ପର୍ଣ୍ଣ କେସ୍: ଗିରଫଦାରୀରୁ ବଞ୍ଚିବା ପାଇଁ କ୍ରାଇମ୍ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ୍ କୁନ୍ଦ୍ରା

ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବାକୁ ନେଇ ବଢ଼ି ଚାଲିଛି ରାଜ୍ କୁନ୍ଦ୍ରାଙ୍କ ଅଡୁଆ, ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜଣେ ଅଭିଯୁକ୍ତ । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ହାତରେ ଲାଗିଛି ଅଭିଯୁକ୍ତ ଉମେଶ କାମତଙ୍କ ଦ୍ବାରା ବନା ଯାଇଥିବା ପ୍ରାୟ ୭୦ଟି ଭିଡିଓ ।

ପର୍ଣ୍ଣ କେସ୍: ଗିରଫଦାରୀରୁ ବଞ୍ଚିବା ପାଇଁ କ୍ରାଇମ୍ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ୍ କୁନ୍ଦ୍ରା
ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ୍ କୁନ୍ଦ୍ରା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ  (Raj Kundra) ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ଉପରେ ସଙ୍ଘାତିକ ଅଭିଯୋଗ ଲଗାଇଛନ୍ତି ଜଣେ ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତ ଦାବି କରିଛନ୍ତି ଯେ ଗିରଫଦାରୀରୁ ବଞ୍ଚିବା ପାଇଁ ରାଜ୍ କୁନ୍ଦ୍ରା କ୍ରାଇମ୍ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ, ଅରବିନ୍ଦ ଶ୍ରୀବାସ୍ତବ ଓରଫ ୟଶ ଠାକୁର ଅଶ୍ଲୀଳ ଚଳଚ୍ଚିତ୍ର ମାମଲାରେ ଅଭିଯୁକ୍ତ । ମାର୍ଚ୍ଚରେ ସେ ଦୁର୍ନୀତି ନିବାରଣ ବ୍ୟୁରୋରେ (ACB) ଇମେଲ ଜରିଆରେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ  । ସେହି ସମୟରେ ଏ.ସି.ବି. ଏପ୍ରିଲରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଏହି ଅଭିଯୋଗ ପଠାଇଥିଲେ । ହେଲେ ବର୍ତ୍ତମାନ ସହରର ପୋଲିସ ଅଧିକାରୀ ଏ ବିଷୟରେ କିଛି କହୁନାହାଁନ୍ତି  । ବୁଧବାର କ୍ରାଇମ୍ ବ୍ରାଞ୍ଚ୍ ମୁମ୍ବାଇର ଅନ୍ଧେରିରେ ଥିବା  ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା  ।

ଅରବିନ୍ଦ ଶ୍ରୀବାସ୍ତଙ୍କର ଫ୍ଲିଜ୍ ମୁଭିଜ୍ (Fliz movie) ନାମକ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ଥିଲା, ଯାହା ପୂର୍ବରୁ ନ୍ୟୁଫ୍ଲିକ୍ସ (Newflix) ନାମରେ ଜଣାଶୁଣା ଥିଲା । ଏହା ଏକ ଆମେରିକୀୟ ଭିତ୍ତିକ ସଂସ୍ଥା । ମାର୍ଚ୍ଚାରେ ଉକ୍ତ ସଂସ୍ଥା ଦ୍ବାରା ଅଭିଯୋଗ କରାଯାଇଥିଲା ।

ପୋଲିସ ଏହି ମାମଲାରେ ଫ୍ଲିଜ୍ ମୁଭିଜ୍ (Fliz movie) ବ୍ୟାବସାୟିକ ପ୍ରତିଷ୍ଠାନ ନାମ ରଖିବା ସହ ଅରବିନ୍ଦ ଶ୍ରୀବାସ୍ତବଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲା, ଯେଉଁ ଥିରେ ୪.୫ କୋଟି ଟଙ୍କା ଥିଲା  । ଇମେଲରେ ନ୍ୟୁଫ୍ଲିକ୍ସ ଦାବି କରିଛି ଯେ ପୋଲିସର ଜଣେ ସାମ୍ବାଦିକ ମଧ୍ୟ ଏହି ପ୍ରତିଷ୍ଠାନକୁ ୨୫ ଲକ୍ଷ ଟଙ୍କା ମାଗିଥିଲେ  ।

ରାଜ କୁନ୍ଦ୍ରାଙ୍କ ଉପରେ ଲାଗିଥିବା ଅଶ୍ଳୀଳ ଚଳଚ୍ଚିତ୍ର ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି  । କ୍ରାଇମ୍ ବ୍ରାଞ୍ଚ୍ ସୂତ୍ରରୁ ପ୍ରକାଶ ଯେ ସେମାନଙ୍କୁ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ଉମେଶ କାମତଙ୍କ ଦ୍ବାରା ବନା ଯାଇଥିବା ପ୍ରାୟ ୭୦ଟି ଭିଡିଓ ମିଳିଛି । ସୂତ୍ର ଅନୁଯାୟୀ କାମତ ଏହି ଭିଡିଓ ଭିନ୍ନ ଭିନ୍ନ ପ୍ରଡକ୍ସନ ହାଉସ ଜରିଆରେ ନିର୍ମାଣ କରିଥିଲେ ।

ସୂତ୍ରମାନେ ଏହା ମଧ୍ୟ କହିଛନ୍ତି ଯେ ହଟସଟସ୍ ଆପରେ ( Hotshots App) ଅପଲୋଡ଼ ହୋଇଥିବା ୨୦ ମିନିଟରୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୋଟ୍ ୯୦ଟି ଭିଡିଓ କ୍ରାଇମ୍ ବ୍ରାଞ୍ଚ ହାତରେ ଲାଗିଛି । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କୁ ଏହି ଭିଡିଓ ଦେଖାଇଥିଲା, ଯାହା ଉମେଶ କାମତଙ୍କ ଦ୍ବାରା ବ୍ରିବେନର ଏକ ପ୍ରଡକ୍ସନ କମ୍ପାନୀ କେନରିନ୍ (Kenrin)କୁ ପଠାଯାଇଥିଲା  ।
Published by: Lipina Das
First published: July 22, 2021, 5:05 PM IST