ବିଜେପି ସହିତ ରହିସାରିଥିବା SADର ବଡ଼ ନିଷ୍ପତ୍ତି
News18 Odia Digital
Presidential Election 2022 Update: ରାଷ୍ଟ୍ରପତି ନିର୍ବାଚନରେ ଶିରୋମଣି ଅକାଳୀ ଦଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ବାଦଲ କହିଛନ୍ତି ଯେ ଆମର ରାଜନୈତିକ ଦୃଷ୍ଟିକୋଣକୁ ଦୂରେଇ ରଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।
ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଦଳରେ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା, ଯାହା ପରେ ସମସ୍ତେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ବାଦଲ କହିଛନ୍ତି ଯେ ଆଜି ଦ୍ରୌପଦୀ ମୁର୍ମୁ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ମଧ୍ୟ କଲ ଆସିଥିଲା।
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ପ୍ରଶ୍ନରେ ସେ କହିଛନ୍ତି ଯେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ଅକାଳୀ ଦଳ କୌଣସି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିପାରିବ ନାହିଁ। ତେଣୁ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।