News18 Odia Digital
ନୂଆ ଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ କପୁର ଓ ମହୀପ୍ କପୁରଙ୍କ ଝିଅ ଶନାୟା କପୁର (Shanaya Kapoor) ନିଜ ଡ୍ୟାନ୍ସ ଭିଡିଓ କାରଣରୁ ବହୁତ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ୍ ମିଡି଼ଆରେ ସେ ସାଧାରଣତଃ ତାଙ୍କ ଡ୍ୟାନ୍ସ ମୁଭ୍ ଦ୍ୱାରା ପ୍ରଶଂସକମାନଙ୍କୁ ପାଗଳ କରିଥାନ୍ତି । ଏବେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର୍ କରିଛନ୍ତି ଯେଉଁଥିରେ ସେ ଖୁବ୍ ସୁନ୍ଦର ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
ଶନାୟା କପୁର ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଶେୟାର୍ କରିଥିବା ଭିଡିଓରେ ସେ ନିଜ ଶିକ୍ଷିକା ସଞ୍ଜନା ମୁତ୍ରେଜାଙ୍କ (Sanjana Mutreja) ସହ ବେଲି ଡ୍ୟାନ୍ସ (belly dance) କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଶନାୟା ଏକ କଳା ରଙ୍ଗର ବ୍ଲାଉଜ୍ ସହ ଧୂସର ରଙ୍ଗର ଟାଇଟ୍ ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି । ସେ ଖୁବ୍ ସୁନ୍ଦର ବେଲି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ବେକାବୁ କରୋନା: ଶହ ଶହ କରି ବଢ଼ୁଛି ସଂକ୍ରମଣ; ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା ବଢ଼ିଲାଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର୍ କରି ଶନାୟା କ୍ୟାପସନରେ ଲେଖିଛନ୍ତି, ‘‘ଫ୍ଲୋର୍ ୱର୍କ ଶିଖିବା ସବୁ ବେଳେ ମୋ’ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଅଛି! ମୋତେ ପ୍ରେରଣା ଦେଇଥିବାରୁ ସଞ୍ଜନା ମୁତ୍ରେଜାଙ୍କୁ ଧନ୍ୟବାଦ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର୍ ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍ଶନାୟାଙ୍କର ଏହି ଭିଡିଓ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେଉଛି । ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଛନ୍ତି (ଖବର ଲେଖିବା ପର୍ଯ୍ୟନ୍ତ)। ଅନେକ ଲୋକ ନୃତ୍ୟର ପ୍ରଶଂସା କରି ମନ୍ତବ୍ୟ ଦେଉଛନ୍ତି ।
ଏଇଠି ଦେଖନ୍ତୁ ସେହି ମସ୍ତିଭରା ବେଲି ଡ୍ୟାନ୍ସ:
ନିକଟରେ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର (Karan Johar) ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶନାୟା କପୁରଙ୍କ ଫଟୋ ଶେୟାର କରି ତାଙ୍କୁ ବଲିଉଡରେ ଲଞ୍ଚ କରିବେ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ଶନାୟାଙ୍କୁ ଖୁବ ଶୀଘ୍ର ଧର୍ମା ପ୍ରଡକ୍ସନର ଏକ ଚଳଚ୍ଚିତ୍ରରେ ଏକ ମୁଖ୍ୟ ଅଭିନେତ୍ରୀ ରୂପେ ଦେଖିବାକୁ ମିଳିବ ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ ୩ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେଶନାୟା କପୁରଙ୍କ ବିଷୟରେ ଏହି ଘୋଷଣା କରିବା ପରେ କରଣ ଜୋହରଙ୍କୁ ସୋସିଆଲ ମିଡି଼ଆରେ ଟ୍ରୋଲ୍ ହେବାକୁ ପଡ଼ିଥିଲା । ସେ ବଲିଉଡରେ ଆତ୍ମୀୟତାକୁ (ଭାଇଭଣଜାବାଦ) ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା ।
କରଣ ଜୋହର ବଲିଉଡରେ ଏକ ଷ୍ଟାର କିଡ୍ ଲଞ୍ଚ୍ କରିବାର ଏହା ପ୍ରଥମ ଘଟଣା ନୁହେଁ । ସେ ଅର୍ଜୁନ କପୁର, ସୋନମ୍ କପୁର, ଜାନଭୀ କପୁର, ବରୁଣ ଧାୱନ ଓ ଆଲିଆ ଭଟ୍ଟଙ୍କ ଭଳି ଷ୍ଟାରମାନଙ୍କ ପୁଅଝିଅଙ୍କୁ ମଧ୍ୟ ଲଞ୍ଚ କରିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।