳ ରାଜ୍ୟପାଳ ନୁହଁନ୍ତି ମୁଖ୍ୟ ମନ୍ତ୍ରୀ ମଧ୍ୟ ସରକାରୀ ବିମାନ ବ୍ୟବହାର କରିପାରିବେ ନାହିଁ । ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଇନ ଅନୁଯାୟୀ କାର୍ଯ୍ୟ କରିଥିଲା ।
ଉଦ୍ଧବ ଠାକୁର ନେତୃତ୍ୱାଧୀନ ଦଳ ପଚାରିଥିଲେ, କିନ୍ତୁ ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟ ସରକାରଙ୍କୁ ଅହଂକାରୀ ବୋଲି ଅଭିଯୋଗ କରିଛନ୍ତି । କିଏ ଜାଣେ ଇଗୋ ରାଜନୀତି କିଏ କରୁଛି । ଦିଲ୍ଲୀ ସୀମାରେ ତିନୋଟି ନୂତନ କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ବେଳେ ୨୦୦ ରୁ ଅଧିକ ଚାଷୀଙ୍କ ମୃତ୍ୟୁ ସତ୍ତ୍ୱେ ସରକାର ଏହି ଆଇନ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ଇଗୋ ନୁହେଁ କି?