News18 Odia Digital
ଏନଏଚକେ ରିପୋର୍ଟ ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ଆକ୍ରମଣକାରୀ । ତେଣୁ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆବେଙ୍କୁ ଟାର୍ଗେଟ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆବେଙ୍କୁ ଗୁଳି ଚାଳନା ପରେ ୪୦ ବର୍ଷ ଥିବା ଟେଟସୁୟା ୟାମାଗାମୀଙ୍କୁ ପୋଲିସ ଗିରଫ କରିଥିଲା। କୌତୁହଳର ବିଷୟ, ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ଯାଇ ନଥିଲେ ଓ ହାତରେ ଏକ ଅସ୍ତ୍ର ଧରିଥିଲେ।
ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଆବେଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ଉପରେ ଉଚିତ। କିଶିଦା ଖୁବଶୀଘ୍ର ମିଡ଼ିଆକୁ ସମ୍ବୋଧିତ କରିବା ନେଇ ସୂଚନା ମିଳୁଛି।
ସୂଚନାଯୋଗ୍ୟ, ଜାପାନର ଫୁଜି ଟିଭି ଅନୁଯାୟୀ, ସନ୍ଦିଗ୍ଧ ଜଣେ ପୂର୍ବତନ ସାମୁଦ୍ରିକ ସେଲ୍ଫ ଡିଫେନ୍ସ ଫୋର୍ସ ସଦସ୍ୟ ଯିଏକି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ପାଇଁ ଏକ ଘରୋଇ ଅସ୍ତ୍ର ବ୍ୟବହାର କରିଥିଲେ।
ସେ ‘କାର୍ଡିଓପଲ୍ମୋନାରି ଆରେଷ୍ଟ୍’ ଅବସ୍ଥାରେ ଅଛନ୍ତି (ଅର୍ଥାତ୍ ତାଙ୍କର ହୃତ୍ପିଣ୍ଡ ଠିକ୍ରୂପେ କାମ କରୁନାହିଁ) ବୋଲି ଟୋକିଓର ପୂର୍ବତନ ଗଭର୍ଣ୍ଣର୍ ୟୋଇଚି ମାସୁଜୋ ଟୁଇଟ୍ କରି ଲେଖିଛନ୍ତି। ଔପଚାରିକ ଭାବେ କାହାର ମୃତ୍ୟୁ ଘୋଷଣା ପୂର୍ବରୁ ଜାପାନରେ ଏଭଳି କୁହାଯାଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।