ଶାହିଦ କପୁରଙ୍କ ମା’ ନୀଳିମା ୬୨ ବର୍ଷର ହେଲେ; କାହିଁକି ସେ ନିଜ ପତିଙ୍କ ଠାରୁ ଅଲଗା ହୋଇଥିଲେ?

ଶାହିଦ କପୁର ୩ ବର୍ଷ ବୟସର ହୋଇଥିବା ସମୟରୁ ତାଙ୍କୁ ତାଙ୍କ ମା’ ନୀଳିମା ଅଜୀମ୍ ଏକା ପାଳି ବଡ଼ କରିଥିଲେ । ଛାଡ଼ପତ୍ର ପରେ ନୀଳିମାଙ୍କ ପାଇଁ ଦୁଇ ବେଳାର ଖାଦ୍ୟ ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ିଥିଲା ।

ଶାହିଦ କପୁରଙ୍କ ମା’ ନୀଳିମା ୬୨ ବର୍ଷର ହେଲେ; କାହିଁକି ସେ ନିଜ ପତିଙ୍କ ଠାରୁ ଅଲଗା ହୋଇଥିଲେ?
ଇଶାନ୍ ଖଟ୍ଟର, ନୀଳିମା ଅଜୀମ ଓ ଶାହିଦ କପୁର
  • News18 Odia
  • Last Updated: December 4, 2020, 9:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଡିସେମ୍ବର ୨ରେ ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ (Shahid Kapoor) ମା’ ନୀଳିମା ଅଜିମ୍‌ (Neelima Azeem) ୬୨ ବର୍ଷର ହୋଇଛନ୍ତି । ତାଙ୍କୁ ଶାହିଦ୍‌ ଓ ତାଙ୍କ ପତ୍ନୀ ମୀରା ରାଜପୁତ (Meera Rajput) ଶୁଭକାମନା ଦେଇଛନ୍ତି । ହେଲେ ଶାହିଦଙ୍କ ପିତା ତଥା ନୀଳିମାଙ୍କ ସ୍ୱାମୀ ଆଉ ତାଙ୍କ ସହ ରହୁନାହାନ୍ତି ।

ଶାହିଦ୍‌ କପୁର୍‌ ହେଉଛନ୍ତି ନୀଳିମା ଅଜୀମ୍‌ ଓ ଅଭିନେତା ପଙ୍କଜ କପୁରଙ୍କ (Pankaj Kapoor) ପୁତ୍ର । ନୀଳିମା ଏବେ ପଙ୍କଜ କପୁରଙ୍କ ପୂର୍ବତନ ପତ୍ନୀ । ପଙ୍କଜ ଓ ନୀଳିମା ପ୍ରେମ ବିବାହ କରିଥିଲେ, ହେଲେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହୋଇଯାଇଥିଲେ । ସେତେବେଳେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକେ ଭାବୁଥିଲେ ଦୁହିଁଙ୍କ ଭିତରେ କ’ଣ ଏମିତି ହେଲା ଯେ ଦୁହେଁ ଅଲଗା ହୋଇଗଲେ?

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

ଛାଡପତ୍ରର ବର୍ଷକ ପରେ ଯାଇ ନୀଳିମା ପଙ୍କଜ କପୁରଙ୍କ ସହ ଛାଡ଼ପତ୍ର ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ଏକ ସାକ୍ଷାତକାରରେ ନୀଳିମା ପ୍ରକାଶ କରିଥିଲେ ଯେ ଅଲଗା ହେବାର ନିର୍ଣ୍ଣୟ ତାଙ୍କର ନ ଥିଲା, ହେଲେ ପଙ୍କଜ ଆଗକୁ ବଢ଼ିସାରିଥିଲେ । ଶାହିଦ କପୁର ତିନି ବର୍ଷ ବୟସର ହୋଇଥିବା ସମୟରୁ ତାଙ୍କୁ ତାଙ୍କ ମା’ ନୀଳିମା ଏକା ପାଳି ବଡ଼ କରିଥିଲେ ।

