ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାହୁଲ ଗାନ୍ଧିଙ୍କ ଟ୍ବିଟର ସସ୍‌ପେଣ୍ଡ ମାମଲା; ଶଶି ଥରୁର କହିଲେ, ‘‘ଫଟୋ ଉପରେ ନୁହେଁ ପୀଡ଼ିତାଙ୍କ ଉପରେ ଧ୍ୟାନ ଦିଅ’’

ରାହୁଲ ଗାନ୍ଧିଙ୍କ ଟ୍ବିଟର ସସ୍‌ପେଣ୍ଡ ମାମଲା; ଶଶି ଥରୁର କହିଲେ, ‘‘ଫଟୋ ଉପରେ ନୁହେଁ ପୀଡ଼ିତାଙ୍କ ଉପରେ ଧ୍ୟାନ ଦିଅ’’

ରାହୁଲ ଗାନ୍ଧିଙ୍କ ଟ୍ବିଟ ଆକାଉଣ୍ଟ ବନ୍ଦ ହେବା ପ୍ରସଙ୍ଗରେ କ୍ରୋଧିତ ନଜର ଆସିଲେ କଂଗ୍ରେସ ନେତା ଶଶି ଥରୁର । ଗୋଟିଏ ପରେ ଗୋଟିଏ ଟ୍ବିଟ କରି ଟ୍ବିଟର ଇଣ୍ଡିଆକୁ ଦେଲେ ପରାର୍ମଶ ।

ରାହୁଲ ଗାନ୍ଧିଙ୍କ ଟ୍ବିଟର ସସ୍‌ପେଣ୍ଡ ମାମଲା; ଶଶି ଥରୁର କହିଲେ, ‘‘ଫଟୋ ଉପରେ ନୁହେଁ ପୀଡ଼ିତାଙ୍କ ଉପରେ ଧ୍ୟାନ ଦିଅ’’
ଶଶି ଥରୁର କହିଲେ, ‘‘ଫଟୋ ଉପରେ ନୁହେଁ ପୀଡ଼ିତାଙ୍କ ଉପରେ ଧ୍ୟାନ ଦିଅ’’
  • News18 Odia
  • Last Updated: August 12, 2021, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟରେ ଅସ୍ଥାୟୀ ପ୍ରତିବନ୍ଧକକୁ ଦଳ ବିରୋଧ କରିଛି। ତିରୁବନନ୍ତପୁରମର ସାଂସଦ ଶଶି ଥରୁର ଗାନ୍ଧିଙ୍କ ଆକାଉଣ୍ଟକୁ ପୁନଃ ଆରମ୍ଭ କରିବାକୁ ଟ୍ୱିଟରରେ ନିବେଦନ କରିଛନ୍ତି। ଏହା ସହିତ ସେ ଏହାର ନୀତି ସମୀକ୍ଷା କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ ପାତ୍ର ହାଥରସ ପୀଡିତାଙ୍କ ଫଟୋ ପୋଷ୍ଟ କରିବାବେଳେ ଟ୍ୱିଟର ତାଙ୍କ ଆକାଉଣ୍ଟ ବନ୍ଦ କରିନଥିବା ସେ ଅଭିଯୋଗ କରିଛନ୍ତି। ବୁଧବାର ଟ୍ୱିଟର ମଧ୍ୟ ଏହି ବିଷୟରେ ଦିଲ୍ଲୀ ହାଇ କୋର୍ଟଙ୍କୁ ସୂଚନା ଦେଇଛି।

ଏହି ପ୍ରସଙ୍ଗରେ ଶଶି ଥରୁର ଅନେକ ଟ୍ୱିଟ୍ କରିଛନ୍ତି। ଆଉ କହିଛନ୍ତି, ‘‘ଜଣେ ବିଶିଷ୍ଟ ବିରୋଧୀଦଳ ନେତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟ ଚୟନ ଓ ପକ୍ଷପାତିତାକୁ ନେଇ ଚିନ୍ତା ବଢ଼ାଇଛି। ମୁଁ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପନ କରିବାକୁ, ସ୍ୱୟଂଚାଳିତ ନିଲମ୍ବନ ନୀତିର ସମୀକ୍ଷା କରିବାକୁ ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ଟ୍ୱିଟରକୁ ଅନୁରୋଧ କରୁଛି। ଫଟୋ ନୁହେଁ, ଝିଅ ସହିତ ଯାହା ଘଟିଲା ସେ ଉପରେ ଧ୍ୟାନ ଦିଅନ୍ତୁ ।’’

