News 18 Odia Digital
ନୂଆଦିଲ୍ଲୀ; ଜଣେ ବ୍ୟକ୍ତି ୬୦ ବର୍ଷ ବୟସରେ ଦ୍ଵିତୀୟ ବିବାହ କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ଫେସବୁକରେ ଭେଟିଥିଲେ । ଖାସ କଥା ହେଉଛି ତାଙ୍କ ପିଲାମାନେ ହିଁ ତାଙ୍କୁ ବିବାହ ପାଇଁ ମନାଇଥିଲେ । ଶକିଲ ଜାହିଦଙ୍କ ପ୍ରେମ କାହାଣୀର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଶକିଲଙ୍କ ପ୍ରଥମ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି । ଶକିଲ ଜାହିଦ ପ୍ରଥମେ ୧୯୮୪ ରେ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କର ତିନି ସନ୍ତାନ, ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲେ। ଏଥି ସହିତ, ଶକିଲଙ୍କର ୮ ନାତି ମଧ୍ୟ ଅଛନ୍ତି ।
ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଶକିଲ ଏକୁଟିଆ ରହିଲେ, ପରେ ପିଲାମାନେ ଆବୁଙ୍କ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ, ଶକିଲ ଫେସବୁକରେ ମାଡିହାଙ୍କ ସହ ବନ୍ଧୁତା କରିଥିଲେ, ମାଡିହା ନିଜେ ମଧ୍ୟ ଜୀବନ ସାଥୀ ଖୋଜୁଥିଲେ । ଶାକିଲ କହିଛନ୍ତି ଯେ ପ୍ରଥମ ବିବାହ ୧୯୮୪ ରେ ହୋଇଥିଲା, ଏକାକୀ ରହିବା ଅତ୍ୟନ୍ତ କଷ୍ଟକର । ସେଥିପାଇଁ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ ।
ଫେସବୁକରେ ମାଡିହାଙ୍କୁ ଶକିଲ ହିଁ ଥିଲେ ପ୍ରସ୍ତାବ ଦେଇଥିଲେ । ମାଡିହା କହିଛନ୍ତି ଯେ ସେ ବହୁତ ସମ୍ମାନର ସହ ପ୍ରସ୍ତାବ ଦେଇଛନ୍ତି । ମାଡିହା କହିଛନ୍ତି ଯେ ଯେତେବେଳେ ମୁଁ ତାଙ୍କୁ ଭେଟିଲି, ସେତେବେଳେ ଏହି କବିତାଟି ମୋ ମନକୁ ଶକିଲଙ୍କ ପାଇଁ ଆସିଥିଲା, ଯାହା ଏହିପରି ଥିଲା - ୱାଦ ମୁଦ୍ଧତ କେ ଖିଲ ରହି ହୁଁ ମେଁ, ୟୁ ଲାଗ ରହା ହେ ଖୁଦ ସେ ମିଲ ରହି ହୁଁ ମେଁ ...'
ସାକ୍ଷାତକାର ସମୟରେ ମାଡିହାଙ୍କୁ ପଚରାଯାଇଥିଲା କି ଶକିଲ ପରିବାର ଏବଂ ବିବାହ ବିଷୟରେ ପୂର୍ବରୁ ସୂଚନା ଦେଇଥିଲେ ନା ବିବାହ ପରେ ଜଣାପଡ଼ିଲା ? ଏହି ପ୍ରଶ୍ନ ଉପରେ ମାଡିହା କହିଛନ୍ତି ଯେ ସେ ସବୁକଥା ପୂର୍ବରୁ ଜଣାଇ ଥିଲେ । ଏଥିସହିତ ଶକିଲଙ୍କ ପୁଅ କହିଥିଲେ ଯେ ଆମେ ସମସ୍ତେ ସେଟେଲ ହୋଇସାରିଛୁ, କିନ୍ତୁ ଆମ୍ମିଙ୍କ ମୃତ୍ୟୁ ପରେ ଅବୁ ଏକାକୀ ରହିଯାଇଛନ୍ତି । ଏପରି ପରିସ୍ଥିତିରେ, ଯେଉଁ ଶୂନ୍ୟତା ପତ୍ନୀ ଦୂର କରିପାରିବ, ଅନ୍ୟ କେହି ଏହାକୁ ଦୂର କରି ପାରିବେ ନାହିଁ । ଏହି କାରଣରୁ ଆମେ ତାଙ୍କୁ ବିବାହ ପାଇଁ ମନାଇଥିଲୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।