ନୀଳିମା ଅଜୀମ


ଏକ ସାକ୍ଷାତକାରରେ ନୀଳିମା କହିଥିଲେ, ‘‘ମୁଁ ଅଲଗା ହେବାର ନିଷ୍ପତ୍ତି ନେଇ ନ ଥିଲି । ପ୍ରକୃତ କଥା ହେଉଛି ଯେ ସେ (ପଙ୍କଜ) ଆଗକୁ ବଢ଼ିସାରିଥିଲେ । ମୋ’ ପାଇଁ ନିଜ ପେଟକୁ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଇଥିଲା ।’’

ଏହା ବି ପଢ଼ନ୍ତୁ | ଖୋଲିବ ନୟାଗଡ଼ର ପରୀ ହତ୍ୟା ରହସ୍ୟ: SIT ତଦନ୍ତ ଜୋର୍ ଧରିଲା, ବାବୁଲି ନାୟକଙ୍କୁ ଘଣ୍ଟା ଜେରା କରାଗଲା

‘‘ଯେତେବେଳେ କୌଣସି ସମ୍ପର୍କ ଭାଙ୍ଗିଯାଏ, ଯାହାକୁ ଛାଡ଼ପତ୍ର କୁହାଯାଏ, ଏହା ଉଭୟଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ । ହଁ, ବନ୍ଧୁତା ଓ ଆକର୍ଷଣ ଥିଲା, କିନ୍ତୁ ହୃଦୟ ଭାଙ୍ଗିଯାଇଥିଲା । ସେ (ପଙ୍କଜ) ଆଜି ନିଜ ପରିବାର ସହିତ ଭଲରେ ସେଟଲ୍‌ ହୋଇଛନ୍ତି । ମୁଁ ତାଙ୍କର ଖୁସି କାମନା କରୁଛି,’’ କହିଥିଲେ ନୀଳିମା ।

ପତ୍ନୀ ମୀରା ରାଜପୁତ (ଡାହାଣ) ଓ ମା’ ନୀଳିମା ଅଜୀମଙ୍କ ସହ ଶାହିଦ କପୁର


ନୀଲିମା କହିଥିଲେ ଯେ ସେ ନିଜ ସାଙ୍ଗ ଓ ପରିବାରର ସହାୟତାରେ ସେହି କଷ୍ଟରୁ ବାହାରି ପାରିଥିଲେ, ଆଉ ତାଙ୍କ ପାଇଁ ସବୁ ଠାରୁ ବଡ଼ ଶକ୍ତି ଥିଲେ  ଶାହିଦ ।

ଏହା ବି ପଢ଼ନ୍ତୁ | ପୁରୀର ପରିଚିତି: ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ

ନୀଳିମା ଅଜୀମ୍‌ ଓ ପଙ୍କଜ କପୁର ୧୯୭୫ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ୧୯୮୪ ମସିହାରେ ପଙ୍କଜ ସୁପ୍ରିୟା ପାଠକଙ୍କୁ (Supriya Pathak) ବିବାହ କରିଥିଲେ । ସୁପ୍ରିୟା ଓ ପଙ୍କଜଙ୍କର ଦୁଇ ସନ୍ତାନ ଅଛନ୍ତି – ସନା କପୁର ଓ ରୁହାନ କପୁର ।



ନୀଳିମା ୧୯୯୧ରେ ରାଜେଶ ଖଟ୍ଟରଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ପୁତ୍ର ଅଛି, ଯାହାଙ୍କୁ ଆପଣ ଇଶାନ ଖଟ୍ଟର (Ishan Khattar) ନାମରେ ଜାଣିଛନ୍ତି । ନୀଳିମା ଓ ରାଜେଶ ଖଟ୍ଟରଙ୍କ ବିବାହ ବି ବେଶୀ ଦିନ ରହି ନ ଥିଲା । ନୀଳିମା ପୁଣି ୨୦୦୪ରେ ରଜା ଅଲି ଖାନଙ୍କୁ ବିବାହ କରିଥିଲେ । ଏହି ବିବାହ ବି ୨୦୦୯ ମସିହାରେ ଭାଙ୍ଗି ଯାଇଥିଲା ।
Published by: Anand Shankar Thankur Das
First published: December 4, 2020, 9:23 PM IST
corona virus btn
corona virus btn
Loading