ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭାଷଣ ଉପରେ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶଶି ଥରୁର; କହିଲେ ...

Shashi Tharoor Admits Mistake: ବାଂଲାଦେଶ ଗସ୍ତରେ ଯାଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତିରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହା ପୂର୍ବରୁ କହିଥିଲେ ଯେ ଆମର ପ୍ରଧାନ ମନ୍ତ୍ରୀ ବାଂଲାଦେଶୀକୁ ଭାରତୀୟ ମିଥ୍ୟା ଖବରର ସ୍ୱାଦ ଚଖାଉଛନ୍ତି । ବର୍ତ୍ତମାନ ଥରୁର ନିଜର ଏହି ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି ।

ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭାଷଣ ଉପରେ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶଶି ଥରୁର; କହିଲେ ...
ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭାଷଣ ଉପରେ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶଶି ଥରୁର
  • News18 Odia
  • Last Updated: March 27, 2021, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ନେଇ କରିଥିବା ଟ୍ୱିଟ୍ ପାଇଁ କଂଗ୍ରେସ ନେତା ଶଶି ଥରୁର କ୍ଷମା ମାଗିଛନ୍ତି । ବାଂଲାଦେଶ ଯୁଦ୍ଧ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ମୋଦୀ ଭାଷଣ ଦେଇଥିଲେ । ଥରୁର କ୍ଷମା ମାଗି ଲେଖିଛନ୍ତି ଯେ ସେ ଶୀଘ୍ର ଏଭଳି ଟ୍ୱିଟ୍ କରିଛନ୍ତି । ବାଂଲାଦେଶର ସ୍ୱାଧୀନତା ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ ସତ୍ୟଗ୍ରାହ କରିବା କଥା କହିଥିଲେ । ବାଂଲାଦେଶ ସ୍ୱାଧୀନତା ଦିବସର ସୁବର୍ଣ୍ଣ ଜୟନ୍ତୀ ତଥା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଢାକାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ମୋଦୀ ଏହା କହିଛନ୍ତି ।

ଶଶି ଥରୁର ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭାଷଣ ଟ୍ୱିଟରରେ ସେୟାର କରିବାବେଳେ ଶନିବାର ଲେଖିଛନ୍ତି, 'ଯଦି ମୁଁ ଭୁଲ, ତେବେ ଏହାକୁ ସ୍ୱୀକାର କରିବାକୁ ମୋତେ ଖରାପ ଲାଗେ ନାହିଁ । ଗତକାଲି ମୁଁ ଶୀଘ୍ର ହେଡଲାଇନରେ ଓ ଟ୍ୱିଟ୍ ପଢ଼ି ଟ୍ୱିଟ୍ କରିଥିଲି, ବାଂଲାଦେଶକୁ କିଏ ମୁକ୍ତ କରିଛି ତାହା ସମସ୍ତେ ଜାଣନ୍ତି । ଯାହାର ଅର୍ଥ ହେଲା ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିନାହାଁନ୍ତି । କିନ୍ତୁ ସେ ଏହା ଉଲ୍ଲେଖ କରିଥିଲେ । ମୋତେ କ୍ଷମା କରନ୍ତୁ ।'

ଶଶି ଥରୁରଙ୍କ ଟ୍ୱିଟ୍


କଣ କହିଥିଲେ ପିଏମ ମୋଦୀ
ମୋଦୀ କହିଛନ୍ତି, 'ବାଂଲାଦେଶର ସ୍ଵାଧୀନତ ସଂଗ୍ରାମରେ ଜଡିତ ହେବା ମୋ ଜୀବନର ପ୍ରଥମ ଗତିବିଧି ମଧ୍ୟରୁ ଅନ୍ୟତମ । ମୋର ବୟସ ୨୦-୨୨ ବର୍ଷ ହୋଇଥିବାବେଳେ ମୋର ଅନେକ ସହକର୍ମୀ ଓ ମୁଁ ବାଂଲାଦେଶର ଲୋକଙ୍କ ସ୍ୱାଧୀନତା ପାଇଁ ସତ୍ୟଗ୍ରାହ କରିଥିଲୁ ।"

ଶଶି ଥରୁରଙ୍କ ଟ୍ୱିଟ୍
ପ୍ରଧାନ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟ୍ କରି କହିଥିଲେ ଯେ "ଆମର ପ୍ରଧାନ ମନ୍ତ୍ରୀ ବାଂଲାଦେଶକୁ ଭାରତୀୟ ମିଥ୍ୟା ଖବରର ସ୍ୱାଦ ଚଖାଉଛନ୍ତି । ବାଂଲାଦେଶକୁ କିଏ ମୁକ୍ତ କରିଛି ତାହା ସମସ୍ତେ ଜାଣନ୍ତି ।"
Published by: Jagdish Barik
First published: March 27, 2021, 1:58 PM IST