News18 Odia Digital
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ (Raj Kundra) ବିରୁଦ୍ଧରେ ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗର ତଦନ୍ତ ଯେତେ ଆଗକୁ ବଢୁଛି ସେତେ ଅଧିକ ଚାଞ୍ଚଲ୍ୟକର ପ୍ରମାଣ ସାମନାକୁ ଆସୁଛି । ସ୍ବାମୀଙ୍କ ଗିରଫଦାରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ବି ପାଲଟିଛି ବିପଦର କାରଣ । ଶିଳ୍ପାଙ୍କୁ ବି ଘନ ଘନ ଜେରା କରୁଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ।
ରାଜ୍ କୁନ୍ଦ୍ରାଙ୍କ ବିରୋଧର୍ ପ୍ରମାଣର କେତେକ ଫାଇଲ୍ ମିଲିଛି । ଅଶ୍ଲୀଳ ଫିଲ୍ମର ଚମକାଇଦେବା ଭଳି ନେଟ୍ୱର୍କ ବି ତଦନ୍ତରେ ସାମନାକୁ ଆସିଛି । ସେଇଥି ପାଇଁ ଶିଳ୍ପା ସେଟ୍ଟୀଙ୍କ ଉପରେ ଏବେ ତଦନ୍ତ ଏଜେନ୍ସିଙ୍କ ଖଣ୍ଡା ଝୁଲୁଛି । ଅଶ୍ଳୀଳ ଫିଲ୍ମ ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିବା ମାମଲାରେ ଯେବେ ଠାରୁ ରାଜ୍ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି, ସେବେ ଠାରୁ ସମସ୍ତେ ଚକିତ । କ୍ରାଇମ୍ ବ୍ରାଞ୍ଚ ଯେତେ ଯେତେ ଏହି କଳା କାରବାରର ଖିଅଗୁଡ଼ିକୁ ଯୋଡୁଛି ସେତେ ସେତେ ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ପ୍ରମାଣର ଫାଇଲ୍ ମୋଟା ହେବାରେ ଲାଗିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗ୍ୟାଙ୍ଗଷ୍ଟର୍ ହାଇଦର୍କୁ କେମିତି ଗୁଳି ଲାଗିଲା? ପୂରା ଏନ୍କାଉଣ୍ଟର୍ ଘଟଣାର ତଦନ୍ତ କରିବ OHRCନ୍ୟୁଜ୍ ୧୮ ହାତରେ ଲାଗିଛି କେତେକ ଏମିତି ହ୍ବାଟ୍ସଆପ୍ ଚାଟ୍ ଯାହା ଅଶ୍ଲୀଳ ଫିଲ୍ମ ମାମଲାରେ ରାଜ୍ କୁନ୍ଦ୍ରା ଏଣ୍ଡ୍ କମ୍ପାନୀଙ୍କ ଭୂମିକାକୁ ଅଧିକ ମଜବୁତ କରୁଛି । ନ୍ୟୁଜ୍ ୧୮ ହାତରେ ଲାଗିଥିବା ଏହି ହ୍ବାଟ୍ସଆପ୍ ଚାଟ୍ରେ ଫେବ୍ରୁଆରୀ ୭ରେ ହୋଇଥିବା ଗେହନା ବଶିଷ୍ଠଙ୍କ (Gehana Vashisth) ଗିରଫଦାରୀ ସହ ସମ୍ପର୍କିତ କଥାବାର୍ତ୍ତା ଅଛି । ଏହି ହ୍ବାଟ୍ସଆପ୍ ଚାଟରେ ରାଜ୍ କୁନ୍ଦ୍ରାଙ୍କ ପି.