ଭଗବାନ ଶିବ ମତ୍ସ୍ୟଜୀବୀ ହେବା ପାଇଁ ମାତା ପାର୍ବତୀଙ୍କୁ ଅଭିଶାପ ଦେଇଥିଲେ; ଜାଣନ୍ତୁ ସମ୍ପୂର୍ଣ୍ଣ କଥା

ମିତି ଏକ କାହାଣୀ ଅଛି ଯେଉଁଥିରେ ମାତା ପାର୍ବତୀଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । କ୍ରୋଧରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ମାତା ପାର୍ବତୀଙ୍କୁ ଜଣେ ମତ୍ସ୍ୟଜୀବୀଙ୍କ ଘରେ ଜୀବନ ବିତାଇବାକୁ ପଡିଲା ।

ଭଗବାନ ଶିବ ମତ୍ସ୍ୟଜୀବୀ ହେବା ପାଇଁ ମାତା ପାର୍ବତୀଙ୍କୁ ଅଭିଶାପ ଦେଇଥିଲେ; ଜାଣନ୍ତୁ ସମ୍ପୂର୍ଣ୍ଣ କଥା

ଭଗବାନ ଶିବ ମତ୍ସ୍ୟଜୀବୀ ହେବା ପାଇଁ ମାତା ପାର୍ବତୀଙ୍କୁ ଅଭିଶାପ ଦେଇଥିଲେ; ଜାଣନ୍ତୁ ସମ୍ପୂର୍ଣ୍ଣ କଥା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Lord shiva and maa parvati katha; ଆମେ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ପ୍ରେମ ଓ ଉତ୍ସର୍ଗର କାହାଣୀ ଶୁଣି ଆସୁଛେ । ଶିବ ପାର୍ବତୀଙ୍କ ଭେଟ ଓ ତାଙ୍କ ପୁଅ ଗଣେଶଙ୍କ ଆବିର୍ଭାବ କାହାଣୀ ବହୁତ ଲୋକପ୍ରିୟ । କିନ୍ତୁ ଏମିତି ଏକ କାହାଣୀ ଅଛି ଯେଉଁଥିରେ ମାତା ପାର୍ବତୀଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । କ୍ରୋଧରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ମାତା ପାର୍ବତୀଙ୍କୁ ଜଣେ ମତ୍ସ୍ୟଜୀବୀଙ୍କ ଘରେ ଜୀବନ ବିତାଇବାକୁ ପଡିଲା । ତେବେ ଆସନ୍ତୁ ଜାଣିବା ଶିବ ପାର୍ବତୀଙ୍କ ଏହି କୌତୁହଳପୂର୍ଣ୍ଣ କାହାଣୀ ।

ଶିବ କାହିଁକି ପାର୍ବତୀଙ୍କୁ ଅଭିଶାପ ଦେଇଥିଲେ? ପଣ୍ଡିତ
ଇନ୍ଦ୍ରମଣି ଘନସାଲଙ୍କ ଅନୁଯାୟୀ, ଥରେ ଭଗବାନ ଶିବ ମାତା ପାର୍ବତୀଙ୍କ ଆଗରେ ସୃଷ୍ଟିର କାହାଣୀ ବର୍ଣ୍ଣନା କରୁଥିଲେ । ଯେତେବେଳେ ଶିବ ବ୍ରହ୍ମାଣ୍ଡର ରହସ୍ୟ କହିବା ଆରମ୍ଭ କଲେ, ମାତା ପାର୍ବତୀ ଶୁଣିବା ସମୟରେ ଅନ୍ୟ କୌଣସି କଥା ଭାବୁଥିଲେ । ଶିବ କାହାଣୀ କହିବା ଜାରି ରଖିଥିଲେ କିନ୍ତୁ ମାତା ପାର୍ବତୀ ଅନ୍ୟ ଏକ ଦୁନିଆରେ ହଜିଯାଇଥିଲେ । ତା’ପରେ ଭଗବାନ ଶିବ କାହାଣୀ ବନ୍ଦ କରି ପାର୍ବତୀଙ୍କୁ ପଚାରିଲେ, ତୁମେ ମୋ କାହାଣୀ ଶୁଣୁଛ ତ ?

କିନ୍ତୁ ଭାବନା ଦୁନିଆରେ ହଜିଯାଇଥିବା ମାତା ପାର୍ବତୀ ଭଗବାନ ଶିବଙ୍କୁ କୌଣସି ଉତ୍ତର ଦେଇନଥିଲେ । କିଛି ସମୟ ପରେ ମାତା ପାର୍ବତୀ ବାସ୍ତବତାକୁ ଫେରି ଆସିଲେ । ତା’ପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଲେ ଯେ ତୁମେ ବ୍ରହ୍ମଜ୍ଞାନକୁ ଅବମାନନା କରିଛ । ଯେତେବେଳେ କେହି ଶିକ୍ଷାଦାନ କରୁଛନ୍ତି, ତୁମର ଧ୍ୟାନ ବିଚଳିତ ହେବା ଉଚିତ୍ ନୁହେଁ । ଏହା ପରେ ଭଗବାନ କ୍ରୋଧରେ ମାତା ପାର୍ବତୀଙ୍କୁ ଅଭିଶାପ ଦେଲେ ଯେ ତୁମେ ମତ୍ସ୍ୟଜୀବୀଙ୍କ ପରିବାରରେ ଜନ୍ମ ହେବ ।

ଏହା ପରେ ପାର୍ବତୀ ଏକ ମତ୍ସ୍ୟଜୀବୀଙ୍କ ଗାଁରେ ପହଞ୍ଚିଗଲେ। ସେଠାରେ ଗାଁ ମୁଖିଆଙ୍କର କୌଣସି ସନ୍ତାନ ନଥିଲେ । ଯେତେବେଳେ ସେ ମାଛ ଧରିବାକୁ ଯାଉଥିଲେ, ଏକ ଝିଅ ଗଛ ତଳେ ବସିଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ଝିଅ ଜଣଙ୍କ ମାତା ପାର୍ବତୀ ହିଁ ଥିଲେ । ମୁଖିଆ ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ ଯେ ସେ ପିଲାଟିକୁ ତାଙ୍କ ପରିବାରକୁ ପଠାଇଥିଲେ । ସେ ମାତା ପାର୍ବତୀଙ୍କୁ ନିଜ ଘରକୁ ନେଲେ । କୁହାଯାଏ ଶିବଙ୍କ ଅଭିଶାପ ହେତୁ ମାତା ପାର୍ବତୀଙ୍କୁ ମତ୍ସ୍ୟଜୀବୀଙ୍କ ଘରେ ରହିବାକୁ ପଡିଥିଲା ।
Published by:Soubhagya Mishra
First published: