LIVE NOW

ସହିଦ ଆଫ୍ରିଦି କହିଲେ- ଯେପର୍ଯ୍ୟନ୍ତ ମୋଦୀ ସରକାର ଥିବ ସେ ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍

India-Pakistan Cricket: ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ୧୩ ବର୍ଷ ଭିତରେ କୌଣସି ଟେଷ୍ଟ ସିରିଜ୍ ହୋଇନାହିଁ । ଶେଷ ଥର ଦୁଇ ଦଳ ମଧ୍ୟରେ ୨୦୦୭ ମସିହାରେ ଏକ ସିରିଜ୍ ହୋଇଥିଲା ।

odia.news18.com | January 1, 1970, 5:30 AM IST
facebookTwitterLinkedin
Last Updated January 1, 1970
auto-refresh

Highlights

News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ମାନଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ (IPL) ଖେଳିବାକୁ ସୁଯୋଗ ମିଳୁନାହିଁ । ତେଣୁ ପାକିସ୍ତାନୀ କ୍ରିକେଟରଙ୍କ ଏହାକୁ ନେଇ କ୍ରୋଧ ପ୍ରକାଶ କରୁଥିବା ଦେଖିବାକୁ ମିଳିଥାଏ । ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କ (Shahid Afridi) କ୍ରୋଧ ମଧ୍ୟ ପ୍ରକାଶ ପାଇଛି । ସେ କହିଛନ୍ତି 'ଯେପର୍ଯ୍ୟନ୍ତ ଭାରତରେ ନରେନ୍ଦ୍ର ମୋଦୀ ସରକାର ରହିବ (PM Modi Govt.) ସେତେବେଳେ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ହୋଇପାରିବ ନାହିଁ ।' ଏହା ବ୍ୟତୀତ ସେ କହିଛନ୍ତି ଯେ 'ପାକିସ୍ତାନୀ କ୍ରିକେଟରମାନେ ମଧ୍ୟ ଆଇପିଏଲ ମିସ୍ କରୁଛନ୍ତି ।' ଆଫ୍ରିଦିଙ୍କ କହିବାନୁସାରେ ପାକିସ୍ତାନର ଯୁବ କ୍ରିକେଟରମାନେ ଏହି ଲିଗରେ ଖେଳୁଥିଲେ ବହୁତ ଲାଭବାନ ହୋଇଥାନ୍ତେ ।

Read More
Load More


ଆଉ କ’ଣ କହିଲେ ଆଫ୍ରିଦି?
ଆରବ ନ୍ୟୁଜ୍ ସହ କଥାବାର୍ତ୍ତା କରି ସହିଦ ଆଫ୍ରିଦି କହିଛନ୍ତି, 'ପାକିସ୍ତାନ ସରକାର ସର୍ବଦା ଭାରତ ସହ କ୍ରିକେଟ୍ ଖେଳିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଭାରତରେ ବର୍ତ୍ତମାନର ସରକାର ଯୋଗୁଁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ହେବାର ଆଶା ନାହିଁ । ଯେପର୍ଯ୍ୟନ୍ତ ମୋଦୀ କ୍ଷମତାରେ ରହିଛନ୍ତି, ସେପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ହୋଇପାରିବ ନାହିଁ । ସହିଦ ଆଫ୍ରିଦି ଆହୁରି କହିଛନ୍ତି ଯେ ପାକିସ୍ତାନୀ ଖେଳାଳିମାନେ ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ ଆଇପିଏଲରେ ଖେଳୁ ନ ଥିବାରୁ ଅନେକ କ୍ଷତି ସହୁଛନ୍ତି ।

୧୩ ବର୍ଷ ଧରି ହୋଇନାହିଁ ଟେଷ୍ଟ ସିରିଜ୍
ଗତ ୧୩ବର୍ଷ ଧରି ଭାରତ ଓ ପାକିସ୍ଥାନ ମଧ୍ୟରେ କୌଣସି ଟେଷ୍ଟ ସିରିଜ୍ ହୋଇନାହିଁ । ଶେଷ ଥର ପାଇଁ ୨୦୦୭ ରେ ଏହି ଦୁଇ ଦଳ ମଧ୍ୟରେ ଏକ ସିରିଜ୍ ହୋଇଥିଲା । ଭାରତ ଏହି ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧–୦ ଜିତିଥିଲା । ଏହା ବ୍ୟତୀତ ଗତ ସାତ ବର୍ଷ ମଧ୍ୟରେ ଦୁଇ ଦଳ ମଧ୍ୟରେ କୌଣସି ଦିନିକିଆ ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ । ୨୦୧୩ ମସିହାରେ ପାକିସ୍ତାନ ଭାରତ ଗସ୍ତ କରିଥିଲା । ସେହି ସିରିଜରେ ପାକିସ୍ତାନ ୨-୧ରେ ଜିତିଥିଲା ।

କ’ଣ କହିଲେ PCBର ଅଧ୍ୟକ୍ଷ ?
ପିସିବିର ଚେୟାରମ୍ୟାନ୍ ଏହସାନ୍ ମଣି କିଛି ଦିନ ପୂର୍ବରୁ କହିଥିଲେ ଯେ ବିସିସିଆଇ ସହିତ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସିରିଜକୁ ନେଇ ଅନେକ ଆଲୋଚନା ହୋଇଛି ଏହା ଟି -୨୦ କ୍ରିକେଟ୍ ହେଉ କିମ୍ବା ଦ୍ୱିପାକ୍ଷିକ ସିରିଜ୍ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ନିଷ୍କର୍ଷତା ଆସି ପାରିନାହିଁ ।
corona virus btn
corona virus btn
Loading