ଏ. ଭାବେ କାମ କରୁଥିବା ଉମେଶ କାମତ (Umesh Kamat) ଓ ଅଶ୍ଲୀଳ ଫିଲ୍ମ ସହ ଜଡ଼ିତ ବଡ଼ ନାମ ୟଶ୍ ଠାକୁରଙ୍କ (Yash Thakur) ମଧ୍ୟରେ କଥାବାର୍ତ୍ତା ଅଛି । ୟଶ୍ ଠାକୁର୍ ନ୍ୟୁ କ୍ଲିକ୍ସ ନାମକ ପର୍ଣ୍ଣୋଗ୍ରାଫି ଡିଜିଟାଲ୍ ପ୍ଲାଟଫର୍ମ ଚଳାଏ । ଉମେଶ କାମତ ଓ ୟଶ ଠାକୁର ମଧ୍ୟରେ ହୋଇଥିବା ଏହି ଚାଟ୍ରେ ସ୍ପଷ୍ଟ ଦେଖାଯାଉଛି କେମିତି ଗେହନା ବଶିଷ୍ଠଙ୍କ ଗିରଫଦାରୀ ପରେ ଏ ଦୁହେଁ ବେଶ୍ ଭୟଭୀତ ହୋଇପଡ଼ିଥିଲେ ।

ଶିଳ୍ପା ସେଟ୍ଟୀ ଓ ପତ୍ନୀ ରାଜ୍ କୁନ୍ଦ୍ରା (ରୟଟର୍ସ୍ ଫାଇଲ୍ ଫଟୋ)
ୟଶ୍ ଠାକୁର୍: ‘‘ଗେହନା ଗିରଫ ହୋଇଛନ୍ତି । ତାଙ୍କୁ ମୁକୁଳାଇବା ପାଇଁ ଆଜି ରାତି ସୁଦ୍ଧା ମୋତେ ୮ ଲକ୍ଷ ଟଙ୍କା ଦରକାର ।’’
ଉମେଶ କାମତ: ‘‘କିନ୍ତୁ ବ୍ୟାଙ୍କରୁ କେମିତି ବାହାର କରିବା କେମିତି? ଏବେ ତା’ର ଫୋନ୍ ସ୍ବିଚ୍ ଅଫ୍ ଅଛି । ଆପଣ କୁହନ୍ତୁ କ’ଣ କରିବି?’’
ୟଶ ଠାକୁର୍: ‘‘ମିଡିଆରେ ଖବର ଆସିଲାଣି । ଇଏ ଏବେ ଲମ୍ବା ନାଟକ ହେବ ।’’
ଉମେଶ କାମତ: ‘‘Nueflicksର ନାମ ଆସିଛି କି?’’
ୟଶ ଠାକୁର୍: ‘‘ଏବେ ସୁଦ୍ଧା ତ ନୁହେଁ, କିନ୍ତୁ ସେ କୋର୍ଟକୁ ଗଲେ ସମସ୍ତଙ୍କ ନାମ କହିଦେବ ।’’
ଫେବୃଆରୀ ମାସରେ ହୋଇଥିବା ଏହି ଚାଟ୍ରେ କିଛି ସମୟ ପରେ ୟଶ ଠାକୁର ଗେହନାଙ୍କ ଗିରଫଦାରୀ ସମ୍ପର୍କିତ ନ୍ୟୁଜ୍ ଲିଙ୍କ୍ ପୋଷ୍ଟ କରୁଥିବା ଦେଖାଯାଇଛି ।
ଏହା ବି ପଢ଼ନ୍ତୁ | ACF ସୌମ୍ୟ ମୃତ୍ୟୁ: ସ୍ତ୍ରୀ ବିଦ୍ୟାଙ୍କ ଆଉ ଏକ ହାତଲେଖା ମିଳିଲା; ଜନୈକ ‘ଅକ୍ଷୟ’ଙ୍କ ନାଁକୁ ନେଇ ଚର୍ଚ୍ଚା
ଶିଳ୍ପା ସେଟ୍ଟୀ ଓ ପତ୍ନୀ ରାଜ୍ କୁନ୍ଦ୍ରା ୨୦୦୯ରେ ବିବାହ କରିଥିଲେ ।
ୟା’ ଭିତରେ ଅନୁରାଗ ମୌର୍ଯ୍ୟ (Anurag Maurya) ନାମକ ଜଣେ ବ୍ୟକ୍ତି ରାଜ୍ କୁନ୍ଦ୍ରାଙ୍କ ହଟ୍ସଟ୍ସ୍ ଡିଜିଟାଲ୍ ଆପ୍କୁ ନେଇ ଚମକାଇବା ଭଳି ଦାବି କରିଛନ୍ତି । ପେଶାରେ ସଙ୍ଗୀତକାର ଓ ଗାୟକ ଅନୁରାଗ ମୌର୍ଯ୍ୟ ଅଭିଯୋଗ ଲଗାଇଛନ୍ତି ଯେ ତାଙ୍କ ଗୀତର