ଶେର୍ଲିନ୍ ଚୋପ୍ରାଙ୍କ ବଡ଼ ଦାବି- ବଡ଼ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି; IPL ମ୍ୟାଚ୍ ପରେ କୋକେନ୍ କରନ୍ତି ବ୍ୟବହାର

ଶେର୍ଲିନ୍ ଚୋପ୍ରା (Sherlyn Chopra) ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଏ ତେବେ ସେ ସମସ୍ତ ରହସ୍ୟ ଖୋଲିବେ । ଶେର୍ଲିନ୍ ଦାବି କରିଛନ୍ତି ଯେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ପରେ କ୍ରିକେଟର ଓ ବଲିଉଡ ତାରକାଙ୍କ ପତ୍ନୀ ୱାଶରୁମରେ କୋକେନ ସେବନ କରିଛନ୍ତି ।

ଶେର୍ଲିନ୍ ଚୋପ୍ରାଙ୍କ ବଡ଼ ଦାବି- ବଡ଼ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି; IPL ମ୍ୟାଚ୍ ପରେ କୋକେନ୍ କରନ୍ତି ବ୍ୟବହାର
ଶେର୍ଲିନ୍ ଚୋପ୍ରାଙ୍କ ବଡ଼ ଦାବି- ବଡ଼ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି
  • News18 Odia
  • Last Updated: September 24, 2020, 3:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜିକାଲି ଡ୍ରଗ୍ସ କୁ ନେଇ ବଲିଉଡରେ ଅନେକ ହଡ଼କମ୍ପ ସୃଷ୍ଟି ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ତରଫରୁ ଫିଲ୍ମ ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ କ୍ରମାଗତ ଭାବରେ ପଚରାଉଚରା କରାଯାଉଛି । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲି ଖାନ ଓ ରକୁଲ ପ୍ରୀତ ସିଂଙ୍କ ସମେତ ଅନେକଙ୍କୁ ସମନ ଜାରି କରାଯାଇଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେର୍ଲିନ ଚୋପ୍ରା (Sherlyn Chopra) ଦାବି କରିଛନ୍ତି ଯେ ଆଇପିଏଲରେ ଡ୍ରଗ୍ସ ବ୍ୟବହାର ମଧ୍ୟ ବହୁଳ ମାତ୍ରାରେ ହୋଇଛି । ସେ କହିଛନ୍ତି ଯେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ପରେ କ୍ରିକେଟର ଓ ବଲିଉଡ ତାରକାଙ୍କ ପତ୍ନୀ ୱାଶରୁମରେ କୋକେନ ଖାଉଥିଲେ ।

ଶେର୍ଲିନ୍ ଚୋପ୍ରା ଆଉ କ’ଣ କହିଛନ୍ତି?
ନ୍ୟୁଜ୍ ଚ୍ୟାନେଲ୍ ଏବିପି ସହିତ କଥାବାର୍ତ୍ତା କରୁଥିବାବେଳେ ଶେର୍ଲିନ୍ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଏ, ତେବେ ସେ ସମସ୍ତ ରହସ୍ୟ ଖୋଲିବେ । ସେ ଟିଭି ଚ୍ୟାନେଲକୁ କହିଛନ୍ତି ଯେ କେକେଆର ମ୍ୟାଚ୍ ପରେ କ୍ରିକେଟର ଓ ବଲିଉଡ ତାରକାଙ୍କ ପତ୍ନୀ ୱାଶରୁମରେ କୋକେନ୍ ଖାଉଥିଲେ । ତେବେ ଆଇପିଏଲର କେଉଁ ସିଜିନରେ ଏହି ଘଟଣା ଘଟିଛି ସେ କହି ନାହାଁନ୍ତି । ତୃତୀୟ ଥର ପାଇଁ ଆଇପିଏଲ୍ ଦେଶ ବଦଳରେ ଦେଶ ବାହାରେ ଖେଳାଯାଉଛି । ଏହାପୂର୍ବରୁ ଏହି ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଥର ପାଇଁ ୟୁଏଇରେ ଆଇପିଏଲ୍ ଅନୁଷ୍ଠିତ ହୋଇଥିଲା । କହି ରଖୁଛୁ ଯେ ନ୍ୟୁଜ୍ ୧୮ ଶେର୍ଲିନ୍ ଚୋପ୍ରାଙ୍କ ଦାବିକୁ ନିଶ୍ଚିତ କରେ ନାହିଁ ।

ୱାଶରୁମରେ କୋକେନ୍ ବ୍ୟବହାର
ଡ୍ରଗ୍ସ ପାର୍ଟି ବିଷୟରେ ଶେରଲିନ୍ ଚୋପ୍ରା କହିଛନ୍ତି ''ମୁଁ କେକେଆର ମ୍ୟାଚ୍ ଦେଖିବା ପାଇଁ କୋଲକାତା ଯାଇଥିଲି । ମ୍ୟାଚ୍ ପରେ ପାର୍ଟି ଅନୁଷ୍ଠିତ ହୋଇଥିଲା । ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି । ସେହି ପାର୍ଟୀରେ ମୁଁ ଦେଖିଲି ଯେ କ୍ରିକେଟର ଓ ବଲିଉଡର ବଡ ସେଲିବ୍ରିଟିମାନେ ସେଠାରେ ଥିଲେ । ମୁଁ ନାଚି ନାଚି ବହୁତ କ୍ଲାନ୍ତ ହୋଇ ଯାଇଥିଲି । ତେଣୁ ମୁଁ ସତେଜ ହେବାକୁ ୱାଶରୁମକୁ ଯାଇଥିଲି । ସେଠାରେ ଯାହା ଘଟୁଥିଲା ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସମସ୍ତେ କୋକେନ ବ୍ୟବହାର କରୁଥିଲେ । ''
Published by: Jagdish Barik
First published: September 24, 2020, 3:13 PM IST
corona virus btn
corona virus btn
Loading