ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?

ୟାଶ୍ ରାଜ୍ ପ୍ରଡକ୍ସନର ଫିଲ୍ମ ‘ପଠାନ’ ଆସନ୍ତା ବର୍ଷ ରିଲିଜ୍ ହେଉଛି । ଏହି ଆକ୍ସନ୍ ଫିଲ୍ମରେ ଶାହରୁଖ ବଡ଼ ପରଦାକୁ ଦମଦାର୍ ରୂପରେ ଫେରୁଛନ୍ତି । ଏଥିରେ ତାଙ୍କୁ ସଲମନ୍ ଖାନଙ୍କ ସହ ବୁର୍ଜ ଖଲିଫା ବିଲ୍ଡିଂର ଛାତ ଉପରେ ଲଢ଼େଇ କରୁଥିବା ଦେଖିବାକୁ ମିଳିବ ।

ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?
ଶାହରୁଖ ଖାନ୍
  • News18 Odia
  • Last Updated: March 25, 2021, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନଙ୍କ (Shahrukh Khan) ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି । ଲୋକେ ତାଙ୍କ ନୂଆ ଫିଲ୍ମ ଆସିବାକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଇଏ ଭିନ୍ନ କଥା ଯେ ଗତ କିଛି ବର୍ଷ ହେବ ଶାହରୁଖଙ୍କ ଫିଲ୍ମ ବକ୍ସ ଅଫିସରେ ସେତେ ଭଲ ସଫଳତା ଲାଭ କରିନାହିଁ । କିନ୍ତୁ ଏହା ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ କରି ନାହିଁ । ଏବେ ଶାହାରୁଖଙ୍କ ବିଷୟରେ ଏମିତି ଖବର ଆସିଛି ଯାହା ତାଙ୍କ ପ୍ରଶଂସକମାନେ ଶୁଣି ଖୁସି ହେବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶାହରୁଖ ଖାନ୍‌ ଭାରତର ସବୁଠାରୁ ଦାମୀ ଅଭିନେତା ହୋଇଛନ୍ତି । ହଁ, ଶାହାରୁଖ ଫିଲ୍ମ 'ପଠାନ'ରେ (Pathan) ସାଇନ୍‌ କରିବା ପରେ ଭାରତର ସବୁଠାରୁ ମହଙ୍ଗା ଅଭିନେତା ପାଲଟିଛନ୍ତି । ଖବର ଅନୁଯାୟୀ ଶାହରୁଖ ଖାନ୍‌ ଫିଲ୍ମ 'ପଠାନ' ପାଇଁ ୧୦୦ କୋଟି ଟଙ୍କା ଫି ନେଇ ଦେଶର ସବୁଠାରୁ ଦାମୀ ଅଭିନେତା ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନିକଟରେ ଚଳଚ୍ଚିତ୍ର ସମାଲୋଚକ ତଥା ଚଳଚ୍ଚିତ୍ର PR ଓ ମାର୍କେଟିଂ ବିଶେଷଜ୍ଞ ଉମୈର ସନ୍ଧୁ ଏକ ଟ୍ୱିଟ୍ କରି କହିଥିଲେ ଯେ 'ପଠାନ୍' ଫିଲ୍ମ ପାଇଁ ଶାହରୁଖ ଖାନ୍‌ ୧୦୦ କୋଟି ଟଙ୍କା ଚାର୍ଜ୍‌ କରିଛନ୍ତି । ଏଥିରୁ ଜଣାପଡିଛି ଯେ ବର୍ତ୍ତମାନ ଶାହରୁଖ ଖାନ ସଲମାନ ଖାନ, ଆମୀର ଖାନ, ଅକ୍ଷୟ କୁମାର ଓ ଅନ୍ୟ କଳାକାରମାନଙ୍କୁ ରୋଜଗାର କ୍ଷେତ୍ରରେ ପଛରେ ପକାଇ ଦେଇଛନ୍ତି ।

ଉମୈର ସନ୍ଧୁଙ୍କ ଟ୍ୱିଟ୍


'ପଠାନ' ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ । ଏହି ଫିଲ୍ମରେ ଶାହରୁଖ ଖାନ ବଡ ପରଦାକୁ ଦମଦାର୍‌ ରୂପରେ ଫେରୁଛନ୍ତି । ଏହି ଫିଲ୍ମଟି ୟାଶ୍‌ ରାଜ୍‌ ପ୍ରଡକ୍ସନର (YRF) ପ୍ରକଳ୍ପ ଓ ଏକ ଆକ୍ସନ୍ ଫିଲ୍ମ । ଏଥିରେ ଶାହରୁଖଙ୍କୁ ଜଣେ ସିକ୍ରେଟ୍‌ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ ।

ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଖରାପ ସମ୍ପର୍କ ଭିତରେ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଏ ପର୍ଯ୍ୟନ୍ତ ଏହି ଫିଲ୍ମଟି ଗୁପ୍ତତାରେ ଆବୃତ ହୋଇ ରହିଛି । ଏପର୍ଯ୍ୟନ୍ତ ଏହା ବିଷୟରେ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ । ନିକଟରେ ଖବର ଆସିଥିଲା ​​ଯେ ସଲମାନ ଖାନ ଫିଲ୍ମ 'ପଠାନ'ରେ ଏକ କ୍ୟାମୋ (ଅତିଥି ଭୂମିକା) କରିବେ। ଏହି ଖବରକୁ ସଲମାନ ଖାନ ନିଜ ଶୋ’ 'ବିଗ୍ ବସ୍ ୧୪'ର ସପ୍ତାହଶେଷ ଯୁଦ୍ଧରେ ନିଶ୍ଚିତ କରିଥିଲେ ।



ସଲମନ୍‌ କହିଥିଲେ ଯେ ସେ ଶୀଘ୍ର ଶାହାରୁଖ ଖାନ, ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମଙ୍କ ଫିଲ୍ମ 'ପଠାନ'ର ସୁଟିଂ ଆରମ୍ଭ କରିବେ। ଖବର ଅନୁଯାୟୀ ଏହି ଫିଲ୍ମରେ ସଲମାନ ଖାନ ଓ ଶାହରୁଖ ଖାନଙ୍କୁ ବୁର୍ଜ ଖଲିଫା ବିଲ୍ଡିଂର ଛାତ ଉପରେ ଲଢ଼େଇ କରୁଥିବା ଦେଖିବାକୁ ମିଳିବ ।
First published: March 25, 2021, 7:23 PM IST