ବ୍ୟବହାର ତାଙ୍କ ବିନା ସହମତିରେ ଅଶ୍ଳୀଳ ଫିଲ୍ମ ପାଇଁ କରାଯାଇଛି । ଆଉ ଏ ସବୁ ସେହି ଡିଜିଟାଲ୍ ପ୍ଲାଟଫର୍ମରେ କରାଗଲା ଯାହାକୁ ରାଜ୍ କୁନ୍ଦ୍ରାଙ୍କର ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀଅଶ୍ଲୀଳ ଫିଲ୍ମର ଏହି ରାକେଟ୍ର ଗୋଟି ଗୋଟି ଖିଅ ଖୋଜିବାରେ ଲାଗିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କଠାରୁ ମଧ୍ୟ ସତ ଜାଣିବାକୁ ଚାହୁଁଛି । ଏଥି ପାଇଁ ପୋଲିସ ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ବି ପଚରା ଉଚୁରା କରିଛି । ଏହି ସମୟରେ କ୍ରାଇମ୍ ବ୍ରାଞ୍ଚର ଚାରିଟି ଟିମ୍ ଶିଳ୍ପା ସେଟ୍ଟୀଙ୍କୁ ଦୁଇ ଘଣ୍ଟା ପଚରାଉଚୁରା କରିଛି । ନ୍ୟୁଜ୍ ୧୮କୁ ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ଶିଳ୍ପା ସେଟ୍ଟୀଙ୍କୁ ୧୦ଟି ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରାଯାଇଛି । ପଚରାଉଚରା ସମୟରେ ଶିଳ୍ପା ଶେଟ୍ଟୀ ତିନି ଚାରି ଥର ଜୋରରେ କାନ୍ଦିପକାଇଥିଲେ ବୋଲି ସହିଛନ୍ତି ସୂତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେଶିଳ୍ପା ସାମନା କରିଥିବା ପ୍ରଶ୍ନଗୁଡ଼ିକ ଏମିତି ଥିଲା: ଆପଣ ‘ବିୟାନ’ କମ୍ପାନୀରୁ ୨୦୨୦ରେ ବାହାରିଲେ କାହିଁକି, ଯେତେବେଳେ ସେଥିରେ ଆପଣଙ୍କର ଭଲ ସେୟାର ଥିଲା? ଆପଣ ‘ବିୟାନ’ ଓ ‘କେମରିନ୍’ ମଧ୍ୟରେ ଟଙ୍କା ନେଣଦେଣ ବାବଦରେ ଜାଣିଛନ୍ତି କି? ଅଶ୍ଲୀଳ ଭିଡିଓ ଲଣ୍ଡନ ପଠାଇବା ବା ଅପଲୋଡ୍ କରିବାରେ ବହୁ ଥର ବିୟାନ ଅଫିସ୍ର ବ୍ୟବହାର କରାଯାଇଛି ଆପଣ ଏକଥା ଜାଣିଛନ୍ତି କି? ଆପଣ ‘ହଟ୍ସଟ୍ସ୍’ ବାବଦରେ ଜାଣିଛନ୍ତି । ତାକୁ କିଏ ଚଳାଏ? ‘ହଟ୍ସଟ୍ସ୍’ର ଭିଡିଓ କଣ୍ଟେଣ୍ଟ୍ ବାବଦରେ ଆପଣ କିଛି ଜାଣିଛନ୍ତି କି? ଆପଣ କେବେ ‘ହଟ୍ସଟ୍ସ୍’ର କାମରେ ସାମିଲ ହୋଇଛନ୍ତି? ଆପଣ କେବେ ବି ପ୍ରଦୀପ ବକ୍ସିଙ୍କ (ରାଜ୍ କୁନ୍ଦ୍ରାଙ୍କ ଭିଣୋଇ) ସହ ‘ହଟ୍ସଟ୍ସ୍’ ବାବଦରେ ଆଲୋଚନା କରିଛନ୍ତି କି?

