ମମତା ବାନାର୍ଜୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିକୁ ପରାସ୍ତ କରିବାକୁ ବିରୋଧୀମାନେ ମିଳିତ ହେବା ଆରମ୍ଭ କରିଛନ୍ତି। ଏହି ଶରଦ ପାୱାର ଏହି ଦାବି କରିଛନ୍ତି। ତାଙ୍କ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିରୋଧୀ ଦଳ ଏକଜୁଟ ହୋଇ ବିଜେପିକୁ ପରାସ୍ତ କରିବେ।
ଶରଦ ପାୱାର କହିଛନ୍ତି ଯେ ମମତା ବାନାର୍ଜୀ କଂଗ୍ରେସ ସହ ପାରସ୍ପରିକ ମତଭେଦ ଦୂର କରିବାକୁ ରାଜି ହୋଇଛନ୍ତି। ଜାତୀୟ ସ୍ୱାର୍ଥ ପାଇଁ କଂଗ୍ରେସକୁ ବିରୋଧୀ ଏକତାର ଏକ ଅଂଶ କରିବାକୁ ସେମାନେ ପ୍ରସ୍ତୁତ। ପାୱାର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୂର୍ବତନ ସିଏମ ଫାରୁକ ଅବଦୁଲ୍ଲା ମଧ୍ୟ କଂଗ୍ରେସ ସହ ହାତ ମିଳାଇବାକୁ ଘୃଣା କରନ୍ତି ନାହିଁ। ଏକମାତ୍ର ଲକ୍ଷ୍ୟ ହେଉଛି ୨୦୨୪ ରେ ବିଜେପିକୁ ପରାସ୍ତ କରିବା।
ଏବେ ଏହା କଂଗ୍ରେସ ପାଇଁ ଏକ ଭଲ ସଙ୍କେତ ଭାବେ ବିବେଚନା କରାଯାଉଛି। ଅନେକ ନିର୍ବାଚନରେ ପରାଜୟ ଓ ଏକ ଦୁର୍ବଳ ସଂଗଠନ ହେତୁ କିଛି ରାଜନୈତିକ ଦଳ କଂଗ୍ରେସ ବିନା ବିରୋଧୀ ଏକତାର ସ୍ୱପ୍ନ ଦେଖୁଥିଲେ। କେସିଆରଙ୍କ ଠାରୁ ମମତା ବାନାର୍ଜୀ ପର୍ଯ୍ୟନ୍ତ ଏହି ପ୍ରୟାସ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଶରଦ ପାୱାର ତାଙ୍କ ବିବୃତ୍ତିରୁ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ବିନା ବିରୋଧୀ ଏକତା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସର ସମର୍ଥନ ରହିବା ଆବଶ୍ୟକ। ଏଥି ସହିତ ଏନସିପି ମୁଖ୍ୟଙ୍କ ଅନୁଯାୟୀ ମମତା ବାନାର୍ଜୀ ଓ ନୀତିଶ କୁମାର ମଧ୍ୟ ଏହି ଲଢ଼େଇରେ ପୂର୍ଣ୍ଣ ସମର୍ଥନ ଦେବାକୁ ଯାଉଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।