News18 Odia Digital
Sharad Pawar resigns: ମହାରାଷ୍ଟ୍ରର ରାଜନୀତିରେ ହଟଚମକ ସୃଷ୍ଟି କରିଛି ଶରଦ ପାୱାରଙ୍କ ଇସ୍ତଫା (Sharad Pawar resigns)। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକମ୍ରରେ ଶରଦ ପାୱାରଙ୍କ ଏନସିପି (NCP) ପଦ ଛାଡ଼ିବା ନେଇ ଘୋଷଣା ପରେ ମୁମ୍ବାଇ ରାଜନୀତ ସରଗରମ ହୋଇପଡ଼ିଛି।
ଶରଦଙ୍କ ସମର୍ଥକଙ୍କ ମୁହଁରେ ନାରାବାଜି ଇସ୍ତଫା ପ୍ରତିହାର କରନ୍ତୁ ଶରଦ ଏବଂ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ। ଏପଟେ ଶରଦ ନିଜେ ଘୋଷଣା କରି କହିଛନ୍ତି ସେ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ହେଲେ ରାଜନୀତି ଛାଡ଼ିନାହାଁନ୍ତି, ଲୋକଙ୍କ ସହ ରହି ସେବା କରିବେ ବୋଲି ଶରଦ ସ୍ପଷ୍ଟ କରିଛନ୍ତି। ତେବେ ଶରଦ ଇସ୍ତଫା ଦେବେ ବୋଲି ନିଜ ଝିଅ ସୁପ୍ରିୟା ସୁଲେଙ୍କୁ ସଙ୍କେତ ଦେଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଏପଟେ ଶରଦ ଓ ଅଜିତ ପାୱାରଙ୍କ ମନମାଳିନ୍ୟକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ହେଉଥିବା ବେଳେ କିଏ ହେବେ ପରବର୍ତ୍ତୀ ଏନସିପି ମୁଖ୍ୟ ତାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି।
ଶରଦଙ୍କ ପୁତୁରା ଅଜିତ ପାୱାର ଏନସିପି ମୁଖ୍ୟ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଅଜିତଙ୍କ ସମେତ ସୁନୀଲ ଟାଟକାରେ, ଜୟନ୍ତୀ ପଟେଲ, ପ୍ରପୁଲ ପଟେଲଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ଶରଦ ଇସ୍ତଫା ଦେବାର କିଛି କ୍ଷଣ ପରେ ଅଜିତ ପାୱାର ଗଣମାଧ୍ୟମ ଆଗରେ ମହଁ ଖୋଲିଛନ୍ତି, ‘ଆମେ ଗୋଟିଏ ପରିବାରର’।
ସେ ଆହୁରି ମଧ୍ୟ କହିଛନ୍ତି ଏନସିପି ମୁଖ୍ୟ କିଏ ସେ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟି ପରବର୍ତ୍ତୀ ନିଷ୍ପତ୍ତି ନେବ। ଏପଟେ ସବୁବେଳେ ଜାତୀୟ ରାଜନୀତିରେ ଡାର୍କ ହର୍ସ ଭାବରେ ଉଭା ହୋଇ ଚର୍ଚ୍ଚାରେ ରହୁଥିବା ଶରଦ ଆଗକୁ କଣ କରିବେ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି।
କିଛି ଦିନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଜେଡିୟୁ ମୁଖ୍ୟ ନୀତିଶ କୁମାର, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ଭେଟି ବୈଠକ କରିଥିଲେ ଶରଦ। ଏମିତିରେ ବି ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶରଦ ନିକଟରେ କିଛି ବିଜେପିର ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା କରିଥିବା କୁହାଯାଉଛି।
ପ୍ରାୟ ୬୦ ବର୍ଷରୁ ଅଧିକ ରାଜନୀତିରେ ଲମ୍ବ ରେସ୍ ଖେଳିଥିବା ଶରଦ ୧୯୯୯ରେ କଂଗ୍ରେସରୁ ବିଦା ହୋଇ ଏନସିପି ଗଠନ କରିଥିଲେ। ସେହିଦିନ ଠାରୁ ଦଳର ମୁଖ୍ୟ ହୋଇ ଏନସିପିର ଚାଣକ୍ୟ ଭାବେ ଚର୍ଚ୍ଚାରେ ଥିବା ଶରଦ ଆଗାକୁ ନୂଆ କରିଛି କରିବେ ନା ଏନସିପି ମୁଖ୍ୟକୁ ବ୍ୟାକ୍ କରିବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ପଢ଼ନ୍ତୁ ପୂରା ଖବର: Dead Person Clothes: ମୃତ ବ୍ୟକ୍ତିଙ୍କ ପୋଷାକ କାହିଁକି ପିନ୍ଧିବା ମନା? ଜାଣନ୍ତୁ କାରଣଚାରିଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ପ୍ରତିରକ୍ଷା ତଥା କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପାୱାର ଏନସିପି, କଂଗ୍ରେସ ଏବଂ ଆଦର୍ଶଗତ ଭିନ୍ନ ଭିନ୍ନ ଶିବସେନାକୁ ଏକାଠି କରି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମହା ବିକାଶ ଅଘାଡ଼ି (MVA) ସରକାର ଗଠନ କରିଥିଲେ। ବର୍ତ୍ତମାନ ପାୱାରଙ୍କ ଇସ୍ତଫା ଘୋଷଣା ପରେ MVAର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।