ହିମାଚଳ ବିଧାନସଭା ନିର୍ବାଚନ ପାଇଁ AAP ଜାରି କଲା ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକା
- News18 Odia
- Last Updated :
- Shimla, India
News 18 Odia Digital
ଶିମଲା : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଆମ୍ ଆଦମୀ ପାର୍ଟି ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଚାରିଟି ଆସନ ପାଇଁ ଦଳ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ହିମାଚଳ ବିଧାନସଭା ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହୋଇପାରେ । ତେବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇ ନାହିଁ ।
ସୂଚନାନୁସାରେ, ଆମ୍ ଆଦମୀ ପାର୍ଟି ତା'ର ଫେସବୁକ୍ ପେଜରେ ଚାରୋଟି ନାମ ତାଲିକା ଘୋଷଣା କରିଛି । ଏଥିରେ ଡଃ ରାଜନ ସୁଶାନ୍ତ କାଙ୍ଗଡ଼ା ଫତେହପୁରରୁ ଓହ୍ଲେଇଛନ୍ତି । ଏଥିସହିତ ଉମାକାନ୍ତ ଡୋଗ୍ରାଙ୍କୁ କାଙ୍ଗଡାର ନ ଗରୋଟା ବଙ୍ଗୱାନ ସିଟରୁ ଟିକେଟ ଦିଆଯାଇଛି । ଏହା ବ୍ୟତୀତ ଦଳ ସୁଦର୍ଶନ ଜସ୍ପାଙ୍କୁ ଲାହୋଲ-ସ୍ପିତିରୁ ପ୍ରାର୍ଥୀ କରିଛି । ମନୀଷ କୁମାର ସି ରମୌରର ପାୱଣ୍ଟା ବିଧାନସଭା ନିର୍ବାଚନମଣ୍ଡଳୀରୁ AAP ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଡଃ ରାଜନ ସୁଶାନ୍ତ ଅତୀତରେ କାଙ୍ଗଡା ଲୋକସଭା ଆସନରୁ ବିଜେପି ସାଂସଦ ଥିଲେ । ଏହା ପରେ ସେ ବିଜେପି ଛାଡିଥିଲେ । ପରେ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ପୁଣି ଆପକୁ ଛାଡ଼ି ନିଜର ପାର୍ଟି ଗଠନ କରିଥିଲେ । ଗତ ବର୍ଷ ଫତେହପୁର ନିର୍ବାଚନରେ ରାଜନ ସୁଶାନ୍ତ ଅବତରଣ କରିଥିଲେ ଏବଂ ତାଙ୍କୁ ପାଖାପାଖି ୧୨ ହଜାର ଭୋଟ୍ ମିଳିଥିଲା । ତେବେ ସେ ନିର୍ବାଚନରେ ଜିତିପାରିନଥିଲେ । ନିକଟରେ ସେ ପୁଣିଥରେ ମଣ୍ଡିରେ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବର୍ତ୍ତମାନ ଦଳ ତାଙ୍କୁ ଫତେହପୁର ଆସନରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନଟି କଂଗ୍ରେସର ଗଡ଼ ହୋଇଛି ଓ ଗତ ଚାରିଟି ନିର୍ବାଚନରେ କେବଳ କଂଗ୍ରେସ ଜିତିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।