ଶନାୟା କପୁର୍ ସୁହାନା ଖାନଙ୍କ ସ୍କର୍ଟ ପିନ୍ଧି ଜବରଦସ୍ତ ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଲା
ବେଲି ଡ୍ୟାନ୍ସର ଭିଡିଓ ଶେୟାର କରି ଶନାୟା କପୁର ଶାହରୁଖ ଖାନଙ୍କ ଝିଅ ତଥା ତାଙ୍କ ସର୍ବୋତ୍ତମ ବନ୍ଧୁ ସୁହାନା ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାସ୍ତବରେ ଏହି ଡ୍ୟାନ୍ସରେ ଶନାୟା ପିନ୍ଧିଥିବା ସ୍କର୍ଟଟି ସୁହାନାଙ୍କର । ଏହି ଭିଡିଓକୁ ୯୩ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି ।
ଶନାୟା କପୁର ବେଲି ଡ୍ୟାନ୍ସ କରୁଛନ୍ତି ।
- News18 Odia
- Last Updated: February 6, 2021, 4:28 PM IST
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ (Sanjay Kapoor) ଝିଅ ଶନାୟା କପୁର (Shanaya Kapoor) ସିନେମାରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ନିକଟରେ ଶନାୟା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିଛନ୍ତି । ତାହା କରିବା ମାତ୍ରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଆଁ ଲଗାଇବା ଆରମ୍ଭ କରିଛନ୍ତି ।
ଶନାୟା ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ଓ କିଛି ଫଟୋ ଶେୟାର୍ କରିଛନ୍ତି, ଯେଉଁଥିରେ ସେ ବେଲି ଡ୍ୟାନ୍ସ କରୁଥିବା ଦେଖାଯାଇଛି (Shanaya Kapoor Belly Dance) । ସେହି ଭିଡିଓରେ ଶନାୟା କପୁର ଏକ ଧଳା ସ୍କର୍ଟ ଓ ଧଳା କ୍ରପ୍ ଟପ୍ ପିନ୍ଧିଛନ୍ତି ଓ ବହୁତ ବୋଲ୍ଡ ଆଉ ସୁନ୍ଦର ଦେଖାଯାଉଛନ୍ତି ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?
View this post on Instagram
ଏହି ଜବରଦସ୍ତ ନୃତ୍ୟ ଭିଡିଓରେ ଏହାର ନିର୍ଦ୍ଦେଶକ ସଞ୍ଜନା ମୁଥେରେଜା ବି ଶନାୟା କପୁରଙ୍କ ସହ ନଜର ଆସିଛନ୍ତି । ସେ ଶନାୟାଙ୍କ ସହ ଜବରଦସ୍ତ ଶୈଳୀରେ ବେଲି ଡ୍ୟାନ୍ସ କରୁଥିବା ଦେଖାଯାଇଛନ୍ତି । ଶନାୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଲାଇକ୍, ଶେୟାର୍ ଓ କମେଣ୍ଟ ପାଇବାରେ ଲାଗିଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା
ଏହି ଭିଡିଓ ଶେୟାର୍ କରି ଶନାୟା କପୁର ଏହାର କ୍ୟାପସନରେ ଲେଖିଛନ୍ତି, ‘‘ସଞ୍ଜନା ମୁଥରେଜାଙ୍କ ସହ କିଛି ଅଲଗା ଚେଷ୍ଟା କରୁଛି । ମୋତେ ସ୍କର୍ଟ ଦେଇଥିବାରୁ ସୁହାନା ଖାନଙ୍କୁ ଧନ୍ୟବାଦ ।”
ଶନାୟା ଶେୟାର୍ କରିଥିବା ଫଟୋଗୁଡ଼ିକରେ ସେ ଅତି ବୋଲ୍ଡ ଷ୍ଟାଇଲରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଶନାୟାଙ୍କ ଏହି ଶୈଳୀକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓ ଉପରେ ଆସୁଥିବା ମନ୍ତବ୍ୟରେ ଦେଖାଯାଇଛି ଯେ ଲୋକେ ତାଙ୍କ ନୃତ୍ୟକୁ ପ୍ରଶଂସା କରି କ୍ଳାନ୍ତ ହେଉ ନାହାନ୍ତି ତ ଆଉ ଅନ୍ୟମାନେ ଶହାନାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କରି ଥକୁ ନାହାନ୍ତି । ଶନାୟାଙ୍କର ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୯୩ ହଜାରରୁ ଅଧିକ ଲାଇକ୍ ପାଇସାରିଛି ।






