ଶିବୁ ସୋରେନ୍ ରାଜ୍ୟ ସଭା ଆସନ ଜିତିଲେ; ଆନ୍ଧ୍ରରେ YSRC ସବୁ ୪ଟି ଆସନରେ ଜିତିଗଲା

୭୬ ବର୍ଷୀୟ ଶିବୁ ସୋରେନ ଏବେ ରାଜ୍ୟ ସଭା ସଦସ୍ୟ ହେଲେ । ଆନ୍ଧ୍ର ପ୍ରଦେଶରେ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି ନିଜ ପାଖରେ ସଂଖ୍ୟା ବଳ ନ ଥିବା ସତ୍ତ୍ୱେ ଏହି ନିର୍ବାଚନ କରାଇବାକୁ ବାଧ୍ୟ କରିଥିଲା । ତା’ର ପ୍ରାର୍ଥୀ ହାରିଯାଇଛନ୍ତି ।

ଶିବୁ ସୋରେନ୍ ରାଜ୍ୟ ସଭା ଆସନ ଜିତିଲେ; ଆନ୍ଧ୍ରରେ YSRC ସବୁ ୪ଟି ଆସନରେ ଜିତିଗଲା
ଆନ୍ଧ୍ର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଜଗନମୋହନ ରେଡ୍ଡି ଓ (ଡାହାଣ) ଶିବୁ ସୋରେନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ / ରାଞ୍ଚି: ଯେମିତି ଆଶା କରାଯାଉଥିଲା ଠିକ୍‌ ସେମିତି ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଦ୍ୱିବାର୍ଷିକ ନିର୍ବାଚନରେ ​​ ଆନ୍ଧ୍ର ପ୍ରଦେଶର (Andhra Pradesh Rajya Sabha polls) ଶାସକ ଦଳ ୱାଇ.ଏସ୍‌.ଆର୍‌. କଂଗ୍ରେସ (YSR Congress) ସବୁ ଚାରିଟି ଯାକ ରାଜ୍ୟ ସଭା ଆସନ ପାଇଛି । ଝାରଖଣ୍ଡର ପୂର୍ବ ମୁଖ୍ୟ ମନ୍ତ୍ରୀ ଓ ପୂର୍ବ କେନ୍ଦ୍ର କୋଇଲା ମନ୍ତ୍ରୀ ଶିବୁ ସୋରେନ୍‌ ବି ରାଜ୍ୟ ସଭାକୁ ମନୋନୀତ ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶ ବିଧାନ ସଭାର ସୂତ୍ରଙ୍କ ଅନୁଯାୟୀ ଉପ-ମୁଖ୍ୟମନ୍ତ୍ରୀ ପିଲି ସୁଭାଷ ଚନ୍ଦ୍ର ବୋଷ, ମନ୍ତ୍ରୀ ମୋପିଦେବୀ ଭେଙ୍କଟ ରାମଣ, ଶିଳ୍ପପତି ପରିମଲ ନାଥୱାଣି ଓ ରିଆଲଟର୍‌ ଅଯୋଧ୍ୟା ରାମି ରେଡ୍ଡୀ ରାଜ୍ୟ ସଭାକୁ ଯାଇଛନ୍ତି । ସେମାନେ ପ୍ରତ୍ୟେକ ୩୮ଟି ଭୋଟ୍ ସହିତ ନିର୍ବାଚିତ ହୋଇଛନ୍ତି ।

ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (Telugu desam Party, TDP) ନିଜ ପାଖରେ ସଂଖ୍ୟା ନ ଥାଇ ବି ଏହି ନିର୍ବାଚନ କରାଇବାକୁ ବାଧ୍ୟ କରିଥିଲା । ଏହାର ପ୍ରାର୍ଥୀ ଭର୍ଲା ରାମାୟା ହାରିଯାଇଛନ୍ତି । ତାଙ୍କୁ ମାତ୍ର ୧୭ଟି ଭୋଟ୍ ମିଳିଥିଲା ।

ଶୁକ୍ରବାର ଦିନ ଅନୁଷ୍ଠିତ ନିର୍ବାଚନ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha, JMM) ସଭାପତି ଶିବୁ ସୋରେନ ଓ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି ଦୀପକ ପ୍ରକାଶଙ୍କୁ ଝାଡ଼ଖଣ୍ଡରୁ ସଂସଦର ଉପର ଗୃହକୁ ପଠାଯାଇଛି । ସୋରେନଙ୍କୁ ୩୧ଟି ଭୋଟ୍ ମିଳିଥିବା ବେଳେ ପ୍ରକାଶ ୩୦ଟି ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଶାହାଜଦା ଅନୱା ମାତ୍ର ୧୮ଟି ଭୋଟ୍‌ ପାଇଥିଲେ । (Jarkhand Rajya Sabha Polls) ଶିବୁ ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ।

ଜେଏମଏମ ନିଜ ବିଧାୟକମାନଙ୍କ ଠାରୁ ୨୯ଟି ଓ ଅନ୍ୟ ଦଳରୁ ଦୁଇଟି ଭୋଟ୍ ପାଇଥିବା ବେଳେ ବିଜେପି ନିଜ ବିଧାୟକଙ୍କ ଠାରୁ ୨୬ଟି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ଦୁଇଟି ଏବଂ ଅଲ୍‌ ଝାଡ଼ଖଣ୍ଡ ଛାତ୍ର ସଙ୍ଘ (AJSU) ଠାରୁ ଦୁଇଟି ଭୋଟ୍ ପାଇଛି ।

ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଥିଲା। ମତଦାନରେ ଝାଡ଼ଖଣ୍ଡର (Jharkhand) ସମସ୍ତ ୭୯ ବିଧାୟକ ନିଜର ଭୋଟ୍ ଦେଇଥିଲେ । କରୋନା ଭାଇରସ୍ ସଙ୍କଟ ମଧ୍ୟରେ ମତଦାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ବିଧାୟକମାନଙ୍କୁ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା ଓ ସେମାନଙ୍କ ହାତକୁ ସାନିଟାଇଜ୍‌ କରାଯାଇଥିଲା ।

ଝାଡ଼ଖଣ୍ଡରେ ଦୁଇଟି ରାଜ୍ୟ ସଭା ଆସନ ପାଇଁ ମତଦାନ ତାରିଖ ମାର୍ଚ୍ଚ ୨୬ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ କୋଭିଡ-୧୯ ସଙ୍କଟ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନ ସଭାରେ ବର୍ତ୍ତମାନ ୭୯ ସଦସ୍ୟ ଅଛନ୍ତି । ଦୁଇଟି ଆସନରୁ ଜିତିଥିବା ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଦୁମକା ଆସନରୁ ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ହଠାତ୍ ଦେହାନ୍ତ ହେତୁ ବେରମୋ ଆସନ ଖାଲି ପଡ଼ିଛି । ଝାଡ଼ଖଣ୍ଡରେ ଗୋଟିଏ ରାଜ୍ୟ ସଭା ଆସନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦରେ ୨୭ଟି ଭୋଟ୍ ଆବଶ୍ୟକ ଥିଲା ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 19, 2020, 8:52 PM IST
corona virus btn
corona virus btn
Loading