ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା

ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା

ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ଅଶ୍ଳୀଳ ଫିଲ୍ମ ବନେଇ ତାକୁ ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରସାରିତ କରୁଥିଲେ । ଏହି ମାମଲାରେ ଯଥେଷ୍ଟ ପ୍ରମାଣ ଅଛି ବୋଲି କହିଛି ମୁମ୍ବାଇ ପୋଲିସ ।

ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ୍ କୁନ୍ଦ୍ରା
  • News18 Odia
  • Last Updated: July 19, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କୁ (Raj Kundra) ସୋମବାର ରାତିରେ ମୁମ୍ବାଇ ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଓ ତାକୁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପ୍ରସାରିତ କରୁଥିଲେ ।

ମୁମ୍ବାଇ ପୋଲିସ୍‌ ଏକ ବିବୃତିରେ କହିଛି ଯେ ଏହି ଅଭିଯୋଗକୁ ନେଇ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ ହୋଇଥିଲା । ରାଜ୍‌ କୁନ୍ଦ୍ରାଙ୍କୁ ଏହି ମାମଲାରେ ‘‘ଜଣେ ମୁଖ୍ୟ ଷଡଯନ୍ତ୍ରକାରୀ’’ ଭାବେ ଏତାଲାରେ ଦର୍ଶାଯାଇଥିଲା ।

“ଫେବୃଆରୀ ୨୦୨୧ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ କିଛି ଆପ୍ ମାଧ୍ୟମରେ ସେଗୁଡ଼ିକର ପ୍ରସାରଣ ବିଷୟରେ କ୍ରାଇମ୍‌ ବ୍ରାଞ୍ଚ ମୁମ୍ବାଇରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ସେ ପ୍ରତୀତ ହେଉଥିବାରୁ ଆମେ ୧୯ ଜୁଲାଇରେ ଶ୍ରୀ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିଛୁ । ଏହି ମାମଲାରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି ।ଏହି ମାମଲାର ତଦନ୍ତ ଚାଲିଛି,’’ ମୁମ୍ବାଇ ପୋଲିସ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ।

ରାଜ କୁନ୍ଦ୍ରା ଜଣେ ବ୍ୟବସାୟୀ । ସେ ଜୁନ୍‌ ୧୧ ତାରିଖ ଶୁକ୍ରବାର ଦିନ ମୁମ୍ବାଇର ସେସନ୍ସ କୋର୍ଟରେ ଆଣ୍ଟିସିପେଟରୀ ବେଲ୍‌ ପାଇଁ ଆବେଦନ କରିଥିଲେ । ମହାରାଷ୍ଟ୍ର ପୋଲିସର ସାଇବର୍‌ ସେଲ୍ ଅନଲାଇନ୍ ଏମିତି କେତେକ ପ୍ଲାଟଫର୍ମଗୁଡିକର ଯାଞ୍ଚ କରିଥିଲା ଯେଉଁଥିରେ ପ୍ରସାରିତ ହେଉଥିବା ୱେବ୍ ସିରିଜରେ ଅଶ୍ଳୀଳ ବିଷୟବସ୍ତୁ ଥିବା ଅଭିଯୋଗ ହୋଇଥିଲା ।

ମୁମ୍ବାଇ ସାଇବର୍‌ ପୋଲିସ ଗତ ବର୍ଷ ଆଇ.ପି.ସି.ର ଦଫା ୨୯୨, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନର ଦଫା ୬୭, ୬୭ଏ ଓ ମହିଳାଙ୍କ ଅଶ୍ଳୀଳରୂପେ ପ୍ରତିନିଧିତ୍ୱ (ନିଷେଧ) ଆଇନ ଅଧୀନରେ ଏକ ମାମଲା ରୁଜୁ କରିଥିଲା।

ମହାରାଷ୍ଟ୍ର ସାଇବର ପୋଲିସ ଗତ ବର୍ଷ ଅନେକ ଲୋକଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ କେତେକ ରାଜ କୁନ୍ଦ୍ରାଙ୍କ ସହ ଜଡିତ ଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମଡେଲ୍ ଶେର୍ଲିନ୍ ଚୋପ୍ରାଙ୍କ (Sherlin Chopra) ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା । ସେତେବେଳେ ରାଜ କୁନ୍ଦ୍ରା ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।



ରାଜ କୁନ୍ଦ୍ରା ନିଜ ସ୍ପଷ୍ଟୀକରଣରେ କହିଥିଲେ ଯେ ଯେଉଁ କମ୍ପାନୀ ସେମିତି ଅଶ୍ଳୀଳ ଭିଡିଓ ତିଆରି କରୁଥିବା ଅଭିଯୋଗ ଆସିଥିଲା ସେ ସେହି କମ୍ପାନୀ ଛାଡିଦେଲେଣି । ସେହି କମ୍ପାନୀ ଛାଡି଼ବା ସହ ଜଡିତ ଡକ୍ୟୁମେଣ୍ଟଗୁଡ଼ିକୁ ବି ସେ ପୋଲିସକୁ ଦେଇଥିଲେ ।
Published by: Anand ST Das
First published: July 19, 2021, 11:47 PM IST