ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସ୍ବାମୀ ରାଜଙ୍କ ଗିରଫ ପରେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

ସ୍ବାମୀ ରାଜଙ୍କ ଗିରଫ ପରେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

ଭାଇରାଲ୍ ହେଉଛି ଶିଳ୍ପା ଶେଟ୍ଟୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ, ଯେଉଁଥିରେ ସେ ବର୍ତ୍ତମାନର ପରିସ୍ଥିତିକୁ ଚ୍ୟାଲେଞ୍ଜ୍ କରି ବଞ୍ଚିବା କଥା କହିଛନ୍ତି । ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ଗିରଫ ପରେ ଗଣମାଧ୍ୟମ ଓ ଜନସାଧାରଣଙ୍କ ଦଷ୍ଟିରୁ ନିଜକୁ ଦୂରାଇ ରଖିଥିଲେ ଅଭିନେତ୍ରୀ ।

ସ୍ବାମୀ ରାଜଙ୍କ ଗିରଫ ପରେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ
ସ୍ବାମୀ ରାଜଙ୍କ ଗିରଫ ପରେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ (Shilpa Shetty) ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ (Raj Kundra) ଗିରଫ ପରଠୁ ଏ ପର୍ଯ୍ୟନ୍ତ ମୁହଁ ଖୋଲିନଥିଲେ, ହେଲେ ଇତିମଧ୍ୟରେ ସେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ନିଜ ପାଇଁ ଏକ ସାହସିକତା ପୋଷ୍ଟ କରି ଚର୍ଚ୍ଚାରେ ଆସିଛନ୍ତି । ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଓ କିଛି ଆପରେ ଏହାକୁ ପୋଷ୍ଟ  କରିବା ଅଭିଯୋଗରେ ଗତ ୧୯ ତାରିଖରେ ମୁମ୍ବାଇ ପୋଲିସ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଥିଲା, ଯାହା ପରଠୁ ଶିଳ୍ପା ଗଣମାଧ୍ୟମ ଓ ଜନସାଧାରଣଙ୍କ ଦୃଷ୍ଟିରୁ ନିଜକୁ ଦୂରେଇ ରଖିଥିଲେ ।

ଗୁରୁବାର ବିଳମ୍ବିତ ରାତିରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ବହିର ପୃଷ୍ଠା ଶେୟାର କରିଥିଲେ, ଯେଉଁଥିରେ ଜେମ୍ସ ଥର୍ବଙ୍କ ଉଦ୍ଧୃତି ଦେଖିବାକୁ ମିଳୁଛି ।

‘‘କ୍ରୋଧରେ ପଛକୁ କିମ୍ବା ଭୟରେ ପଛକୁ ଦେଖ ନାହିଁ, ହେଲେ ସଚେତନାତା ଭିତରେ ଦେଖ । ମୁଁ ଭାଗ୍ୟବାନ ଯେ ବଞ୍ଚିଛି, ଏଥି ପାଇଁ ମୁଁ ଦୀର୍ଘ ନିଶ୍ବାସ ନେଉଛି । ମୁଁ ଅତୀତ ଚ୍ୟାଲେଞ୍ଜରୁ ବଞ୍ଚି ଆସୁଛି ଓ ଭବିଷ୍ୟତରେ ମୁଁ ମଧ୍ୟ ଚ୍ୟାଲେଞ୍ଜ ଗ୍ରହଣ କରି ବଞ୍ଚିବି । ଆଜି ମୋ ଜୀବନ ବଞ୍ଚିବାରେ ମତେ କିଛି ବିଚଳିତ କରିବାର ପାରିବନାହିଁ,’’ ଶିଳ୍ପା ଏହା କ୍ୟାପସନରେ ଲେଖିଛନ୍ତି  ।

ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଯେ ଟିଭିର ପପୁଲାର ରିୟାଲିଟି ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ରେ (Super Dancer Chapter 4) ଜଜ୍ ଭୂମିକାରେ ନଜର ଆସୁଥିବା ଶିଳ୍ପା ଶୋ ଛାଡ଼ି ଦେଇଛନ୍ତି  । ସେ ଶୋ’ର ଆଗାମୀ ଏପିସୋଡର ସୁଟିଂ କରିନାହାଁନ୍ତି । ଏଥର ତାଙ୍କ ସ୍ଥାନରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ  । ସେ କୋରିଓଗ୍ରାଫର୍ ଗୀତା କପୁରଙ୍କ ସହ ଏହି ଶୋର ଜଜ୍ ରୂପେ ନଜର ଆସିବେ  ।

ରାଜ୍ କୁନ୍ଦ୍ରା ଗିରଫ ପରେ ମୁମ୍ବାଇ ପୋଲିସ୍ ଏକ ବିବୃତିରେ କହିଥିଲା ଯେ ଏହି ଅଭିଯୋଗକୁ ନେଇ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ ହୋଇଥିଲା  । ରାଜ୍ କୁନ୍ଦ୍ରାଙ୍କ ଏହି ମାମଲାରେ ଜଣେ ‘‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’’ ଭାବେ ଏତାଲାରେ ଦର୍ଶାଯାଇଥିଲା  ।

ନିକଟରେ ରାଜଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଥିଲା । ତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇ ଥିଲେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ । ଏହି ମାମଲାରେ ଅଭିୟୁକ୍ତ ଦାବି କରିଥିଲେ ଯେ ଗିରଫଦାରୀରୁ ବଞ୍ଚିବା ପାଇଁ କୁନ୍ଦ୍ରା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ।
Published by: Lipina Das
First published: July 23, 2021, 1:11 PM IST