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ବାମୀ ରାଜ୍ କୁନ୍ଦ୍ରା
ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନରୁରୁ ମିଳିଥିବା କେତେକ ଚାଟ୍ ଓ ମେସେଜ୍ ଶିଳ୍ପାଙ୍କୁ ଦେଖାଇଥିଲା ଓ ସେ ବାବଦରେ ପଚାରିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶିଳ୍ପା ସେଟ୍ଟୀଙ୍କୁ ପଚରା ଉଚୁରା ସମୟରେ ରାଜ୍ କୁନ୍ଦ୍ରା ବାରମ୍ବାର କହିଥିଲେ ଯେ ତାଙ୍କର ଏ ସବୁରେ କୌଣସି ପ୍ରକାରର ଭୂମିକା ନାହିଁ । ‘‘ଏହି ମାମଲାରେ ମୋ’ର କୌଣସି ଭୂମିକା ନାହିଁ । ଲଣ୍ଡନରେ ଥିବା ମୋ ଭିଣୋଇ ପ୍ରଦୀପ ବକ୍ସି ହିଁ ସବୁ କିଛି ଚଳାନ୍ତି । ମୁଁ ତାଙ୍କ ସହ କେବଳ ହ୍ବାଟ୍ସଆପରେ କଥା ହୋଇଛି,’’ କହିଥିଲେ କୁନ୍ଦ୍ରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ଦୁହେଁ; ‘‘ନ୍ୟାୟର ଜୟ ହେଉ’’କିନ୍ତୁ କ୍ରାଇମ୍ ବ୍ରାଞ୍ଚ ଅନୁସାରେ ପକ୍କା ପ୍ରମାଣ ଅଛି ଯେ ଅଶ୍ଳୀଳ ଫିଲ୍ମର ଏହି କଳା କାରବାର ରାଜ୍ କୁନ୍ଦ୍ରାଙ୍କ ଦେଖରେଖରେ ହେଉଥିଲା । କ୍ରାଇମ୍ ବ୍ରାଞ୍ଚ୍ ସୂତ୍ର ଅନୁସାରେ କେମରିନ୍ କମ୍ପାନୀ କେବଳ ଦେଖାଇବା ପାଇଁ ପ୍ରଦୀପ ବକ୍ସିଙ୍କ ନାମରେ ଚାଲୁଥିଲା । ତାକୁ ସମ୍ପୂର୍ଣ୍ଣ ଭାବେ ରାଜ୍ କୁନ୍ଦ୍ରା ହିଁ ହ୍ୟାଣ୍ଡଲ କରୁଥିଲେ । କ୍ରାଇମ୍ ବ୍ରାଞ୍ଚ ସନ୍ଦେହ କରୁଛି ଯେ ଶିଳ୍ପା ‘ବିୟାନ୍’ କମ୍ପାନୀରୁ ଏଥି ପାଇଁ ଓହରିଲେ କାରଣ ତା’ର ସମ୍ପର୍କ କେନରିନ୍-ହଟ୍ସଟ୍ସ ସହ ଜଡ଼ିତ ଥିଲା ଓ ସେଇଥି ପାଇଁ ଆଇନର ଜାଲରେ ଫସିବାର ଭୟ ଥିଲା ।
ଯାଞ୍ଚ ସମୟରେ କ୍ରାଇମ୍ ବ୍ରାଞ୍ଚ୍ କେମରିନ୍ ଓ ବିୟାନ ମଧ୍ୟରେ ବଡ଼ ସଂଖ୍ୟାରେ ଟଙ୍କା ନେଣଦେଣର ପ୍ରମାଣ ମିଳିଛି । ସୂତ୍ରଙ୍କ ଅନୁସାରେ କ୍ରାଇମ୍ ବ୍ରାଞ୍ଚ ରାତିରେ ରାଜ୍ କୁନ୍ଦ୍ରାଙ୍କର ଆଉ କିଛି ଠିକଣା ଉପରେ ଚଢ଼ାଉ କରିଥିଲା । ସେଠାରୁ ବହୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ନିଜ କବ୍ଜାକୁ ନେଇଥିଲା । ଏବେ ସେଗୁଡ଼ିକର ତଦନ୍ତ କରାଯାଉଛି । କ୍ରାଇମ୍ ବ୍ରାଞ୍ଚ ଏ କଥାର ମଧ୍ୟ ଯାଞ୍ଚ କରୁଛି ଯେ ନିକଟରେ କେଉଁକେଉଁ ଲୋକେ ରାଜ୍ କୁନ୍ଦ୍ରାଙ୍କ କମ୍ପାନୀକୁ ଛାଡ଼ିଛନ୍ତି । ତଦନ୍ତରେ ଏ କଥା ବି ସାମ୍ନାକୁ ଆସିଛି ଯେ ରାଜ୍ କୁନ୍ଦ୍ରାଙ୍କର ଜେ.ଏଲ୍. ଷ୍ଟ୍ରିମ୍ ଆପ୍ କମ୍ପାନୀରେ ଶିଳ୍ପା ସେଟ୍ଟୀ ବ୍ରାଣ୍ଡ୍ ଆମ୍ବାସାଡର ଅଛନ୍ତି । ଏହି କମ୍ପାନୀ ବି ତଦନ୍ତ ପରିସରଭୁକ୍ତ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।