ଅନ୍ୟ ଏକ ଟ୍ୱିଟରେ ସେ କମ୍ପାନୀକୁ ଡବଲ ଷ୍ଟାଣ୍ଡାର୍ଡ ଥିବା ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ‘‘ଡବଲ୍ ଷ୍ଟାଣ୍ଡାର୍ଡର ଧାରଣା ବିଷୟକୁ ନଷ୍ଟ କରିଦିଏ । ଯେତେବେଳେ ବିଜେପି ଜାତୀୟ ମୁଖ ପାତ୍ର ହାଥରସ ପୀଡିତାଙ୍କ ଫଟୋ ପୋଷ୍ଟ କରିଥିଲେ (ଭାରତୀୟ ଦଣ୍ଡବିଧି ସଂହିତା ଧାରା ୨୨୮ଏ ଉଲ୍ଲଂଘନ) ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରିନଥିଲା। ଅଗଷ୍ଟ ୨ ତାରିଖରେ ପୀଡିତାଙ୍କ ପରିବାର ସହ ଏସସି କମିଶନ ଏହି ଫଟୋ ସେୟାର କରିଥିଲେ ମଧ୍ୟ ଏଥିରେ କୌଣସି ପଦକ୍ଷେପ ନିଆଯାଇନଥିଲା।’’

ଖାଲି ଏତିକି ନୁହେଁ ସେ ଟ୍ୱିଟର ଆକାଉଣ୍ଟକୁ ସ୍ୱୟଂଚାଳିତ ବନ୍ଦକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ବୋଲି କହିଛନ୍ତି। ଅନ୍ୟ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘‘ମୁଁ ଟ୍ୱିଟରର ସ୍ଥିତିକୁ ବୁଝିପାରୁଛି ଯେ ଭାରତୀୟ ଆଇନ ଓ ଟ୍ୱିଟରର ନୀତି ଉଲ୍ଲଂଘନ କରୁଥିବା ଆକାଉଣ୍ଟକୁ ଅବରୋଧ କରିବା ବ୍ୟତୀତ ଏହାର କୌଣସି ବିକଳ୍ପ ନାହିଁ। ସେଠାରେ ଥିବା ଆଇନ, ନୀତିର ସମୀକ୍ଷା କରାଯାଇପାରିବ। ଆକାଉଣ୍ଟ ଗୁଡ଼ିକ ସ୍ୱୟଂଚାଳିତ ବନ୍ଦ ଏକ ବଡ଼ ପଦକ୍ଷେପ, ଯାହା ଭାରତୀୟ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦମନ କରୁଛି ।’’

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ ଟ୍ୱିଟର ବୁଧବାର ଦିଲ୍ଲୀ ହାଇ କୋର୍ଟଙ୍କୁ କହିଛି ଯେ ସେମାନେ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ସାମୟିକ ଭାବେ ଅବରୋଧ କରିଛନ୍ତି। ଏହା ସହିତ କମ୍ପାନୀ କୋର୍ଟଙ୍କୁ କହିଛି ଯେ ଏହା କଂଗ୍ରେସ ନେତାଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟକୁ ମଧ୍ୟ ହଟାଇ ଦେଇଛି, ଯେଉଁଥିରେ ସେ ଉତ୍ତର-ପଶ୍ଚିମ ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରର ଫଟୋ ପୋଷ୍ଟ କରିଥିଲେ ।

ପ୍ଲାଟଫର୍ମର ନୀତି ଉଲ୍ଲଂଘନ କରିଥିବାରୁ ଏହି ଟ୍ୱିଟକୁ ହଟାଇ ଦିଆଯାଇଥିବା କମ୍ପାନୀ କହିଛି। କୋର୍ଟର ହସ୍ତକ୍ଷେପ ପୂର୍ବରୁ ଟ୍ୱିଟର ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଜଷ୍ଟିସ୍ ଡିଏନ୍ ପଟେଲ ଓ ଜଷ୍ଟିସ୍ ଜ୍ୟୋତି ସିଂ ସନ୍ତୋଷ ବ୍ୟକ୍ତ କରିଛନ୍ତି।
Published by: Lipina Das
First published: August 12, 2021, 5:21 PM IST